ବୌଦ୍ଧ: କିଛି ଦିନର ବ୍ୟବଧାନ ପରେ ପୁଣି ବୌଦ୍ଧକୁ ଫେରିଲା କୋରୋନା । ଜିଲ୍ଲାରେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଆଉଜଣେ ପ୍ରବାସୀ ଓଡିଆ । ନିକଟରେ ସେ ଗୁଜୁରାଟରୁ ଫେରି ସ୍ଥାନୀୟ ମନମୁଣ୍ଡାରେ ଏକ କ୍ବାରେଣ୍ଟିନ ସେଣ୍ଟରରେ ରହିଥିଲେ ।
ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା 41ରେ ପହଞ୍ଚିଛି । ସେଥିମଧ୍ୟରୁ 38 ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ବାକି ତିନିଜଣ ଆକ୍ରାନ୍ତ ବୌଦ୍ଧ ସ୍ଥିତ କୋଭିଡ ହେଲଥ କେୟାରରେ ଚିକିତ୍ସାଧୀନ ଅଛନ୍ତି । ଏନେଇ ବୌଦ୍ଧ ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ସ୍ବାବ ଟେଷ୍ଟ ହେଉନଥିବାରୁ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ