ETV Bharat / state

ବୌଦ୍ଧ ବିଜେଡିରେ ଫାଟ ! ବିଧାୟକଙ୍କ ବିରୁଦ୍ଧରେ ପରିବର୍ତ୍ତନ ସମାବେଶ - Political clash in Boudh

BJD MLA faces resistance from BJD: ବିଜେଡି ବିଧାୟକଙ୍କୁ ବୌଦ୍ଧ ଜିଲ୍ଲା ବିଜେଡି ସଙ୍ଗଠନରୁ ବିରୋଧ । ବିଭିନ୍ନ ସମସ୍ୟା ନେଇ କଣ୍ଟାମାଳ ବିଧାୟକଙ୍କୁ ଟାର୍ଗେଟ କଲେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ । ଅଧିକ ପଢନ୍ତୁ

ବୌଦ୍ଧ ବିଜେଡିରେ ଫାଟ , ବିଧାୟକଙ୍କ ବିରୁଦ୍ଧରେ ପରିବର୍ତ୍ତନ ସମାବେଶ ଜାରି

author img

By ETV Bharat Odisha Team

Published : Jan 13, 2024, 8:19 PM IST

ବୌଦ୍ଧ ବିଜେଡିରେ ଫାଟ , କଣ୍ଟାମାଳ ବିଧାୟକଙ୍କ ବିରୁଦ୍ଧରେ ପରିବର୍ତ୍ତନ ସମାବେଶ ଜାରି

ବୌଦ୍ଧ: ବୌଦ୍ଧ ଜିଲ୍ଲା ବିଜେଡି ସଙ୍ଗଠନରେ ଅନ୍ତର୍ଦ୍ବନ୍ଦ । ଶାସକ ବିଜେଡି ବିଧାୟକଙ୍କୁ ନିଜ ଦଳରୁ ବିରୋଧ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପଦାରେ ପଡିଲାଣି ଶାସକ ଦଳର ଦଳୀୟ କନ୍ଦଳ । ପରିବର୍ତ୍ତନ ସମାବେଶ ମାଧ୍ୟମରେ ସ୍ଥାନୀୟ କଣ୍ଟାମାଳ ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ବୌଦ୍ଧ ବ୍ଲକ ଅଧ୍ୟକ୍ଷ । ମାଟି ମୋରମ ବିଛାରେ ନିର୍ବାଚନ ମଣ୍ଡଳୀର ବିକାଶ ସୀମିତ ହେବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ଦଳୀୟ ନେତା । ଗତ ୨୦୦୯ ମସିହାରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଏକ ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଲା ପରେ ଲଗାତାର ଭାବରେ ତିନି ଥର ଏଠାରୁ ଶାସକ ବିଜେଡ଼ି ଦଳର ପ୍ରାର୍ଥୀ ବିଜୟୀ ହୋଇ ଆସିଛନ୍ତି ।

ଦଳ ପକ୍ଷରୁ ବର୍ତ୍ତମାନର ବିଧାୟକ ମହୀଧର ରଣା ଲଗାତାର ୨ ଥର ବିଜୟ ଲାଭ କରିଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରସଙ୍ଗକୁ ନେଇ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ପରିବର୍ତ୍ତନ ସମାବେଶର ଆୟୋଜନ ମାଧ୍ୟମରେ ବିଧାୟକ ମହୀଧର ରଣାଙ୍କୁ ଟାର୍ଗେଟ କରିଛନ୍ତି । ଶୁକ୍ରବାର ବୌଦ୍ଧ ଜିଲ୍ଲା ସିମିଳିପଦର ପଞ୍ଚାୟତର ଲୋକାପଡା ଠାରେ ହଜାର ହଜାର କର୍ମୀଙ୍କ ସମାବେଶ ମଧ୍ୟରେ ଶ୍ରୀ ରଥ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିକାଶକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ବାସ୍ଥ୍ୟ , ଗମନାଗମନ ଭଳି ମୌଳିକ ସୁବିଧାରୁ ଅଞ୍ଚଳବାସୀ ବଞ୍ଚିତ ହୋଇଛନ୍ତି । ବର୍ତ୍ତମାନର ଜନ ପ୍ରତିନିଧିଙ୍କ ଅପାରଗତା ତଥା ଦୁର୍ନୀତିପଣିଆ ଯୋଗୁଁ କଣ୍ଟାମାଳରେ ଆଖିଦୃଶିଆ ବିକାଶ ହୋଇପାରିନାହିଁ ।

ଏହା ମଧ୍ୟ ପଢନ୍ତୁ ... ବୌଦ୍ଧରେ ବିଜେଡିରେ ଅନ୍ତଃଦ୍ବନ୍ଦ, ବିଧାୟକଙ୍କୁ କର୍ମୀଙ୍କ ଖୋଲା ଚ୍ୟାଲେଞ୍ଜ

ସେହିପରି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ଫଣ୍ଡରେ ଦୁର୍ନୀତି ହେଉଥିବାର ଅଭିଯୋଗ ଆଣିଛନ୍ତି ବୌଦ୍ଧ ବ୍ଲକ ଅଧ୍ୟକ୍ଷ । ପୂର୍ବରୁ ଗତ ନଭେମ୍ବର ମାସରେ କଣ୍ଟାମାଳ ବ୍ଲକରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ନେତୃତ୍ବରେ ହଜାର ହଜାର ଅସନ୍ତୁଷ୍ଟ କର୍ମୀ ମାନେ ଏକତ୍ରିତ ହୋଇ ସମାବେଶ କରିଥିଲେ । ଖୋଦ କଣ୍ଟାମାଳର ବିଧାୟକ ମହୀଧର ରଣାଙ୍କ ଗଡ଼ ଏକ ନମ୍ବର ଜୋନରେ ଏହି ପରିବର୍ତ୍ତନ ସମାବେଶ ହୋଇଥିଲା । ଆଗକୁ ସାଧାରଣ ନିର୍ବାଚନ ଥିବା ହେତୁ ବ୍ଲକ ଅଧ୍ୟକ୍ଷଙ୍କ ଏଭଳି ପରିବର୍ତ୍ତନ ସମାବେଶ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବେଶ ପ୍ରଭାବ ପକାଇବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.