ETV Bharat / state

10ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ନାମ ଆବାସ ଯୋଜନାରୁ ଗାଏବ ! - ଆବାସ ଗୃହ ଯୋଜନା ଅବ୍ୟବସ୍ଥା

ବୌଦ୍ଧ ଜିଲ୍ଲା ବଘିଆପଡା ପଞ୍ଚାୟତର 10ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ନାମ ଆବାସ ଗୃହ ଯୋଜନାରୁ ଗାଏବ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Names of more than 10 beneficiaries alleged missing from housing scheme in Boudh
10ରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ନାମ ଆବାସ ଗୃହ ଯୋଜନାରୁ ଗାଏବ ଅଭିଯୋଗ
author img

By

Published : Feb 1, 2021, 7:16 PM IST

ବୌଦ୍ଧ: ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ବଘିଆପଡା ପଞ୍ଚାୟତ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରରେ ଥିବା ମାଝୀସାହିରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ବଡ଼ ଦୁର୍ନୀତି ସାମନାକୁ ଆସିଛି । ମାଝୀସାହିର 10ରୁ ଊର୍ଦ୍ଧ୍ବ ଗରିବ ଲୋକଙ୍କ ନାମକୁ ଇସିସି ତାଲିକାରୁ ସମ୍ପୂର୍ଣ୍ଣ ଭାବେ ଗାଏବ କରି ଦେଇଥିବା ଅଭିଯୋଗ ହୋଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ଲମ୍ବା ତାଲିକା ଦିନକୁ ଦିନ ବୃଦ୍ଧି ପାଉଛି । ଏହି ତାଲିକାରେ ବଘିଆପଡା ପଞ୍ଚାୟତ ଯୋଡି ହୋଇଛି । ପଞ୍ଚାୟତ କାର୍ଯ୍ୟାଳୟଠାରୁ ଅଳ୍ପ ଦୂରରେ ଥିବା ମାଝୀସାହିରୁ ଆବାସ ଯୋଜନା ବିରୋଧରେ ଏକ ଚଞ୍ଚକତା ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ମାଝୀସାହିର ଦଶରୁ ଊର୍ଦ୍ଧ୍ବ ଗରିବ ଦିନ ମଜୁରିଆଙ୍କୁ ସରକାରଙ୍କ ପକ୍ଷରୁ ଆବାସ ଗୃହ ମିଳିବା ନେଇ ଇସିସି ତାଲିକାରେ ନାମ ରହିଥିଲା ।

କିନ୍ତୁ ପଞ୍ଚାୟତର କିଛି ଦଲାଲ ସେମାନଙ୍କ ନାମକୁ ପ୍ରଥମେ ତଳ ଉପର କରିବା ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ବାଦ କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ସୋମବାର ସମ୍ପୃକ୍ତ ହିତାଧିକାରୀମାନେ ବୌଦ୍ଧ ବିଡିଓ ଓ ଜିଲ୍ଲାପାଳଙ୍କୁ ଗୁହାରି ପାଇଁ ପହଞ୍ଚିଛନ୍ତି । ବିଡ଼ିଓ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ଆସନ୍ତା ଦଶ ଦିନ ମଧ୍ୟରେ ଏହାର ସମାଧାନ ନହେଲେ ହିତାଧିକାରୀମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.