ETV Bharat / state

ଲକଡାଉନରେ ମଦ ଦୋକାନ ଖୋଲା, କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ ବିଭାଗ - କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ ବିଭାଗ

ଲକ ଡାଉନର ଷଷ୍ଠ ଦିନରେ ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲା ଯାଇଥିଲା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ ...

liquor-shop-opened-in-lock-down-period
ଲକଡାଉନ ଖୋଲା ମଦ ଦୋକାନ, କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ ବିଭାଗ
author img

By

Published : Mar 30, 2020, 11:40 PM IST

ବୌଦ୍ଧ: ଲକ ଡାଉନର ଷଷ୍ଠ ଦିନରେ ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ଦେଶୀ ଓ ବିଦେଶୀ ମଦ ଦୋକାନ ଖୋଲା ଯାଇଥିଲା ଦେଖିବାକୁ ମିଳିଛି । ଏପରିକି କେତେକ ଦୋକାନରେ ଛୋଟ ପିଲା ମାନଙ୍କୁ କାମରେ ନିୟୋଜିତ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ସମାଲୋଚନା କରାଯାଇଥିବା ବେଳେ ପ୍ରଶାସନ ଏହାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଲକଡାଉନ ଖୋଲା ମଦ ଦୋକାନ, କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ ବିଭାଗ

ଲକଡାଉନର ଷଷ୍ଠ ଦିନରେ ବୌଦ୍ଧ ଜିଲ୍ଲାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଅବକାରୀ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ଦେଶୀ ଓ ବିଦେଶୀ ମଦ ଦୋକାନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଗୋଲେଇ ଚିହ୍ନ ଦିଆଯାଇ ଦିନ ଦଶଟାରୁ ବାରଟା ପର୍ଯ୍ୟନ୍ତ ଖୋଲା ଯାଇଥିଲା । ପରେ ବୌଦ୍ଧ ଥାନା ପକ୍ଷରୁ ଚଢ଼ାଉ କରାଯାଇ ବିଭିନ୍ନ ମଦଦୋକାନରେ କାର୍ଯ୍ୟ କରୁଥିବା 6 ଜଣ କର୍ମଚାରୀଙ୍କୁ ଅଟକ ରଖାଯାଇଥିଲା । ତେବେ ରାଣୀସାହିରେ ଥିବା ଦେଶୀ ମଦ ଦୋକାନରୁ ଛୋଟ ପିଲାଙ୍କ ଦ୍ବାରା ମଦ ନିଆଯାଉଥିବା ଦୃଶ୍ୟ ଆଜି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଥିଲା । ଯାହାକୁ ଜିଲ୍ଲାର ବୁଦ୍ଧିଜୀବୀ କଡା ସମାଲୋଚନା କରିଛନ୍ତି ।

ମଦଦୋକାନ ଖୋଲିବା ନେଇ ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇ ନଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହା ସହ ଘଟଣାର ତଦନ୍ତ କରି ଦୃଢ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଈଟିଭି ଭାରତକୁ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.