ETV Bharat / state

ସଟର ତାଡି ମୋବାଇଲ ଦୋକାନରୁ ଲୁଟ - ବୌଦ୍ଧ ଖବର

ବୌଦ୍ଧ ଜିଲ୍ଲାରେ ସହରର ମଧ୍ୟ ଭାଗରେ ଥିବା ଏକ ମୋବାଇଲ ଦୋକାନରୁ ରାତିରେ ସଟର ତାଡି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ସଟର ତାଡି ମୋବାଇଲ ଦୋକାନରୁ ଲୁଟ
ସଟର ତାଡି ମୋବାଇଲ ଦୋକାନରୁ ଲୁଟ
author img

By

Published : Oct 8, 2022, 12:17 PM IST

ବୌଦ୍ଧ: ପୁଣି ମାତିଲେ ଚୋର । ଶାରଦୀୟ ନବରାତ୍ର ଦୁର୍ଗାପୂଜାରେ ସ୍ଥାନୀୟ ଅଞ୍ଚଳ ଚଳଚଞ୍ଚଳ ହୋଇଥିବାବେଳେ ଏହାର ସୁଯୋଗ ନେଇଛନ୍ତି କିଛି ଚୋର । ବୌଦ୍ଧ ଜିଲ୍ଲାରେ ସହରର ମଧ୍ୟ ଭାଗରେ ଥିବା ଏକ ମୋବାଇଲ ଦୋକାନରୁ ରାତିରେ ସଟର ତାଡି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଚୋର ମାନେ ସଟର ତାଡି ପାଞ୍ଚ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୋବାଇଲ ଚୋରି କରିଥିବା ନେଇ ସୂଚନା ମିଳିଛି । ତେବେ ଘଟଣା ବାବଦରେ ପୋଲିସର ତଦନ୍ତ ଜାରି ରହିଛି ।

ସଟର ତାଡି ମୋବାଇଲ ଦୋକାନରୁ ଲୁଟ

ଜିଲ୍ଲାରେ ନୂତନ ଏସପି କାର୍ଯ୍ୟରେ ଯୋଗଦେବା ପରେ ନାଇଟ ପାଟ୍ରୋଲିଂକୁ କଡାକଡି କରାଯାଇଛି । ତଥାପି ଗତକାଲି ରାତିରେ ପାର୍ବଣର ଶେଷ ରାତିରେ ବୌଦ୍ଧ ସହରର ମଧ୍ୟ ଭାଗରେ ଟାଉନହଲ ସମ୍ମୁଖରେ ଥିବା ଏକ ପ୍ରତିଷ୍ଠିତ ମୋବାଇଲ ସୋରୁମର ଚୋରି ହୋଇଛି । ଲୁଟ ସାମଗ୍ରୀର ମୂଲ୍ୟ ପାଞ୍ଚ ଲକ୍ଷରୁ ଟଙ୍କା ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋର ଗ୍ୟାଙ୍ଗର ଏଭଳି ଘଟଣାକୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ପୋଲିସର କଡା ପହରା ସତ୍ତ୍ବେ ଏଭଳି ଘଟଣା ସହରର ଚର୍ଚ୍ଚାର ବିଷୟ ହୋଇଛି । "ଆଜି ଗୋଟେ ଦୋକାନକୁ ଚୋରମାନେ ଟାର୍ଗେଟ କରିଛନ୍ତି । ପରବର୍ତ୍ତୀ ସମୟରେ ଅନ୍ୟ ଦୋକାନକୁ ଟାର୍ଗେଟ କରିପାରନ୍ତି । ତେଣୁ ପୋଲିସ ପାଟ୍ରୋଲିଂ ଆହୁରି କଡାକଡି ହେବା ଦରକାର" ବୋଲି ଜଣେ ବ୍ୟବସାୟୀ କହିଛନ୍ତି ।

ବୌଦ୍ଧ ଆଦର୍ଶ ଥାନାର ଅଧିକାରୀ ମାଧବାନନ୍ଦ ନାଏକଙ୍କ ନେତୃତ୍ବରେ ବିଭିନ୍ନ ଏହି ଚୋରି ଘଟଣାର ଯାଞ୍ଚ ପାଇଁ ସିସିଟିଭି ଫୁଟେଜ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି । ତେବେ ତୁରନ୍ତ ଲୁଟେରା ଗ୍ୟାଙ୍ଗର ସଦସ୍ୟଙ୍କୁ କାବୁ କରିବାକୁ ସମସ୍ତ ଉଦ୍ୟମ କରାଯାଉଛି ପୋଲି ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.