ବୌଦ୍ଧ: ଆଜି ବିଶ୍ବ ବରିଷ୍ଠ ନାଗରିକ ଦିବସ । ଏହି ଅବସରରେ ଦୁଇ ଶତାୟୁ ନାଗରିକଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ । ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।
ପୌରପରିଷଦ ପକ୍ଷରୁ ବୌଦ୍ଧ ଟାଉନହଲରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଦୁଇ ବରିଷ୍ଠ ନାଗରିକ ସ୍ବାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ଓ ପ୍ରାୟ ଚାଳିଶ ବର୍ଷ ତଳେ ସରକାରୀ ଚାକିରିରୁ ଅବସରପ୍ରାପ୍ତ ଚନ୍ଦ୍ର ଶେଖର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଏସପି ୱାଇ ରଘୁନାଥ ରାଓ ଯୋଗ ଦେଇଥିଲେ । ତେବେ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ମିଳିନଥିବାରୁ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଥିଲେ
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ