ବୌଦ୍ଧ: ବୀରନରସିଂପୁର ପଞ୍ଚାୟତର ସାଧାରଣ ଗରିବ ଲୋକଙ୍କ କଥା ଛାଡନ୍ତୁ,ଖୋଦ ସରପଞ୍ଚ ଏକ ଜରିପାଲ ଛାଉଣୀ ଘରେ ରହୁଛନ୍ତି । ଗାଁର ଅସୁବିଧା ସମ୍ପର୍କରେ ବ୍ଲକ ତଥା ଜିଲ୍ଲା ପ୍ରଶାସନ ନିକଟରେ ଜଣାଇଲେ ମଧ୍ୟ ସୁଫଳ ମିଳି ନଥିବା ନିଜେ ସରପଞ୍ଚ କହିଛନ୍ତି ।
ପଞ୍ଚାୟତ ଅଛି, ସରପଞ୍ଚ ମଧ୍ୟ ଅଛନ୍ତି । କିନ୍ତୁ ସରପଞ୍ଚଙ୍କ ନିଜ ଗାଁ ନୂଆପଡା ଏକ ଆଦିବାସୀ ଅଧ୍ୟୁଷିତ ଗାଁ ହୋଇଥିଲେ ମଧ୍ୟ ଆଜି ଯାଏ ଜଣଙ୍କୁ ମଧ୍ୟ ସରକାରୀ ଆବାସ ଯୋଜନାରେ ସାମିଲ କରାଯାଇପାରି ନାହିଁ । ଫଳରେ ଗାଁକୁ ଦେଖିଲେ ଆଜିବି ପଚାଶ ବର୍ଷ ତଳର ଗାଁ ଭଳି ଦୃଶ୍ୟମାନ ହେଉଛି । ଗାଁରେ ଆଜି ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳଯୋଗାଣ ହୋଇପାରି ନଥିବା ବେଳେ ଜିଲ୍ଲା ଜଳଯୋଗାଣ ବିଭାଗ କିନ୍ତୁ ଏନେଇ ସଫଳତାର ବଡବଡ ହୋଡିଂ ମାରିଛି ।
ନୂଆପଡା ଗାଁର ଆବାସ ଗୃହ ଅନ୍ୟ ଏକ ପଞ୍ଚାୟତକୁ ଚାଲିଯାଇଥିବା ସରପଞ୍ଚ ସୂଚନା ଦେଇଥିବାବେଳେ ଖୋଦ ସରପଞ୍ଚ ନିଜେ ଏକ ଜରିପାଲ ଛାଉଣୀ ଘରେ ରହୁଥିବା ଆମ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ସ୍ଥାନୀୟ ଆଦିବାସୀ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ଏ ସମ୍ପର୍କରେ ବିସ୍ତୃତ ଭାବରେ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ