ବୌଦ୍ଧ: ବୀର ଶହୀଦଙ୍କୁ ଛାତ୍ର ଓ ଯୁବ ଗୋଷ୍ଠୀର ଶ୍ରଦ୍ଧାଞ୍ଜଳି । ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଚୀନ ରାଷ୍ଟ୍ରପତିଙ୍କ କୁଶପୁତ୍ତଳିକା ଦାହ କଲେ ଛାତ୍ର ଓ ଯୁବ ଗୋଷ୍ଠୀ । ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ଦୃଢ ପ୍ରତିଜ୍ଞା କଲେ ଯୁବଗୋଷ୍ଠୀ ।
ସାରା ଭାରତରେ ଚୀନର ବର୍ବରତାକୁ ଦୃଢ ଭାବରେ ନିନ୍ଦା କରାଯାଉଛି । ବୌଦ୍ଧରେ ଚୀନର ବର୍ବରତା ବିରୁଦ୍ଧରେ ଦୃଢ଼ ପ୍ରତିବାଦ ଜଣାଇଲେ ଛାତ୍ର ଓ ଯୁବ ଗୋଷ୍ଠୀ । ଶୁକ୍ରବାର ସଂନ୍ଧ୍ୟାରେ ବୌଦ୍ଧ ପୌରାଞ୍ଚଳ ପୋଡାପୋଡାର ଶତାଧିକ ଛାତ୍ର ଓ ଯୁବକ ଶାନ୍ତି ପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସହର ପରିକ୍ରମା ସହିତ ଭାରତ ମାତାର ବୀର ସହୀଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।ଚୀନ ସାମଗ୍ରୀକୁ ବର୍ଜନ କରିବାକୁ ଦୃଢ ପ୍ରତିଜ୍ଞା ନେବା ସହିତ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି ।ଏହି ପରିସ୍ଥିତିରେ ଯୁବ ସମାଜ ଭାରତୀୟ ସେନା ପଛରେ ଛିଡା ହେବା ସହିତ ଆବଶ୍ୟକ ହେଲେ ଯୁବ ବର୍ଗ ସେନା ସହିତ ମିଶି ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବାକୁ ପ୍ରସ୍ତୁତ ହେବେ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି,ଇଟିଭି ଭାରତ