ETV Bharat / state

କାହା ପାଇଁ ମାଳ ମାଳ ଯୋଜନା, ସରକାରଙ୍କୁ ଦିଶୁନି ଝରିଙ୍କ ଦୁଃଖ ! - ଯୋଜନା

ବୌଦ୍ଧର ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର ନାରାୟଣ ନଗର ଗ୍ରାମରେ ବାସ କରନ୍ତି ଝରି ମେହେର । ବୟସ 70ରୁ ଊର୍ଦ୍ଧ୍ବ ହୋଇ ସାରିଥିବାରୁ ଆଖିକୁ ଠିକ୍‌ରେ ଦେଖା ମଧ୍ୟ ଯାଉନାହିଁ । ତେବେ ଝରିଙ୍କୁ କିଛି ସରକାରୀ ସହାୟତା ଦିଆଯାଇଥିଲେ ମଧ୍ୟ ଘର ଖଣ୍ଡେ ଯୋଗାଇ ଦିଆଯାଇ ନଥିବା ସ୍ବୀକାର କରିଛନ୍ତି ପଞ୍ଚାୟତ ଅଧିକାରୀ । ଦେଖନ୍ତୁ ‘ଇଟିଭି ଭାରତ’ର ଏହି ରିପୋର୍ଟ...

ଫଟୋ ସୌଜନ୍ୟ: ପ୍ରତିନିଧ, ବୌଦ୍ଧ
author img

By

Published : Aug 4, 2019, 6:19 AM IST

ବୌଦ୍ଧ: ପରିଣତ ବୟସରେ ଅସହାୟ ଝରି ମେହେର । ନା ଅଛନ୍ତି ସ୍ବାମୀ, ପିଲା ନା କେହି ସମ୍ପର୍କୀୟ । ଝରି ଏବେ ଏକାକି ଅତି ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧ, ବୌଦ୍ଧ

ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର ନାରାୟଣ ନଗର ଗ୍ରାମରେ ବାସ କରନ୍ତି ଝରି ମେହେର । ବୟସ 70ରୁ ଊର୍ଦ୍ଧ୍ବ ହୋଇ ସାରିଥିବାରୁ ଆଖିକୁ ଠିକ୍‌ରେ ଦେଖା ମଧ୍ୟ ଯାଉନାହିଁ । ତେବେ ଏତିକିରେ ସରିନି ତାଙ୍କ ଦୁଃଖ ।

ଦୁଇ ଡେସିମିଲରେ ନିଜର ଏକ ମାତ୍ର ଘର ଥିଲା । ହେଲେ ଲଗାଣ ବର୍ଷାରେ ସେ ମଧ୍ୟ ଭାଙ୍ଗି ଗଲା । ତେଣୁ ଏବେ ପର ପିଣ୍ଡାରେ ଜୀବନ କଟୁଛି । କେହି ଯଦି ଦୟାକରି ତାଙ୍କୁ ମୁଠାଏ ଖାଇବାକୁ ଦେଉଛି ତେବେ ସେ ଖାଉଛନ୍ତି ନଚେତ ଉପାସ ରହିବା ନିଶ୍ଚିତ ।

ଏନେଇ ସ୍ଥାନୀୟ ପଞ୍ଚାୟତ ଅଧିକାରୀଙ୍କୁ ଜଣାଇବାରୁ ସେ ଝରିଙ୍କୁ କିଛି ସରକାରୀ ସହାୟତା ଦିଆଯାଇଥିଲେ ମଧ୍ୟ ଘର ଖଣ୍ଡେ ଯୋଗାଇ ଦିଆଯାଇ ନଥିବା ସ୍ବୀକାର କରିଛନ୍ତି । ଏହାସହ ଆଗାମୀ ଦିନରେ ତାଙ୍କୁ ଘର ଖଣ୍ଡେ ପ୍ରଦାନ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.