ETV Bharat / state

ବିପଦଶଙ୍କୁଳ ଅବସ୍ଥାରେ ଉଠା ଜଳସେଚନ ପ୍ରକଳ୍ପ - irrigation project in danger spot

ବୌଦ୍ଧ ଜିଲ୍ଲାର କରଡି ଠାରେ ମହାନଦୀ ଓ ଜାମୁଜୋର ଝରଣା ମୁହାଣ ନିକଟରେ ରହିଛି ଏକ ଉଠା ଜଳସେଚନ ପ୍ରକଳ୍ପ । ଏହି ଘଟଣାକୁ ନେଇ ଲୋକେ ଏବେ ଭୟ ଓ ଆଶଙ୍କାରେ ରହିଛନ୍ତି।

boudh
ବିପଦଶଙ୍କୁଳ ଅବସ୍ଥାରେ ଉଠା ଜଳସେଚନ ପ୍ରକଳ୍ପ
author img

By

Published : Feb 18, 2020, 3:03 AM IST

ବୌଦ୍ଧ: ବିପଦଶଙ୍କୁଳ ଅବସ୍ଥାରେ ନଦୀ ମୁହାଣରେ ଉଠା ଜଳସେଚନ ପ୍ରକଳ୍ପ । ବୌଦ୍ଧ ଜିଲ୍ଲାର କରଡି ଠାରେ ମହାନଦୀ ଓ ଜାମୁଜୋର ଝରଣା ମୁହାଣ ନିକଟରେ ରହିଛି ଏକ ଉଠା ଜଳସେଚନ ପ୍ରକଳ୍ପ । ମାତ୍ର ଗତ କିଛିଦିନ ତଳେ ହୋଇଥିଲା ବନ୍ୟାରେ ଜାମୁଜୋର ଝରଣାର କୂଳଖାଇ ମାଟି ଧୋଇ ଯାଇଥିଲା ।

ବିପଦଶଙ୍କୁଳ ଅବସ୍ଥାରେ ଉଠା ଜଳସେଚନ ପ୍ରକଳ୍ପ

ଯାହାଫଳରେ ପ୍ରକଳ୍ପକୁ ସଂଯୋଗ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ବିପଦଶଙ୍କୁଳ ଅବସ୍ଥାରେ ରହିଛି। ଏହି ଘଟଣାକୁ ନେଇ ଲୋକେ ଏବେ ଭୟ ଓ ଆଶଙ୍କାରେ ରହିଛନ୍ତି । କୌଣସି ସମୟରେ ମଧ୍ୟ ଏଠାରେ ଅଘଟଣ ଘଟିବାର ଆଶଙ୍କା ଥିବାରୁ ଏହାକୁ ସ୍ଥାନାନ୍ତର କିମ୍ବା ଅନ୍ୟ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ କରଡିର ଚାଷୀମାନେ ଦାବି କରିଛନ୍ତି ।

ଏ ସମ୍ପର୍କରେ ଇଟିଭି ଭାରତ ଠାରୁ ସୂଚନା ପାଇ ବୌଦ୍ଧ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.