ETV Bharat / state

ବୌଦ୍ଧରେ ହଟିଲା ରାଜନୈତିକ ଦଳର ପୋଷ୍ଟର ଓ ବ୍ୟାନର

author img

By

Published : Jan 16, 2022, 7:01 AM IST

ଦିନକୁ ଦିନ ବଢିବାର ଲାଗିଛି ପଞ୍ଚାୟତ ନିର୍ବାଚନୀ ତାତି । ବୌଦ୍ଧ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ପ୍ରଶାସନ ପକ୍ଷରୁ ରାଜନୈତିକ ଦଳର ହୋର୍ଡିଂକୁ ଓ ପ୍ରଚାର ପତ୍ରକୁ ହଟାଇଛି । ଅଧିକ ପଢନ୍ତୁ

poster remove by boudh dist adminstration
ବୌଦ୍ଧ ଜିଲ୍ଲାରେ ରାଜନୈତିକ ଦଳର ପୋଷ୍ଟର ଓ ବ୍ୟାନର ହଟାଇଲା ପ୍ରଶାସନ

ବୌଦ୍ଧ: ଦିନକୁ ଦିନ ବଢିବାର ଲାଗିଛି ପଞ୍ଚାୟତ ନିର୍ବାଚନୀ ତାତି । ବୌଦ୍ଧ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ପ୍ରଶାସନ ପକ୍ଷରୁ ରାଜନୈତିକ ଦଳର ହୋର୍ଡିଂକୁ ଓ ପ୍ରଚାର ପତ୍ରକୁ ହଟାଇଛି । ବିଭିନ୍ନ ସ୍ଥାନରେ ଲାଗିଥିବା ରାଜନୈତିକ ଦଳର ହୋର୍ଡିଂ ଓ ପ୍ରଚାର ପତ୍ରକୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ । ଅନ୍ୟପଟେ ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଅନ୍ତର୍ଗତ ସମସ୍ତ 69ଟି ପଞ୍ଚାୟତରେ ଆଶାୟୀ ପ୍ରାର୍ଥୀ ନିଜ ନିଜ ପ୍ରଚାର ଆରମ୍ଭ କରିଛନ୍ତି । ଏଥିସହ ଭୋଜି ଭାତର ଆସର ଦେଖିବାକୁ ମିଳିଛି ।

ଅପରପକ୍ଷେ ଜିଲ୍ଲାରେ ଆଚରଣ ବିଧି ଚାଲୁ ରହିଥିବା ବେଳେ କୋରୋନା କଟକଣାକୁ ଉଲ୍ଲଙ୍ଘନ କରି ଭୋଜି ଭାତର ଆୟୋଜନ ହେଉଛି । ଏଥିସହ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ନେଇ ଅଭିଯୋଗ ହୋଇଛି । ନିର୍ବାଚନରେ ଶାସକ ବିଜେଡିକୁ ମାତ ଦେବାକୁ ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସେହିଭଳି ବୌଦ୍ଧ ଜିଲ୍ଲାର ସମୁଦାୟ ୯ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ଶାସକ ବିଜେଡ଼ି ସହିତ ବିଜେପି ଓ କିଛି ସ୍ଥାନରେ କଂଗ୍ରେସ ଦଳର ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.