ETV Bharat / state

ବୌଦ୍ଧର ଲୋକକଳା ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ବିମୋହିତ ହେଲେ ଅଭିନେତ୍ରୀ ଅର୍ଚ୍ଚିତା

author img

By ETV Bharat Odisha Team

Published : Dec 23, 2023, 12:17 PM IST

Actress Archita Sahu in boudh: ବୌଦ୍ଧର ଏକ କାର୍ଯ୍ୟକ୍ରମରେ ଯୋଗ ଦେଲେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଜିଲ୍ଲାର ପାରମ୍ପରିକ ଲୋକକଳା ସହିତ ଅବର୍ଣ୍ଣନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟର କରିଲେ ପ୍ରଶଂସା । ଅଧିକ ପଢନ୍ତୁ

Archita Sahu praises natural beauty of boudh

ବୌଦ୍ଧ: ଜିଲ୍ଲାର ପାରମ୍ପରିକ ଲୋକକଳା ସହିତ ଅବର୍ଣ୍ଣନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟର ଭୂରି ଭୂରି ପ୍ରଶଂସା କରିଲେ ଅଭିନେତ୍ରୀ ଅର୍ଚ୍ଚିତା । ମହାନଦୀର ଦକ୍ଷିଣ ତଟରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରକୃତିରାଣୀର ଅବର୍ଣ୍ଣନୀୟ ସୌନ୍ଦର୍ଯ୍ୟ ବର୍ଷ ତମାମ ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସୁଛି । ବିଶେଷ ଭାବରେ ବର୍ତ୍ତମାନ ଶୀତ ଋତୁ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅଞ୍ଚଳ ଆହୁରି ଅଧିକ ମନଲୋଭା ହୋଇ ଉଠିଛି । ମହାନଦୀର ମର୍ଜାକୁଦ, ଡମକୁଚ,ପଦ୍ମତୋଳା ଭଳି ସ୍ଥାନରେ ବିଦେଶାଗତ ପକ୍ଷୀଙ୍କର ଆଗମନ ଯୋଗୁଁ ସେସବୁ ଅଞ୍ଚଳ ବେଶ ଆକର୍ଷଣୀୟ ହୋଇ ଉଠିଛି । ସେହିପରି ଏହାରି ମଧ୍ୟରେ ଶୀତୁଆ ସକାଳର କୁହୁଡିଆ ପରିବେଶ ମଧ୍ୟରେ ପ୍ରକୃତିର ସୌନ୍ଦର୍ଯ୍ୟ ସହିତ ବର୍ତ୍ତମାନ ମେଳା ମହୋତ୍ସବକୁ ଅଧିକ ଆକର୍ଷଣୀୟ କରୁଛି ।

ତେବେ ଡିସେମ୍ବର ମାସ ଠାରୁ ନେଇ ଫେବୃଆରୀ ମାସ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାରମ୍ପରିକ ତଥା ଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ସ୍ଥାନୀୟ କଳାକାରମାନେ ତଥା ସଂସ୍କୃତିପ୍ରେମୀ ମାନେ ବିଭିନ୍ନ ମେଳା ମହୋତ୍ସବର ଆୟୋଜନ କରୁଛନ୍ତି । ବିଶେଷ ଭାବରେ ଜିଲ୍ଲାର ପାରମ୍ପରିକ ଲୋକକଳା ପତ୍ର ଶଉରା, ଝାଲିଆ ଶବର, ଶବରୁଣୀ, ବାଇଧନ, ନଚନିଆ, ବଜନିଆ ଭଳି ଅନେକ ଲୁପ୍ତପ୍ରାୟ ଲୋକକଳାକୁ ବିଭିନ୍ନ ମଞ୍ଚରେ ପରିବେଷଣ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ- ଶୀତୁଆ ସନ୍ଧ୍ୟାରେ ଜମୁଛି ପଲ୍ଲିଶ୍ରୀ ମେଳା, ଗ୍ରାହକଙ୍କୁ ପସନ୍ଦ ଆସୁଛି ଜଙ୍ଗଲଜାତ ଦ୍ରବ୍ୟ

ଏହା ମଧ୍ୟ ପଢନ୍ତୁ- ବରଗଡ଼ରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ

ଗତ ଗୁରୁବାର ବୀରନରସିଂହପୁର ଠାରେ ଗଡ଼ଜାତ ଲୋକକଳା ମହୋତ୍ସବ ଉଦଯାପିତ ହୋଇଥିବା ବେଳେ ଆଉ ଗୋଟିଏ ଦିନ ପରେ ମନମୁଣ୍ଡା ଠାରେ ଅସୁରଗଡ ମହୋତ୍ସବର ଅୟମାରମ୍ଭ ହେବ । ତେଣୁ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ଏକ ପ୍ରକାର ଉତ୍ସବ ମୁଖର ହୋଇ ଉଠିଛି । ସେପଟେ ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ଏକ ବେସରକାରୀ ବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ଏହି ଅବସରରେ ଅର୍ଚ୍ଚିତା କୁନି କୁନି ପିଲାମାନଙ୍କ ଗହଣରେ ନାଚଗୀତରେ ସାମିଲ ହୋଇଥିଲେ । ଏହି ଅବସରରେ ଅଭିନେତ୍ରୀ ଅର୍ଚ୍ଚିତା ବୌଦ୍ଧ ଜିଲ୍ଲାର ପାରମ୍ପରିକ ଲୋକକଳା, ସଂସ୍କୃତି ତଥା ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.