ETV Bharat / state

ଦଲାଲ୍‌ଙ୍କ କ୍‌ବଜାରେ ବୌଦ୍ଧ ଶ୍ରମ କାର୍ଯ୍ୟାଲୟ ! ସହାୟତା ପାଉ ନାହାନ୍ତି ଶ୍ରମିକ - ଦଲାଲଙ୍କ କବଳରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ

Boudh Labourers Govt. Assistance Problem: ଦଲାଲଙ୍କ କବଳରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ । ବୌଦ୍ଧରେ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ମୃତ ଶ୍ରମିକଙ୍କ ପରିବାରକୁ ସହାୟତା ମିଳୁନଥିବା ଅଭିଯୋଗ

author img

By ETV Bharat Odisha Team

Published : Dec 10, 2023, 3:37 PM IST

ମୃତ ଶ୍ରମିକଙ୍କ ପରିବାରକୁ ସହାୟତା ମିଳୁନଥିବା ଅଭିଯୋଗ

ବୌଦ୍ଧ: ଦଲାଲଙ୍କ କବଳରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ । ଅସହାୟ ହିତାଧିକାରୀଙ୍କୁ ସହାୟତା ଯୋଗାଇଦେବା ନାଁରେ ଦଲାଲମାନେ ଅର୍ଥ ଶୋଷଣ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ଅର୍ଥ ବାବଦକ କିଛି ଦଲାଲ ମୂଲଚାଲ କରୁଛନ୍ତି । ମୂଲଚାଲ ନହୋଇ ପାରିଲା ତେବେ ଉକ୍ତ ହିତାଧିକାରଙ୍କୁ ବାରମ୍ବାର ହଇରାଣ କରାଯାଉଥିବା ନେଇ ବହୁ ଅଭିଯୋଗ ହୋଇଛି ।

ଉପାନ୍ତ ଅଞ୍ଚଳର ଶ୍ରମିକଙ୍କୁ ଦଲାଲମାନେ ଶୋଷଣ କରୁଥିବା ବେଳେ ସହାୟତା ନାଁରେ ବ୍ୟାପକ ଅର୍ଥ ଶ୍ରମିକଙ୍କଠାରୁ ଆଦାୟ କରୁଛନ୍ତି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ୫୦ ହଜାରରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକଙ୍କ ନାମ ପଞ୍ଜିକୃତ ହୋଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ଉଭୟ କୁଶଳୀ ଓ ଅଣକୁଶଳୀ ଶ୍ରମିକ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଜିଲ୍ଲାର କେବଳ କଣ୍ଟାମାଳ ବ୍ଲକରେ ସର୍ବାଧିକ ନିର୍ମାଣ ଶ୍ରମିକ ରହିଥିବା ବେଳେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଶ୍ରମିକ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । କଣ୍ଟାମାଳ ବ୍ଲକର ୨୪ ପଞ୍ଚାୟତର ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏହି ଶ୍ରମିକମାନଙ୍କୁ ସ୍ଥାନୀୟ କେତେକ ଦଲାଲ ଶ୍ରମିକ ସଂଗଠନ ପରିଚୟ ଦେଇ ଆର୍ଥିକ ଶୋଷଣ କରୁଥିବା ଅଭିଯୋଗ ହୋଇଛି । କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଏଭଳି ଶ୍ରମିକ ଦଲାଲମାନେ ସକ୍ରିୟ ହୋଇ ଉଠିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ଥଇଥାନ ଦାବିରେ ମୃତ ଶ୍ରମିକଙ୍କ ପରିବାରର ଆମରଣ ଅନଶନ

ଏହା ମଧ୍ୟ ପଢନ୍ତୁ- ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ହିତାଧିକାରୀଙ୍କୁ ଦେଖାଉଛି ନାଲି ଆଖି !

ବିଶେଷ ଭାବରେ ଗରିବ ନିରୀହ ଶ୍ରମିକଙ୍କୁ ବିଭିନ୍ନ ଯୋଜନାରେ ସାମିଲ ପାଇଁ ପ୍ରଲୋଭିତ କରି ଶ୍ରମିକଙ୍କ ଠାରୁ ଅନୈତିକ ଭାବରେ ଅର୍ଥ ଆଦାୟ କରୁଥିବା ଏକାଧିକ ଅଭିଯୋଗ ହୋଇଛି । ଏପରିକି ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ବାବଦ ଅର୍ଥକୁ ମଧ୍ୟ ଏଭଳି କରିତକର୍ମା ଦଲାଲ ମୂଲଚାଲ କରୁଛନ୍ତି । ଯଦି ମୂଲଚାଲ ନହୋଇ ପାରିଲା ତେବେ ଉକ୍ତ ହିତାଧିକାରଙ୍କୁ ବାରମ୍ବାର ହଇରାଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି ।

ସେପଟେ ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ସୁଶାନ୍ତ ପାଇକରାୟ କହିଛନ୍ତି, "ଶ୍ରମିକ ସଂଗଠନ କେବଳ ହିତାଧିକାରୀଙ୍କ ପଞ୍ଜିକୃତ କରିବା ପାଇଁ ସରକାରୀ ଅନୁମତି ପାଇଛନ୍ତି । ସେତିକି ତାଙ୍କର କାମ । ଏଥିସହ କୌଣସି ଶ୍ରମିକର ସୁବିଧା ଅସୁବିଧା ବିଷୟ ନେଇ ଅଫିସରେ ଅଭିଯୋଗ କରିପାରିବେ । ଏହାଛଡା ତାଙ୍କର କୌଣସି କାମ ନାହିଁ । ଏହାରି ମଧ୍ୟରେ ଯଦି କୌଣସି ସଂଗଠନ ହିତାଧିକାରୀଙ୍କୁ ହଇରାଣ ଅସୁବିଧା କରୁଛନ୍ତି । ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.