ETV Bharat / state

ପାଇପ ବିଛା କାର୍ଯ୍ୟରେ ଠିକାଦାରଙ୍କ ମନୋମୁଖୀ ଅଭିଯୋଗ, ଜନ ଅସନ୍ତୋଷ ବୃଦ୍ଧି - ବୌଦ୍ଧ କଣ୍ଟାମାଳ ବ୍ଲକରେ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ

ବୌଦ୍ଧ କଣ୍ଟାମାଳ ବ୍ଲକ ଅଞ୍ଚଳରେ ପାଇପ ବିଛା କାର୍ଯ୍ୟରେ ଠିକାଦାର ମନୋମୁଖୀ କାର୍ଯ୍ୟ କରୁଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

ପାଇପ ବିଛା କାର୍ଯ୍ୟରେ ଠିକାଦାରଙ୍କ ମନୋମୁଖୀ ଅଭିଯୋଗ, ଜନ ଅସନ୍ତୋଷ ବୃଦ୍ଧି

author img

By

Published : Dec 31, 2021, 10:56 PM IST

ବୌଦ୍ଧ: ଜିଲ୍ଲାର କଣ୍ଟାମାଳ ବ୍ଲକ ଲୋକାପଡ଼ା ଓ ବୌଦ୍ଧ ବ୍ଲକର ଜଗତୀ ନିକଟରେ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ନେଇ ହୋଇଛି ଅଭିଯୋଗ । ବିଭିନ୍ନ ପ୍ରକଳ୍ପର ଠିକା କାର୍ଯ୍ୟ ହାତେଇଥିବା ସଂସ୍ଥା ଜିଲ୍ଲାର ଗ୍ରାମାଞ୍ଚଳରୁ ନେଇ ସହର ପର୍ଯ୍ୟନ୍ତ ପାଇପ ବିଛା କାର୍ଯ୍ୟରେ ମନୋମୁଖୀ କରୁଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ବୃଦ୍ଧି ପାଇଛି ଜନ ଅସନ୍ତୋଷ ।

ପାଇପ ବିଛା କାର୍ଯ୍ୟରେ ଠିକାଦାରଙ୍କ ମନୋମୁଖୀ ଅଭିଯୋଗ, ଜନ ଅସନ୍ତୋଷ ବୃଦ୍ଧି

ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ରାସ୍ତା ଘାଟ ବିପଦ ଶଙ୍କୁଳ ହୋଇପଡିଛି । ଅଧାପନ୍ତରିଆ କାମ ସହିତ ଧିମା କାର୍ଯ୍ୟ କରୁଛି ଠିକା ସଂସ୍ଥା । ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଲୋକାପଡା ଓ ବୌଦ୍ଧ ବ୍ଲକର ଜଗତୀ ନିକଟରେ ଦୁଇଟି ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣଧୀନ ରହିଛି । ବିଭିନ୍ନ ଗ୍ରାମକୁ ଜଳଯୋଗାଣ ପାଇଁ ପାଇପ ବିଛା ନାଁରେ ରାସ୍ତା ଘାଟ ଖୋଳି ଠିକା ସଂସ୍ଥା ପୋତିବାକୁ ଭୁଲିଯାଉଛି ।

ଫଳରେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ଏଥିପାଇଁ ଛୋଟବଡ଼ ଦୁର୍ଘଟଣା ଘଟୁଛି । ବୌଦ୍ଧ ପୌରାଞ୍ଚଳରେ ମଧ୍ୟ ଅନୁରୂପ ପାଇପ ବିଛା ନାଁରେ ଦୀର୍ଘ ଦିନ ହେଲା କାମ ଚାଲିଛି ଯେ ସରିବାର ନା ଧରୁନି । ଫଳରେ ସୁନ୍ଦର ବୌଦ୍ଧ ସହର ବର୍ତ୍ତମାନ ବିକଳାଙ୍ଗ ସଦୃଶ୍ୟ ହୋଇଥିବା ଅଞ୍ଚବାସୀ ଅଭିଯୋଗ କରିଛନ୍ତି । ରାସ୍ତା ଖୋଳା ନେଇ କୌଣସି ସ୍ଥାନରେ ମଧ୍ୟ ସୂଚନା ଦିଆଯାଉ ନାହିଁ ।

ତେଣୁ ଏ ନେଇ ବୁଦ୍ଧିଜୀବୀ, ସ୍ବେଚ୍ଛାସେବୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଅଭିଯୋଗ କଲେ ଠିକାଦାରମାନେ ଶୁଣୁନଥିବା ବେଳେ ବିଭାଗୀୟ ଅଧିକାରୀ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି । ତେଣୁ ଆଗାମୀ ଦିନରେ ଅସନ୍ତୁଷ୍ଟ ଜନସାଧାରଣ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.