ETV Bharat / state

ମହିଳାଙ୍କ ଅର୍ଥନୈତିକ ତଥା ସାମାଜିକ ସୁରକ୍ଷା ଅପରିହାର୍ଯ୍ୟ

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂଗ୍ରହାଳୟ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି । ଅଧିକ ପଢନ୍ତୁ...

ବୌଦ୍ଧରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
author img

By

Published : Mar 9, 2021, 1:16 PM IST

ବୌଦ୍ଧ: ଜିଲ୍ଲାରେ ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ । ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳାଙ୍କ ଅର୍ଥନୈତିକ ତଥା ସାମାଜିକ ସୁରକ୍ଷା ଦିଗରେ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ।

ଜିଲ୍ଲାରେ ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ

ଯୁଗ ଯୁଗରୁ ସମାଜ ଗଠନରେ ମହିଳାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସବୁ କ୍ଷେତ୍ରରେ ମହିଳାଙ୍କ କାର୍ଯ୍ୟକୁ ସର୍ବଦା ପ୍ରଶଂସା କରାଯାଇଛି । ମହିଳାଙ୍କ ଅର୍ଥନୈତିକ ତଥା ସାମାଜିକ ସୁରକ୍ଷା ଦିଗରେ ସମସ୍ତେ ସଚେତନ ରହିବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂଗ୍ରହାଳୟ ପରିସରରେ ଆୟୋଜନ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଅବସରରେ ସାନ ବଙ୍କାପଡା ଗ୍ରାମର କୁନି କୁନି ପିଲାମାନେ ବାଲ୍ୟବିବାହକୁ ନେଇ ସଚେତନତା ମୂଳକ କ୍ଷୁଦ୍ର ନାଟକ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ, ଜିଲ୍ଲା ନ୍ୟାୟାଧିଶ ,ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପର ସମସ୍ତ ଅଧିକାରୀ ଯୋଗ ଦେଇଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.