ETV Bharat / state

ଭୂତକୋଠୀ ପାଲଟିଛି ପ୍ରାଣୀଧନ କେନ୍ଦ୍ର, ଚାଷୀ ହନ୍ତସନ୍ତ - ପ୍ରାଣୀଧନ କେନ୍ଦ୍ରରେ ଅନୁପସ୍ଥିତ ଏଲଆଇ

ଅବ୍ୟବସ୍ଥା ଘେରରେ ବୌଦ୍ଧ ଜିଲ୍ଲାର ଦୁଇ ଦୁଇଟି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର । କେଉଁଠି ଏଲଆଇ ନିଯୁକ୍ତି ହୋଇନାହାନ୍ତି ତ ଆଉ କେଉଁଠି ଅନୁପସ୍ଥିତ ରହୁଛନ୍ତି ଏଲଆଇ । ଅଧିକ ପଢନ୍ତୁ....

ଭୂତକୋଠୀ ପାଲଟିଛି ପ୍ରାଣୀଧନ କେନ୍ଦ୍ର, ଚାଷୀ ହନ୍ତସନ୍ତ

author img

By

Published : Nov 11, 2020, 12:20 PM IST

ବୌଦ୍ଧ: ଅବ୍ୟବସ୍ଥା ଘେରରେ ଦୁଇ ଦୁଇଟି ପ୍ରାଣୀଧନ ଚିକିତ୍ସା କେନ୍ଦ୍ର । ଗୋଟିଏ କେନ୍ଦ୍ରରେ ଏଲଆଇ ନିଯୁକ୍ତି ହୋଇ ନଥିବାରୁ ଅଫିସ କୋଠା ଭୂତକୋଠୀ ପାଲଟିଥିବା ବେଳେ ଅନ୍ୟଟିରେ ଏଲଆଇମାନେ ଫିଲ୍ଡ ନାଁରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର କେତେକ ପ୍ରାଣୀଧନ କେନ୍ଦ୍ରରେ ଦେଖାଦେଇଛି ଏଭଳି ଅବ୍ୟବସ୍ଥା ।

ଭୂତକୋଠୀ ପାଲଟିଛି ପ୍ରାଣୀଧନ କେନ୍ଦ୍ର, ଚାଷୀ ହନ୍ତସନ୍ତ

ସୂଚନାଯୋଗ୍ୟ, ବୌଦ୍ଧ ଜିଲ୍ଲାର ଉପାନ୍ତ ଶଗଡା ପଞ୍ଚାୟତରେ ଦୀର୍ଘ ବର୍ଷ ହେଲା ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଥିଲେ ମଧ୍ୟ ଏଲଆଇ ନିଯୁକ୍ତି ହୋଇ ନଥିବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ କେନ୍ଦ୍ରର କୋଠାଟି ଭୂତକୋଠୀ ପାଲଟିଛି । ସେହିପରି ଧଳପୁର ଠାରେ ଥିବା ପ୍ରାଣୀଧନ କେନ୍ଦ୍ରରେ ଏଲଆଇ ଫିଲ୍ଡ ଆଳରେ ଅନୁପସ୍ଥିତ ରହୁଥିବାରୁ ଗୋପାଳକମାନେ ପ୍ରାୟ ସମୟରେ ନାନା ସମସ୍ୟାରେ ପଡୁଛନ୍ତି । ତେବେ ଶଗଡ କେନ୍ଦ୍ରର ସମସ୍ୟାକୁ ବିଭାଗୀୟ ଅଧିକାରୀମାନେ ସ୍ବୀକାର କରିଥିବା ବେଳେ ଧଳପୁର କେନ୍ଦ୍ରର ଏଲଆଇ ଅନୁପସ୍ଥିତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିଭିଓ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.