ETV Bharat / state

ସମସ୍ୟା ଘେରରେ ବୌଦ୍ଧର ଅଧିକାଂଶ ଅଙ୍ଗନବାଡି କେନ୍ଦ୍ର

author img

By

Published : Aug 17, 2023, 10:52 AM IST

ମାସ ମାସ ଧରି ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆ ଓ ଅଣ୍ଡା ଠିକରେ ମିଳୁନଥିବା ଅଭିଯୋଗ । ଅଧିକ ପଢନ୍ତୁ

ଅବ୍ୟବସ୍ଥା ଘେରରେ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର

ବୌଦ୍ଧ: ଅବ୍ୟବସ୍ଥା ଘେରରେ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର । ମାସ ମାସ ଧରି ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆ ଓ ଅଣ୍ଡା ଠିକରେ ମିଳୁନଥିବା ଅଭିଯୋଗ ହୋଇଛି । ଏହାଛଡା ଜିଲ୍ଲାର ଶତାଧିକ ଅଙ୍ଗନୱାଡି ଗୃହର ବ୍ୟାପକ ସମସ୍ୟା ଦେଇ ଗତି କରୁଛି । ଅବ୍ୟବସ୍ଥା ଘେରରେ ଜିଲ୍ଲାର ଶିଶୁ ଓ ମହିଳା ବିଭାଗ । ବିଭିନ୍ନ ପ୍ରକାରର ସମସ୍ୟାରେ ଛନ୍ଦି ହୋଇପଡିଥିବା ବିଭାଗ ବର୍ତ୍ତମାନ ଶିଶୁ ଓ ମହିଳାଙ୍କ ସୁଷମ ଖାଦ୍ୟ କୁନେଇ ବିବାଦ ଘେରକୁ ଆସିଛି । ଜିଲ୍ଲାର ତିନୋଟି ବ୍ଲକର ଏଭଳି ଅନେକ ଗ୍ରାମ ରହିଛି ଯେଉଁଠାରେ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ଵ ଗୃହ ଖଣ୍ଡେ ନାହିଁ । ଫଳରେ ଅଧିକାଂଶ ସମୟରେ କୁନି କୁନି ପିଲାମାନଙ୍କୁ କୌଣସି ସ୍କୁଲ ବାରଣ୍ଡାରେ ନଚେତ ଗଛମୂଳରେ ଶିକ୍ଷା ଗ୍ରହଣ କରିବାକୁ ପଡୁଛି । ଏଭଳି ଅବସ୍ଥା କୁନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସାମାଜିକ କର୍ମୀ ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଅଙ୍ଗନବାଡି କେନ୍ଦ୍ରର ସ୍ଥାୟୀ ଗୃହ ନଥିବାରୁ କୋମଳମତି ଶିଶୁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଶିକ୍ଷା ଗ୍ରହଣ କରୁଛନ୍ତି । ଅନେକ ସ୍ଥାନରେ ଅଙ୍ଗନୱାଡ଼ି ଗୃହ ଗୁଡ଼ିକ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ପିଲାମାନେ ଅନ୍ୟ କୌଣସି ବିଦ୍ୟାଳୟ ବାରଣ୍ଡାରେ ପାଠପଢୁଛନ୍ତି । ପରିସ୍ଥିତି ଏପରି ଯେ ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟର ପ୍ରଥମ ଅଙ୍ଗନୱାଡି ମୁର୍ଷଣ୍ଢି କେନ୍ଦ୍ରର ଏକ ନୂତନ ଗୃହ ନିର୍ମାଣ ଆରମ୍ଭ ହୋଇ ତାହା ଅଧାପନ୍ତରିଆ ହୋଇ ପଡିରହି ଥିବାରୁ ଛୋଟ ଛୋଟ ପିଲାମାନେ ସ୍କୁଲ ବାରଣ୍ଡାରେ ବସି ପାଠ ପଢୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶିଶୁ ଓ ଗର୍ଭବତୀଙ୍କୁ ମିଳୁନି ଅଣ୍ଡା, ଛତୁଆ: ଅଭିଯୋଗ ପରେ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

ଏପରିକି ଇମ୍ୟୁନାଇଜେସନ ପାଇଁ ଜାଗା ନଥିବାରୁ ପିଲାଙ୍କୁ ଛୁଟି କରାଯାଇ ଟୀକାକରଣ କାର୍ଯ୍ୟ କରାଯାଉଛି । ସେପଟେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗର୍ଭବତୀ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଛତୁଆ ଗତ ପାଞ୍ଚ ମାସ ହେଲା ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତାକୁ ସାମାଜିକ କର୍ମୀ ଦାୟୀ କରିଛନ୍ତି । ଏ ସମ୍ପର୍କରେ ଗତ ସୋମବାର ସାମାଜିକ କର୍ମୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ମଙ୍ଗଳବାର ଶିଶୁ ଓ ମହିଳା ବିଭାଗ ଗୋଟିଏ ମାସର ଛତୁଆ ଦେଇ ଚାରି ମାସର ଦସ୍ତଖତ ନେଇଯାଇଥିବା ଅଭିଯୋଗ କରିଛନ୍ତି ସମାଜିକ କର୍ମୀ । ଯାହାକୁ ନେଇ ସାମାଜିକ କର୍ମୀ ଏହାର ପ୍ରତିବାଦ କରିବା ସହିତ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.