ETV Bharat / state

ଜିଲ୍ଲା ପରିଷଦ ପ୍ରଥମ ବୈଠକରେ ଯୋଗ ଦେଲେନି ଜଳସେଚନ ବିଭାଗର ଅଧିକାରୀ

author img

By

Published : May 12, 2022, 7:13 AM IST

Updated : May 12, 2022, 2:19 PM IST

ବୌଦ୍ଧ ଜିଲ୍ଲା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ । ବୈଠକରେ ସାମିଲ ହେଲେନି ଜଳସେଚନ ବିଭାଗର ଅଧିକାରୀ । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ
ବୌଦ୍ଧ ଜିଲ୍ଲା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ

ବୌଦ୍ଧ: ବୁଧବାର ବୌଦ୍ଧ ଜିଲ୍ଲା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ସଭାପତିତ୍ତ୍ବରେ ଅନୁଷ୍ଠିତ ପ୍ରଥମ ବୈଠକରେ ବୌଦ୍ଧ ବିଧାୟକ, କଣ୍ଟାମାଳ ବିଧାୟକ, ଜିଲ୍ଲାପାଳ, ପିଡି, ନିର୍ବାଚିତ ଜନ ପ୍ରତିନିଧି ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ । ଏଥିରେ ଜିଲ୍ଲାର ବିକାଶ ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ ଆହ୍ବାନ ଦିଆଯାଇଥିଲା । ବିଶେଷକରି ସ୍ବାସ୍ଥ୍ୟ ସେବା, ସାମାଜିକ ସୁରକ୍ଷା, ଆବାସ, ଗମନାଗମନ, ପାନୀୟଜଳ ଭଳି ଅତି ଜରୁରୀ ସେବା କିଭଳି ଜନସାଧାରଣ ପାଇପାରିବେ ସେନେଇ ଆଲୋଚନା ହୋଇଥିଲା ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗମନାଗମନର ବିଚ୍ଛିନ୍ନତା ଯୋଗୁଁ ସରକାରଙ୍କ ବିକାଶ ମୂଳକ ଯୋଜନା ଠିକରେ ପହଞ୍ଚି ପାରୁନାହିଁ । ଏହା ଉପରେ ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଅନ୍ୟପଟେ ଜିଲ୍ଲାରେ ଜଳସେଚନକୁ ନେଇ ଗତ କିଛି ବର୍ଷ ହେଲା ସମସ୍ୟା ଲାଗି ରହିଥିବା ବେଳେ ବୈଠକକୁ ଜଳସେଚନ ବିଭାଗର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଆସିନଥିଲେ । ଫଳରେ ଏନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ସହ ବିଭାଗକୁ କାରଣ ଦର୍ଶାଇବାକୁ କୁହାଯାଇଛି ।

ଜିଲ୍ଲା ପରିଷଦ ପ୍ରଥମ ବୈଠକରେ ଯୋଗ ଦେଲେନି ଜଳସେଚନ ବିଭାଗର ଅଧିକାରୀ

ବୌଦ୍ଧରୁ ସତ୍ୟନାରାଣୟ ପାଣି, ଇଟିଭି ଭାରତ

Last Updated : May 12, 2022, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.