ETV Bharat / state

ଦରମା ବୃଦ୍ଧି ଦାବିରେ ଏସଏସବି ଅଧ୍ୟାପକଙ୍କ କଳାବ୍ୟାଚ ପରିଧାନ

author img

By ETV Bharat Odisha Team

Published : Sep 29, 2023, 12:07 PM IST

Updated : Sep 29, 2023, 12:19 PM IST

ଦରମା ହାରରେ ଅସଙ୍ଗତିକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଓଡ଼ିଶା ଏସଏସବି ଅଧ୍ୟାପକ ସଂଘ । ଏନେଇ ସେପ୍ଟେମ୍ବର 5 ତାରିଖରୁ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରୁଛି ଅଧ୍ୟାପକ ସଂଘ । ବୌଦ୍ଧ ଜିଲ୍ଲାର 2ଟି ପ୍ରମୁଖ ମହାବିଦ୍ୟାଳୟରେ କାର୍ଯ୍ୟରତ 22ଜଣ ଅଧ୍ୟାପଦ ଶାନ୍ତିପୂର୍ଣ୍ଣ ଭାବେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି ।

ଦରମା ବୃଦ୍ଧି ଦାବିରେ ଏସଏସବି ଅଧ୍ୟାପକମାନଙ୍କ କଳାବ୍ୟାଚ ପରିଧାନ
ଦରମା ବୃଦ୍ଧି ଦାବିରେ ଏସଏସବି ଅଧ୍ୟାପକମାନଙ୍କ କଳାବ୍ୟାଚ ପରିଧାନ

ଦରମା ବୃଦ୍ଧି ଦାବିରେ ଏସଏସବି ଅଧ୍ୟାପକଙ୍କ କଳାବ୍ୟାଚ ପରିଧାନ

ବୌଦ୍ଧ: ଦରମା ହାରରେ ଅସଙ୍ଗତିକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଓଡ଼ିଶା ଏସଏସବି ଅଧ୍ୟାପକ ସଂଘ । ଏନେଇ ସେପ୍ଟେମ୍ବର 5 ତାରିଖରୁ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରୁଛି ଅଧ୍ୟାପକ ସଂଘ । ବୌଦ୍ଧ ଜିଲ୍ଲାର 2ଟି ପ୍ରମୁଖ ମହାବିଦ୍ୟାଳୟରେ କାର୍ଯ୍ୟରତ 22ଜଣ ଅଧ୍ୟାପଦ ଶାନ୍ତିପୂର୍ଣ୍ଣ ଭାବେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି ।

ରାଜ୍ୟ ପ୍ରବରଣ ମଣ୍ଡଳ(ଏସଏସବି) ଦ୍ବାରା ଚୟନ ହୋଇ ନିଯୁକ୍ତ ହୋଇଥିବା ଅଧ୍ୟାପକଙ୍କ ଦରମା ଅସଙ୍ଗତିକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଜିଲ୍ଲା ଏସଏସବି ଅଧ୍ୟାପକ ସଂଘ । ଏନେଇ ସେପ୍ଟେମ୍ବର 5 ତାରିଖ (ଗୁରୁ ଦିବସ) ଠାରୁ ଜିଲ୍ଲାର ଏସଏସବି ଅଧ୍ୟାପକ ସଙ୍ଘର ସଦସ୍ୟମାନେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି । ବିଭିନ୍ନ ବେସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଏସଏସବି ଅଧ୍ୟାପକଙ୍କ ଦରମା ହାରକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବୌଦ୍ଧ ଜିଲ୍ଲାର ଦୁଇଟି ମହାବିଦ୍ୟାଳୟର 22 ଜଣ ଅଧ୍ୟାପକ, ଅଧ୍ୟାପିକାମାନେ ପ୍ରତିବାଦ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. Ayurvedic Student Protest: ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି, ଧାରଣାରୁ ଘୋଷାଡ଼ି ନେଲା ପୋଲିସ

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ 17ଜଣ ଅଧ୍ୟାପକ ଓ କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟରେ 5 ଜଣ ଏସଏସବି ଅଧ୍ୟାପକ କାର୍ଯ୍ୟ କରୁଛନ୍ତି । ସମସ୍ତ ଅଧ୍ୟାପକ ମାନେ ଷ୍ଟାଫ୍ ସିଲେକ୍ସନ ବୋର୍ଡ ଦ୍ବାରା ଚୟନ ହୋଇ ଦୁଇଟି ବେସରକାରୀ ଅନୁଦାନ ପ୍ରାପ୍ତ ଯୁକ୍ତ ତିନି କଲେଜରେ ଶିକ୍ଷାଦାନ କରୁଛନ୍ତି । କିନ୍ତୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ଦୁଇରେ ଶିକ୍ଷାଦାନ କରୁଥିବା ପିଜିଟି ବା ସ୍ନାତକୋତ୍ତର ଶିକ୍ଷକଙ୍କ ଦରମା ହାର ସହ ଏସଏସବି ଅଧ୍ୟାପକଙ୍କ ଦରମା ପ୍ରାୟ ସମାନ ରହିଛି । ଦରମା ହାରରେ ଏଭଳି ଅସଙ୍ଗତିକୁ ଜିଲ୍ଲାର ଉଭୟ ମହାବିଦ୍ୟାଳୟର ଅଧ୍ୟାପକ ସଂଘ ବିରୋଧ କରିବା ସହିତ ଏନେଇ ସରକାର ପୁନର୍ବିଚାର କରିବା ପାଇଁ ଦାବି କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ସଙ୍କଟରେ କୌଳିକ ବୃତ୍ତି, ବିିଭିନ୍ନ ଦାବି ନେଇ କୁମ୍ଭାର ମହାସଂଘର ଆନ୍ଦୋଳନ

ଏହାମଧ୍ୟ ପଢନ୍ତୁ.. ଲୋୟର ପିଏମଜିରେ ଆନ୍ଦୋଳନକାରୀଙ୍କୁ କଂଗ୍ରେସ ଓ ବିଜେପିର ସମର୍ଥନ

ଗୁରୁବାର ଦିନ ଜିଲ୍ଲାର ଏସଏସବି ଅଧ୍ୟାପକ ସଂଘ ପକ୍ଷରୁ ଏସମସ୍ତ ବିଷୟକୁ ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବିଶେଷ ଭାବରେ ଆନ୍ଦୋଳନରତ ଅଧ୍ୟାପକଙ୍କ ମୂଳ ଦରମା ହାର ବୃଦ୍ଧି ସହିତ ସପ୍ତମ ବେତନ କମିଶନ ଅନୁଯାୟୀ ସେମାନଙ୍କୁ ଦରମା ପ୍ରଦାନ ପାଇଁ ଦାବି କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Sep 29, 2023, 12:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.