ETV Bharat / state

ବୌଦ୍ଧରେ ରାଜ୍ୟସ୍ତରୀୟ ବାସ୍କେଟ୍‌ ବଲ୍‌ ଟୁର୍ଣ୍ଣାମେଣ୍ଟ, ଭାଗନେଲେ ୯ଟି ଜିଲ୍ଲାର ଦଳ

author img

By ETV Bharat Odisha Team

Published : Oct 1, 2023, 8:15 AM IST

ଆୟୋଜିତ ହେଲା ରାଜ୍ୟସ୍ତରୀୟ ବାସ୍କେଟ ବଲ ପ୍ରତିଯୋଗିତା । ଭାଗନେଲେ ୯ଟି ଜିଲ୍ଲାର ୧୮୫ ପ୍ରତିଯୋଗୀ । ଅଧିକ ପଢନ୍ତୁ

ରାଜ୍ୟସ୍ତରୀୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ , ଭାଗନେଲେ ୯ଟି ଜିଲ୍ଲାର ଖେଳାଳି

ବୌଦ୍ଧ: ରାଜ୍ୟରେ ସରକାର କ୍ରୀଡାକୁ ଅଧିକ ପ୍ରଧାନ୍ୟ ଦେଉଥିବା ବେଳେ ବର୍ତ୍ତମାନ ସାରା ରାଜ୍ୟର ବିଭିନ୍ନ ସ୍ଥାନରେ ଶିକ୍ଷା ଏବଂ କ୍ରୀଡ଼ଯୁବ ବ୍ୟାପାର ବିଭାଗ ପକ୍ଷରୁ ବିଭିନ୍ନ କ୍ରୀଡ଼ା ଚମ୍ପିଆନ୍‌ସିପ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କ୍ରମରେ ବୌଦ୍ଧ ଜିଲ୍ଲାରେ ପ୍ରଥମଥର ପାଇଁ ଆୟୋଜିତ ହେଇଛି ରାଜ୍ୟସ୍ତରୀୟ ବାସ୍କେଟ୍‌ ବଲ୍‌ ଟୁର୍ଣ୍ଣାମେଣ୍ଟ୍‌ । ଏଥିରେ ୧୭ ବର୍ଷରୁ କମ୍‌ ଉଭୟ ବାଳକ ଓ ବାଳିକା ଭାଗ ନେଇଥିଲେ ।

ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ୍‌ ୯ଟି ଜିଲ୍ଲାର ପ୍ରତିଯୋଗୀ ଭାଗ ନେଇଥିଲେ । ଜିଲ୍ଲାର ୨ଟି ସ୍ଥାନରେ ନୂତନ ଭାବରେ ନିର୍ମିତ ବାସ୍କେଟ୍‌ ବଲ୍‌ କୋର୍ଟରେ ଏହି ରାଜ୍ୟସ୍ତରୀୟ କ୍ରୀଡ଼ା ଆୟୋଜନ କରାଯାଇଥିଲା । ଓଡ଼ିଶାର ୯ଟି ଜିଲ୍ଲାର ପ୍ରାୟ ୧୮୫ ଜଣ ବାସ୍କେଟ୍‌ ବଲ୍‌ ଖେଳାଳି ଏହି ଚାମ୍ପିଆନସିପ୍‌ରେ ଅଂଶ ଗ୍ରହଣ କରିଥିଲେ । ବାଳକ ବିଭାଗରେ ୯ଟି ଦଳ ଓ ବାଳିକା ବିଭାଗରେ ୬ଟି ଦଳ ଅଂଶ ଗ୍ରହଣ କରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ....WORLD CUP 2023: ‘ଚହଲଙ୍କ ସିଲେକ୍ସନ ନହେବା ଆଶ୍ଚର୍ଯ୍ୟଜନକ, ଭାରତୀୟ ପିଚରେ ସେ ମ୍ୟାଚ ଓ୍ବିନର

ଗତକାଲିଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଖେଳାଳୀମାନେ ପହଞ୍ଚି ରେଜିଷ୍ଟ୍ରେସନ କରିଥିବା ବେଳେ ଆଜି ବିଧିବଦ୍ଧ ଭାବରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗଦେଇ ଉଦଘାଟନ କରିଥିଲେ । ଆଜି ଏହି ରାଜ୍ୟସ୍ତରୀୟ ଟୁର୍ଣ୍ଣାମେଣ୍ଟ ଉଦଯାପନ ହେବ । ସରାକାରଙ୍କ ତରଫରୁ ଜିଲ୍ଲାରେ ଏକ ସୁଇମିଂ ପୁଲ୍ ନିର୍ମାଣ କରାଯାଇଥିବାବେଳେ ଆଗାମୀ ଦିନରେ ଜିଲ୍ଲାରେ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବା ନେଇ ସୂଚନା ମିଳିଛି । ସରାକାରଙ୍କ ତରଫରୁ ଏଭଳି ଏକ ରାଜ୍ୟସ୍ତରୀୟ ବାସ୍କେଟ୍‌ବଲ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନକୁ ନେଇ ପ୍ରତିଯୋଗୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ....Asian Games 2023: 50 ବର୍ଷ ପରେ ଶ୍ରେଷ୍ଠ ସ୍ଥାନରେ ଭାରତ, ପଦକ ସଂଖ୍ୟା 32 ଛୁଇଁଲା

ଏହା ପୂର୍ବରୁ ରାଜ୍ୟସ୍ତରୀୟ କଞ୍ଚାନ ସ୍ମାରକୀ ମହିଳା ହ୍ୟାଣ୍ଡବଲ ପ୍ରତିଯୋଗିତା ଜଗତସିଂହପୁର ସ୍ଥିତ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମରେ ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଯୋଗୀତାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ଅଂଶ ଗ୍ରହଣ କରିଥିଲେ । ତେବେ ରାଜ୍ୟ ହ୍ୟାଣ୍ଡବଲ ଆସୋସିଏସନର ସଭାପତି ବିପ୍ଳବ ଚୌଧୁରୀଙ୍କ ସଭାପତିତ୍ୱରେ ଏହି ଅନୁଷ୍ଠିତ ହୋଇଥିଲା ।ଏହି ମ୍ୟାଚରେ ରବିବାର ଦିନ ୧୨ଟି ଦଳ ମଧ୍ୟରୁ ଫାଇନାଲରେ ଯାଜପୁର ମହିଳା ଦଳ ଗଞ୍ଜାମ ମହିଳା ଦଳକୁ ସହ ଖେଳିଥିଲା । ଏହି ମ୍ୟାଚରେ ଯାଜପୁର ୧୩ / ୮ ଗୋଲରେ ଗଞ୍ଜାମକୁ ପରାସ୍ତ କରିଥିଲା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.