ETV Bharat / state

ବୌଦ୍ଧ ଜିଲ୍ଲାର ଭୂତଳ ଜଳରେ ରହିଛି ବ୍ୟାପକ ଫ୍ଲୋରାଇଡ, ଦୁଇ କେନ୍ଦ୍ରୀୟ ଅଧିକାରୀଙ୍କ ସ୍ଥିତି ଯାଞ୍ଚ

author img

By

Published : May 26, 2023, 1:12 PM IST

ଉଦବେଗଜନକ ଜଳସ୍ତରର ସ୍ଥିତି । ଜିଲ୍ଲାର ଭୂତଳ ଓ ଅନ୍ୟ ପାନୀୟଜଳର ସ୍ଥିତିକୁ ପରଖିବା ପାଇଁ ୫ଦିନ ଧରି କେନ୍ଦ୍ରରୁ ଦୁଇ ଜଣ ବରିଷ୍ଠ ଅଧିକାରୀ ପହଞ୍ଚି ସ୍ଥିତି ପରଖିଛନ୍ତି । ଅଧିକ ପଢନ୍ତୁ

drinking water problem
drinking water problem

drinking water problem

ବୌଦ୍ଧ: କମୁଛି ଭୂତଳ ଜଳସ୍ତର । ଜିଲ୍ଲାର ୫୦ ପ୍ରତିଶତ ସ୍ଥାନରେ ଜଳରେ ପର୍ଯ୍ୟାପ୍ତ ଫ୍ଲୋରାଇଡ ରହୁଥିବା ନେଇ ଚିନ୍ତା ବଢାଇଛି । ଏନେଇ ପାଞ୍ଚ ଦିନିଆ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ରୀୟ ଜଳ ଶକ୍ତି ବିଭାଗର ଦୁଇ ଜଣ ବରିଷ୍ଠ ଅଧିକାରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପହଞ୍ଚି ସ୍ଥିତି ପରଖିଛନ୍ତି । ଏ ସମ୍ପର୍କରେ ଜଳ ଶକ୍ତି ବିଭାଗ ପକ୍ଷରୁ ଜିଲ୍ଲାର ଆରଡବ୍ଲ୍ୟୁଏସକୁ ବିଭିନ୍ନ ପରାମର୍ଶ ପ୍ରଦାନ କରାଯାଇଛି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଜିଲ୍ଲା ଦେଇ ମହାନଦୀ, ତେଲନଦୀ, ବାଘନଦୀ, ସାଲୁଙ୍କୀ ନଦୀ ଭଳି ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଦୁର୍ଗମ ତଥା ଉପାନ୍ତ ଅଞ୍ଚଳରେ ପାନୀୟଜଳର ସଙ୍କଟ ବର୍ଷ ବର୍ଷ ଧରି ଲାଗି ରହୁଛି । ଏହାକୁ ଦୃଷ୍ଟିରେ ରଖି ସରକାର ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଅନ୍ତର୍ଗତ ଲୋକାପଡା, ଜଗତୀ ଓ ପାଣିଘରା ଠାରେ ମେଗା ପାନୀୟଜଳ ପ୍ରକଳ୍ପ ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି ।

ତେବେ ଜିଲ୍ଲାର ସମୁଦାୟ 69 ଗୋଟି ପଞ୍ଚାୟତରେ ଥିବା ବିଭିନ୍ନ କୂପ, ନଳକୂପ, ଭୂତଳ ଜଳରେ ବ୍ୟାପକ ମାତ୍ରାରେ ଫ୍ଲୋରାଇଡ ରହୁଥିବା ଜଣାପଡିଛି । ଗତ ପାଞ୍ଚ ଦିନ ଧରି ବୌଦ୍ଧ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ରୀୟ ଜଳ ଶକ୍ତି ବିଭାଗର ଦୁଇ ଜଣ ବରିଷ୍ଠ ଅଧିକାରୀ ଶିଶିର ବାସେର ଓ ତେତେନ୍ଦ୍ର ମାର୍ବାହା ଜିଲ୍ଲାର 16 ଗୋଟି ଗ୍ରାମରେ ପହଞ୍ଚି ପାନୀୟଜଳର ନମୁନା ସଂଗ୍ରହ ସହିତ ଏହାର ବାସ୍ତବ ସ୍ଥିତି ପରଖିଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଚାରିଗୋଟି ଗ୍ରାମ ଓ ହରଭଙ୍ଗା ବ୍ଲକର ବାର ଗୋଟି ଗ୍ରାମରୁ ଏହି ପାନୀୟଜଳର ତଥ୍ୟ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି ।

ତେବେ ସମୁଦାୟ ୧୬ଗୋଟି ଗ୍ରାମ ମଧ୍ୟରୁ ୮ଟି ଗ୍ରାମର ନଳକୂପରୁ ମାରାତ୍ମକ ଫ୍ଲୋରାଇଡଯୁକ୍ତ ପାନୀୟ ବାହାରୁଥିବା ବେଳେ ଏହାକୁ ପ୍ରତିହତ କରିବାକୁ ବିଭିନ୍ନ ସ୍ଥାନରେ ଫିଲଟର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଷ୍ଟୋନ କ୍ରସର ତଥା ଅନ୍ୟାନ୍ୟ ପ୍ରକଳ୍ପ କାରଣରୁ ମଧ୍ୟ ଭୂତଳ ଜଳ ଉପରେ ଏହାର ପ୍ରଭାବ ପଡୁଥିବା ସୂଚନା ମିଳିଛି । ଜିଲ୍ଲାର ହରଭଙ୍ଗା ବ୍ଲକର ଭୂତଳ ଜଳ ବ୍ୟବହାର ଦ୍ବାରା ଅନେକ ଗ୍ରାମରେ ଶହ ଶହ କିଡନୀ ରୋଗ ବ୍ୟାପିବା ନେଇ ଅନେକ ସମୟରେ ଅଭିଯୋଗ ହୋଇ ଆସୁଛି । ତେଣୁ ଜିଲ୍ଲାର ହରଭଙ୍ଗା ବ୍ଲକର ୧୨ଟି ଗ୍ରାମରେ ଏହି କେନ୍ଦ୍ରୀୟ ଦଳ ପହଞ୍ଚି ସ୍ଥିତି ପରଖିଥିଲେ ।

ପାନୀୟଜଳ ସମସ୍ୟା ବର୍ଷ ବର୍ଷ ଧରି ଲାଗି ରହୁଥିବା ବେଳେ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳର ଅଧିବାସୀ ନାଳ, ଝରଣାର ଦୂଷିତ ପାଣି ନଚେତ ଚୂଆଖୋଳି ପାନୀୟଜଳ ସଂଗ୍ରହ କରିବାକୁ ପଡୁଛି । ତେବେ ଜିଲ୍ଲାର ତିନୋଟି ବ୍ଲକରେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାରୁ ଆଉ କିଛି ମାସ ପରେ ପାନୀୟଜଳର ସମସ୍ୟା ରହିବ ନାହିଁ ବୋଲି ଆଶା ପ୍ରକାଶ କରାଯାଇଛି । ସେପଟେ ଜିଲ୍ଲାର ଗ୍ରାମ୍ୟ ଜଳଯୋଗାଣ ବିଭାଗର ଜଳ ପରୀକ୍ଷଣ କେନ୍ଦ୍ରରେ ଆବଶ୍ୟକତା ମୁତାବକ ଜଳ ପରୀକ୍ଷା ହେଉନଥିବାରୁ ଏନେଇ ଉଦବେଗ ପ୍ରକାଶ ପାଇଛି । ପାନୀୟଜଳର ପରୀକ୍ଷା, ଫ୍ଲୋରାଇଡଯୁକ୍ତ ପାନୀୟଜଳ ଓ ପାନୀୟଜଳର ଟ୍ରିଟମେଣ୍ଟ ଭଳି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ଟିମ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ଏଭଳି ସମସ୍ୟାକୁ ନେଇ ବିଭିନ୍ନ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.