ETV Bharat / state

ବୌଦ୍ଧରେ ପ୍ରଚଣ୍ଡ ରୌଦ୍ରତାପ; ଖରାରେ ଖଟୁଛନ୍ତି ଶ୍ରମିକ, ଅଚଳ ପାନୀୟଜଳ ପ୍ରକଳ୍ପ

ବୌଦ୍ଧରେ ଟାଣ ଖରାରେ ଶ୍ରମିକଙ୍କ କାମରେ ନିୟୋଜିତ କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ...

ବୌଦ୍ଧରେ ପ୍ରବଳ ଗ୍ରୀଷ୍ମପ୍ରବାହ, ଜନଜୀବନ ଅସ୍ତବ୍ୟସ୍ତ

author img

By

Published : Apr 1, 2021, 7:47 PM IST

ବୌଦ୍ଧ: ଅପ୍ରେଲ ପହିଲାରୁ ଡହଡହ ଖରାରେ ଜନଜୀବନ ଅସ୍ତବ୍ୟସ୍ତ । ଏହି ଟାଣ ଖରାରେ ଦିନ ଗୋଟାଏ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରା ଯାଉଥିବା ଅଭିଯୋଗ ହୋଇଛି । ଏପରିକି ସହରରେ ଥିବା ଥଣ୍ଡା ପାନୀୟଜଳ ପ୍ରକଳ୍ପ ମଧ୍ୟ ଅଚଳ ହୋଇପଡିଛି, ଯାହାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ ।

ବୌଦ୍ଧରେ ପ୍ରବଳ ଗ୍ରୀଷ୍ମପ୍ରବାହ, ଜନଜୀବନ ଅସ୍ତବ୍ୟସ୍ତ

ମୁଣ୍ଡଫଟା ଖରାରେ ଅସ୍ତବ୍ୟସ୍ତ ହୋଇପଡିଲାଣି ଜନଜୀବନ । ଅପ୍ରେଲ ପହିଲାରୁ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ପ୍ରଚଣ୍ଡ ରୌଦ୍ରତାପକୁ ଦେଖି ସାଧାରଣ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଦିନ ଦଶଟା ବେଳକୁ ଦୋକାନ ବଜାର, ରାସ୍ତା ଘାଟ ସବୁ ଖାଲି ହୋଇପଡୁଛି । ଅଧିକାଂଶ ଲୋକଙ୍କ ଭିଡ ଲସି, ଲେମ୍ବୁପାଣି, ସରବତ, ଆଖୁରସ ଭଳି ଥଣ୍ଡା ପାନୀୟ ଦୋକାନରେ ଦେଖିବାକୁ ମିଳୁଛି । ସେପଟେ କିଛି ନିର୍ଦ୍ଦିଷ୍ଟ ଠିକାଦାର ଶ୍ରମିକଙ୍କୁ କାର୍ଯ୍ୟ ସ୍ଥାନରେ ଦିନ ଗୋଟାଏ ପର୍ଯ୍ୟନ୍ତ ନିୟୋଜିତ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । କିନ୍ତୁ ଏନେଇ ଶ୍ରମ ବିଭାଗ ନିକଟରେ କୌଣସି ସୂଚନା ନାହିଁ ।

ସେହିପରି ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଇଛି । ଏକମାତ୍ର ପୌରାଞ୍ଚଳରେ ମଧ୍ୟ ପୂର୍ବରୁ ଲୋକଙ୍କ ପାଇଁ ତିଆରି ହୋଇଥିବା ଥଣ୍ଡା ପାନୀୟଜଳ ପ୍ରକଳ୍ପ ସବୁ ଅଚଳ ହୋଇ ପଡିରହିଛି । ପୌର ପ୍ରଶାସନ ପକ୍ଷରୁ ବସଷ୍ଟାଣ୍ଡ ଓ ବଜାରର ଦୁଇଟି ସ୍ଥାନରେ ଅସ୍ଥାୟୀ ଜଳ ସେବା କେନ୍ଦ୍ର ଖୋଲାଯାଇଥିବା ପୌର ଅଧିକାରୀ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.