ETV Bharat / state

ବାଇକକୁ ପିଟିଲା ଟ୍ରକ: ଜଣେ ମୃତ, କ୍ଷତିପୂରଣ ଦାବିରେ 4 ଘଣ୍ଟା ରାସ୍ତା ଅବରୋଧ

author img

By

Published : Dec 14, 2019, 12:21 PM IST

ମରଣଯନ୍ତା ପାଲଟିଛି ବୌଦ୍ଧର 57 ନଂ ଜାତୀୟ ରାଜପଥ । ଅନେକ ସମୟରେ ନଷ୍ଟ ହେଲାଣି ବହୁ ଧନ ଜୀବନ । ଅଧିକ ପଢନ୍ତୁ...

accident
ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ ବ୍ରିଜ ଛକ ନିକଟରେ ଦୁର୍ଘଟଣା । ବାଇକ ଉପରେ ଏକ ଟ୍ରକ ଚଢିଯିବା ଫଳରେ ଜଣେ ମୃତ ଆଉ ଜଣେ ଗୁରୁତର । ମୃତକ ହେଲେ ଟୁଟୁସିଙ୍ଗା ଗାଁର ମହେଶ ପ୍ରଧାନ । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ଏଭଳି ଦୁର୍ଘଟଣା ବାରମ୍ବାର ହେବାରେ ଲାଗିଛି । ଯାହାଫଳରେ ଅନେକ ଧନଜୀବନ ନଷ୍ଟ ହେବାରେ ଲାଗିଛି । ଗତ ଗୁରୁବାର ମନମୁଣ୍ଡା ଥାନା ଅନ୍ତର୍ଗତ ମସିଣାପଡା ଠାରେ ଏକ ବାଇକ ଦୁର୍ଘଟଣାରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଆହତ ହୋଇଥିଲେ । ଏହିଭଳି ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହି ଘଟଣାରେ ସ୍ଥାନୀୟ ଲୋକେ ମୃତକର ଶବକୁ ରାସ୍ତା ଉପରେ ରଖି ବିରୋଧ କରିବା ସହ ଚାରି ଘଣ୍ଟା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଓ ଟ୍ରାଫିକ ସମସ୍ୟା ନେଇ ରାଜପଥ ଅବରୋଧ କରିଥିଲେ । ଖବରପାଇ ପିଡି ସୂର୍ଯ୍ୟନାରାୟଣ ଦାସ, ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର ଓ ଏସଡିପିଓ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

ଏହାପରେ ମୃତକଙ୍କ ପରିବାରକୁ 50 ହଜାର ଟଙ୍କା ଓ ଇନସୁରାନ୍ସ ବାବଦକୁ ଟଙ୍କା ଦେବା ପାଇଁ ପ୍ରତିଶୃତି ଦେବାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ମରଣ ଯନ୍ତା ପାଲଟିଛି ଜାତୀୟ ରାଜପଥ ।ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ରେ ଧନଜୀବନ କ୍ଷତି ହେବାରେ ଲାଗିଛି ।
ଅଶୁଭ ହେଲା ଶନିବାର ।ବୌଦ୍ଧ ସହରର ବ୍ରିଜ ଛକ ୫୭ ନମ୍ବର ଜାତୀୟ ରାଜପଥ ଉପରେ ହୋଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ।ଯେଉଁଥିରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ମହେଶ ପ୍ରଧାନ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ।ସକାଳ ପ୍ରାୟ ଛ ଟା ବେଳେ ବ୍ରିଜ ଛକ ଠାରେ ଏକ ଟ୍ରକ ବିପରୀତ ଦିଗରୁ ଆସୁଥିବା ବାଇକ ଉପରେ ଚଢି ଯିବାରୁ ଟୁଟୁସିଙ୍ଗା ଗାଁର ମହେଶ ଙ୍କ ମୃତ୍ୟୁ ହୋଇଯାଇଛି ।ଗତ ଗୁରୁବାର ଦିନ ମଧ୍ୟ ମନମୁଣ୍ଡା ଥାନା ଅନ୍ତର୍ଗତ ମସିଣାପଡା ଠାରେ ଏକ ବାଇକ ଦୁର୍ଘଟଣା ରେ ଜଣଙ୍କ ମୃତ୍ୟୁ ଓ ଜଣେ ଆହତ ହୋଇଥିଲେ ।ଏହାଛଡା ଗୁରୁବାର ଦିନ ସାମ୍ବାଦିକ ବିଶ୍ବଜିତ ପୃଷ୍ଟି ମାଧପୁର ଠାରେ ଦୁର୍ଘଟଣା ରେ ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇ ଚିକିତ୍ସିତ ହେଉଛନ୍ତି ।ଆଜିର ଦୁର୍ଘଟଣା ରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ମୃତକ ର ଶବକୁ ରାଜପଥ ଉପରେ ରଖି ଦୀର୍ଘ ଚାରିଘଣ୍ଟା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଓ ଟ୍ରାଫିକ ସମସ୍ୟା କୁନେଇ ରାଜପଥ ଅବରୋଧ କରିଥିଲେ ।ଘଟଣା ସ୍ଥଳରେ ପିଡି ସୂର୍ଯ୍ୟ ନାରାୟଣ ଦାସ,ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର,ଏସଡିପିଓ ସାଲେଷ୍ଟିନ ଟିଗା ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା ପରେ ରାସ୍ତା ଅବରୋଧ ହଟିଥିଲା ।ମୃତକଙ୍କ ପରିବାରକୁ ପଚାଶ ହଜାର ଟଙ୍କା ଓ ଇନ୍ସୁରାନ୍ସ ବାବଦ ଟଙ୍କା ପ୍ରଦାନ ପାଇଁ ପ୍ରତିଶ୍ରୁତି ପରେ ଶବକୁ ପୋଲିସ ପିସିଆରରେ ନିଆଯାଇ ଶବକୁ ବ୍ୟବଛେଦ କରାଯାଇଥିଲା ।

Body:ଦୁର୍ଘଟଣା ରେ ଯୁବକ ଙ୍କ ମୃତ୍ୟୁ ରୁ ଜାତୀୟ ରାଜପଥ ଅବରୋଧ ।

Conclusion:ବାଇଟ-୧-ମନସୁର ଖାନ,ଦୁର୍ଘଟଣା ର ପ୍ରତ୍ୟକ୍ଷଦର୍ଶୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.