ETV Bharat / state

ଉଦଯାପିତ ହେଲା ସାଂସ୍କୃତିକ ମହାକୁମ୍ଭ ବୌଦ୍ଧ ମହୋତ୍ସବ - ବାନ୍ଧଶିଳ୍ପ

ପାରମ୍ପରିକ ଲୋକବାଦ୍ୟ ଓ ଲୋକନୃତ୍ୟ ସହ ବୟନ ଶିଳ୍ପ ମଧ୍ୟରେ ଉଦଯାପିତ ହେଲା ବୌଦ୍ଧ ଜିଲ୍ଲାର ଲୋକ ମହୋତ୍ସବ । ବାନ୍ଧଶିଳ୍ପ ପ୍ରଦର୍ଶନୀ ଦେଖିବା ପାଇଁ ବିଭିନ୍ନ ଜିଲ୍ଲାରୁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

ଉଦଯାପିତ ହେଲା ବୌଦ୍ଧ ଜିଲ୍ଲାର ଲୋକ ମହୋତ୍ସବ
ଉଦଯାପିତ ହେଲା ବୌଦ୍ଧ ଜିଲ୍ଲାର ଲୋକ ମହୋତ୍ସବ
author img

By

Published : Jan 18, 2023, 9:19 AM IST

ଉଦଯାପିତ ହେଲା ବୌଦ୍ଧ ଜିଲ୍ଲାର ଲୋକ ମହୋତ୍ସବ

ବୌଦ୍ଧ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହେଲା ବୌଦ୍ଧ ଜିଲ୍ଲାର ଲୋକ ମହୋତ୍ସବ । ଚଳିତ ବର୍ଷ ବୌଦ୍ଧ ମହୋତ୍ସବରେ ବୟନ ଶିଳ୍ପ ମୁଖ୍ୟ ଆକର୍ଷଣର କେନ୍ଦ୍ର ସାଜିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବହାରୁ ହସ୍ତଶିଳ୍ପୀଙ୍କ କାର୍ଯ୍ୟ ଦେଖିବାକୁ ମିଳିଛି । ମହୋତ୍ସବରେ ବାନ୍ଧଶିଳ୍ପ ପ୍ରଦର୍ଶନୀ ସମସ୍ତଙ୍କୁ ଆକର୍ଷିତ କରୁଥିବା ବେଳେ ପ୍ରଥମ ଥର ପାଇଁ ହସ୍ତଶିଳ୍ପୀଙ୍କୁ ଅତିଥି ରୂପେ ସମ୍ମାନ ଜଣାଇଛି ଜିଲ୍ଲା ପ୍ରଶାସନ । ବାନ୍ଧଶିଳ୍ପ ପ୍ରଦର୍ଶନୀ ଦେଖିବା ପାଇଁ ବିଭିନ୍ନ ଜିଲ୍ଲାରୁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ହକି ବିଶ୍ବକପ ସହିତ ତାଳଦେଇ ପାଞ୍ଚ ଦିନ ଧରି ଚାଲିଥିବା ମହୋତ୍ସବରେ ପ୍ରିନ୍ସ ଡ୍ୟାନ୍ସ ଗୃପ ଠାରୁ ନେଇ ଶାଶ୍ବତ ଯୋଷୀ ଓ ସ୍ଥାନୀୟ ପାରମ୍ପରିକ ଲୋକନୃତ୍ୟ ଦର୍ଶକଙ୍କୁ ବିଭୋର କରିଥିଲା । ଗତ ବାର ତାରିଖ ଠାରୁ ଆରମ୍ଭ ହୋଇଥିବା ବୌଦ୍ଧ ଜିଲ୍ଲା ମହୋତ୍ସବ ପାଞ୍ଚ ଦିନ ଧରି ଚାଲିଥିବା ବେଳେ ସୋମବାର ଉଦଯାପିତ ହୋଇଛି ।

ବୌଦ୍ଧ ମହୋତ୍ସବ ଚଳିତ ବର୍ଷ ସମ୍ପୂର୍ଣ୍ଣ ନିଆରା ଶୈଳୀରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାରେ ପ୍ରଥମଥର ପାଇଁ ବୟନ ଶିଳ୍ପ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଯେଉଁଠି ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଶତାଧିକ ବୟନ ଅନୁଷ୍ଠାନ ଭାଗ ନେଇଥିଲେ । ତେବେ ପାଞ୍ଚ ଦିନ ଧରି ଚାଲିଥିବା ବୌଦ୍ଧ ମହୋତ୍ସବରେ ପ୍ରତ୍ୟେକ ଦିନ ସଂଧ୍ୟାରେ ଲୁପ୍ତ ପ୍ରାୟ ଲୋକକଳା ଓ ଲୋକନୃତ୍ୟକୁ ପ୍ରାଧାନ୍ୟ ଦିଆଯାଇ ଏହାକୁ ପରିବେଷଣ କରାଯାଇଥିଲା ।

ସେପଟେ ଜିଲ୍ଲାର ଉପାନ୍ତ ବନ୍ଧଗୋରାରେ ଚାଲିଥିବା ଖଡଙ୍ଗ ମହୋତ୍ସବ ଉଦଯାପିତ ହୋଇଥିବା ବେଳେ ଜିଲ୍ଲା ସଦର ମହକୁମାରେ ଚାଲିଥିବା ମହୋତ୍ସବ ଚଳିତ ବର୍ଷ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ସୁସଜ୍ଜିତ କରାଯାଇଛି । ତେବେ ଚଳିତ ବର୍ଷ ପ୍ରଥମଥର ପାଇଁ ଆୟୋଜନ ହୋଇଥିବା ରାଜ୍ୟସ୍ତରୀୟ ବୟନ ଶିଳ୍ପ ପ୍ରଦର୍ଶନୀ ଦର୍ଶକଙ୍କୁ ଖୁବ ଆକର୍ଷିତ କରୁଛି । ରାଜ୍ୟର ୪୦ଟି ଦେଶର ବିଭିନ୍ନ ସ୍ଥାନରୁ ୮୦ରୁ ଊର୍ଦ୍ଧ୍ବ ବୟନ ପ୍ରତିଷ୍ଠାନ ଏଠାରେ ଯୋଗ ଦେଇଛନ୍ତି ।

ବୌଦ୍ଧ ଅଞ୍ଚଳର ପ୍ରାଚୀନ ତଥା ପାରମ୍ପରିକ ଲୋକନୃତ୍ୟ ପତର ଶଉରା,ଝାଲିଆ ଶବର,ମୁଣ୍ଡତୁପା, ପଶୁମୁଖା, ବଜନିଆ, ନଚନିଆ, କୃଷ୍ଣ ଗୁରୁ,ପର୍ଭା ଭଳି ଷୋଳ ସୁଆଙ୍ଗ ନୃତ୍ୟ ସହିତ ରାଜ୍ୟ ତଥା ଜାତୀୟ ସ୍ତରରେ ଅନେକ କଳାକାର ଏଠାରେ ଭାଗ ନେଇଥିଲେ । ବୌଦ୍ଧ ମହୋତ୍ସବ କୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଉଦଘାଟନ କରିଥିବା ବେଳେ ଉଦଯାପନୀ ସଂଧ୍ୟାରେ ରାଜ୍ୟ ବିଜ୍ଞାନ, କାରିଗରୀ, ସାମାଜିକ ସୁରକ୍ଷା, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଓ ଉତ୍ତରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳେଇ ଯୋଗଦେଇ ବୌଦ୍ଧ ଅଞ୍ଚଳର ଲୋକକଳା, ଐତିହ୍ୟ, ସଂସ୍କୃତି ସହିତ ସ୍ବାଧୀନତା ସଂଗ୍ରାମକୁ ବୌଦ୍ଧର ଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ବୌଦ୍ଧ ମହୋତ୍ସବକୁ ନେଇ କଳାକାର ମାନେ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.