ETV Bharat / state

Panchayat Poll: ବୌଦ୍ଧରେ ଗୋଟିଏ ପ୍ରାର୍ଥୀପତ୍ର ନାକଚ

author img

By

Published : Jan 23, 2022, 9:04 AM IST

ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ଶନିବାର ଏହାର ଯାଞ୍ଚ ହୋଇଛି । ଜିଲ୍ଲାର ସମୁଦାୟ 41 ଗୋଟି ପ୍ରାର୍ଥୀ ପତ୍ରରୁ ଗୋଟିଏ ନାକଚ । ଅଧିକ ପଢନ୍ତୁ

Panchayat Poll: ଏଣିକି ଗାଁ ଗାଁ ବୁଲି ଭୋଟରଙ୍କୁ ପ୍ରଭାବିତ କରିବେ ପ୍ରାର୍ଥୀ

ବୌଦ୍ଧ: ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ଗ୍ରାମାଞ୍ଚଳ ରାଜନୀତି । ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ଶନିବାର ଏହାର ଯାଞ୍ଚ ହୋଇଛି । ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ବେଳେ 25 ତାରିଖରେ ନିର୍ବାଚନ କମିଶନର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ । ଗାଁ ଗାଁରେ ସରଗରମ ହେବ ପ୍ରଚାର । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିବେ ବିଭିନ୍ନ ଦଳ।

ବୌଦ୍ଧ ଜିଲ୍ଲାର ସମୁଦାୟ 69 ଗୋଟି ପଞ୍ଚାୟତ ସମେତ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀ ପତ୍ର ଯାଞ୍ଚ ହୋଇଥିଲା ।ତେବେ କେତେକ ସ୍ଥାନରେ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ଅନ୍ୟାନ୍ୟ ପ୍ରସଙ୍ଗ କୁନେଇ ଅଭିଯୋଗ ହେବା ପରେ ସ୍ଥିତି ଅତ୍ୟନ୍ତ ରୋଚକପୂର୍ଣ୍ଣ ହୋଇଛି । ଯାଞ୍ଚ ସମୟରେ ବୌଦ୍ଧ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ଦାଖଲ ହୋଇଥିବା ସମୁଦାୟ 41 ଟି ନାମାଙ୍କନ ପତ୍ରରୁ ଗୋଟିଏ ନାକଚ ହୋଇଯାଇଛି ।

ପଞ୍ଚାୟତ ନିର୍ବାଚନର ସମୀକ୍ଷା ପାଇଁ ରାଜ୍ୟ ନିର୍ବାଚନ କମିଶନ ରୁ ପର୍ଯ୍ୟବେକ୍ଷକ ଭାବରେ ତୁଷାର କାନ୍ତ ମହାନ୍ତି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିବା ସୂଚନା ରହିଛି । ଚଳିତ ପଞ୍ଚାୟତ ନିର୍ବାଚନ ଜିଲ୍ଲାରେ ଶାସକ ବିଜେଡି ସହିତ ସିଧାସଳଖ ବିଜେପି ପ୍ରାର୍ଥୀଙ୍କ ମୁକାବିଲା ହେବ ବୋଲି ଚର୍ଚ୍ଚା ହେଉଛି ।

ତେବେ କେତେକ ଆସନରେ କଂଗ୍ରେସ, ସିପିଆଇ ଓ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ନେଇ ମଧ୍ୟ ସମ୍ଭାବନା ରହିଛି । ତେବେ କେଉଁ ଦଳ ବାଜିମାତ କରିବ ଓ କିଏ ଚିତପଟାଙ୍ଗ ହେବ ସେ ନେଇ ଜିଲ୍ଲାରେ ଅଙ୍କ କଷା ଚାଲିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.