ETV Bharat / state

ଦନ୍ତାହାତୀ ଶିକାରୀଙ୍କ ପତ୍ନୀଙ୍କୁ ବନ କର୍ମଚାରୀଙ୍କ ଦୁଷ୍ମର୍ମ ଅଭିଯୋଗ - ବୌଦ୍ଧରେ ଦନ୍ତାହାତୀ ଶିକାର ମାମଲା

ଜିଲ୍ଲାରେ ଦନ୍ତାହାତୀ ଶିକାର ମାମଲା ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ଶୁକ୍ରବାର ବନ କର୍ମଚାରୀ ଆଉ ଜଣେ ଯୁବକଙ୍କୁ ଗରିଫ କରି ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଫଳରେ ଉତ୍ୟକ୍ତ ଗ୍ରାମବାସୀ ବନାଞ୍ଚଳ କାର୍ଯ୍ୟାଳୟ ଘେରିଛନ୍ତି । ଅଧିକ ପଢ଼ନ୍ତୁ

villagers alleged rape of women by forest department staff in boudh
ଦନ୍ତାହାତୀ ଶିକାର ମାମଲା: ଯୁବକଙ୍କୁ ଗିରଫ କରି ତାଙ୍କ ପତ୍ନୀଙ୍କୁ ଦୁଷ୍ମର୍ମ ଅଭିଯୋଗ,ବନାଞ୍ଚଳ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ
author img

By

Published : Jun 5, 2022, 3:29 PM IST

ବୌଦ୍ଧ: ଜିଲ୍ଲାରେ ଦନ୍ତାହାତୀ ଶିକାର ମାମଲା ଦିନକୁ ଦିନ ଉଗ୍ର ରୂପ ନେବାରେ ଲାଗିଛି । ଶୁକ୍ରବାର ବନ କର୍ମଚାରୀ ଆଉ ଜଣେ ଯୁବକଙ୍କୁ ଗରିଫ କରି ତାଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଭଳି ସାଂଘାତିକ ଅଭିଯୋଗ ହୋଇଛି । ଫଳରେ ଉତ୍ୟକ୍ତ ଗ୍ରାମବାସୀ ବନାଞ୍ଚଳ କାର୍ଯ୍ୟାଳୟ ଘେରିଛନ୍ତି । ଗତ କିଛି ଦିନ ତଳେ ବୌଦ୍ଧ ବନଖଣ୍ଡର ସଦର ବନାଞ୍ଚଳର ଭୁର୍କିପଡା ଓ ବେରେଡାବାରି ଜଙ୍ଗଲରେ ଦୁଇ ଦିନରେ ଦୁଇଟି ଦନ୍ତାହାତୀଙ୍କ ମୃତଦେହ ମିଳିଥିଲା । ଏହି ଘଟଣାରେ ବନ ବିଭାଗ ତିନି ଜଣଙ୍କୁ ଗିରଫ କରିଥିଲା ।

ଦନ୍ତାହାତୀ ଶିକାର ମାମଲା: ଯୁବକଙ୍କୁ ଗିରଫ କରି ତାଙ୍କ ପତ୍ନୀଙ୍କୁ ଦୁଷ୍ମର୍ମ ଅଭିଯୋଗ,ବନାଞ୍ଚଳ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ମାତ୍ର ଗତ ସପ୍ତାହରେ ସେମାନଙ୍କ ଗିରଫ ପ୍ରତିବାଦରେ ବୌଦ୍ଧ ବନାଞ୍ଚଳ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ । ତେବେ ଗତ ଶୁକ୍ରବାର ପୁଣି ଜଣେ ଯୁବକଙ୍କୁ ହାତୀ ଶିକାର ଘଟଣାରେ ବନ କର୍ମଚାରୀ ଗରିଫ କରିଥିବା ବେଳେ ତାଙ୍କ ପତ୍ନୀଙ୍କୁ ଉଠାଇ ଆଣି ପ୍ରବଳ ମାଡ଼ ମାରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ବନ କର୍ମଚାରୀଙ୍କ ଏଭଳି ବର୍ବରୋଚିତ କାଣ୍ଡ ବେଳେ ପୀଡ଼ିତାଙ୍କ ପୁଅ ଉପସ୍ଥିତ ଥିବା କହିଛନ୍ତି ।

ସେପଟେ ଏଭଳି ଅମାନବୀୟ ଘଟଣାକୁ ନେଇ ଅଞ୍ଚଳର ଶତାଧିକ ଲୋକେ ଶନିବାର ବୌଦ୍ଧ ରେଞ୍ଜ କାର୍ଯ୍ୟାଳୟ ଘେରିବା ସହିତ ସମ୍ପୃକ୍ତ ବନ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଥିଲେ । ଏ ସମ୍ପର୍କରେ ବିଜେପିର ଯୁବନେତା ସିଧାସଳଖ ବନ ବିଭାଗର ଅପାରଗତାକୁ ଦାୟୀ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.