ETV Bharat / state

ମାର୍ଚ୍ଚ 23 ରେ ନିଫାର ରକ୍ତଦାନ କାର୍ଯ୍ୟକ୍ରମ, ଗିନିଜ ବିଶ୍ବ ରେକର୍ଡ କରିବା ଲକ୍ଷ୍ୟ

author img

By

Published : Mar 19, 2021, 7:22 AM IST

ଚଳିତମାସ ଆସନ୍ତା 23 ତାରିଖରେ ନିଫା ଏହି ଗିନିଜ ବିଶ୍ବ ରେକର୍ଡର ଲକ୍ଷ୍ୟ ରଖିଛି । ଏନେଇ ଗୁରୁବାର ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସଂଙ୍ଗଠନର ରାଜ୍ୟ କର୍ମକର୍ତ୍ତା ଏବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଗିନିଜ ବିଶ୍ବ ରେକର୍ଡ କରିବା ଲକ୍ଷ୍ୟରେ ନିଫା
ଗିନିଜ ବିଶ୍ବ ରେକର୍ଡ କରିବା ଲକ୍ଷ୍ୟରେ ନିଫା

ବୌଦ୍ଧ: ଏକକାଳୀନ ରକ୍ତଦାନ କାର୍ଯ୍ୟକ୍ରମ ନେଇ ଗିନିଜ ବିଶ୍ବ ରେକର୍ଡ କରିବ ନିଫା । ଚଳିତମାସ ଆସନ୍ତା 23 ତାରିଖରେ ନିଫା ଏହି ଗିନିଜ ବିଶ୍ବ ରେକର୍ଡର ଲକ୍ଷ୍ୟ ରଖିଛି । ଏନେଇ ଗୁରୁବାର ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସଂଙ୍ଗଠନର ରାଜ୍ୟ କର୍ମକର୍ତ୍ତା ଏ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି ।

ମାର୍ଚ୍ଚ 23 ରେ ନିଫାର ରକ୍ତଦାନ କାର୍ଯ୍ୟକ୍ରମ
ମାର୍ଚ୍ଚ 23 ରେ ନିଫାର ରକ୍ତଦାନ କାର୍ଯ୍ୟକ୍ରମ

ରକ୍ତଦାନ ମହତ ଦାନ । ତେବେ ବର୍ତ୍ତମାନ ସମୟରେ ବିଭିନ୍ନ ସ୍ଥାନରେ ରକ୍ତର ଅଭାବ ସହ ଯୁବବର୍ଗଙ୍କୁ ଏଥିପାଇଁ ପ୍ରେରିତ କରିବା ଲକ୍ଷ୍ୟରେ ନିଫା ଏକକାଳୀନ ରକ୍ତ ଦାନ ଓ ପ୍ଲାଜମା ଦାନ ଭଳି କାର୍ଯ୍ୟକ୍ରମ କରିବ । ନିଫା ଅନୁଷ୍ଠାନ ପୂର୍ବରୁ ମଧ୍ୟ ଅନେକ ଥର ବିଶ୍ବ ରେକର୍ଡ କରିବାରେ ସକ୍ଷମ ହୋଇଥିବା ବେଳେ ଚଳିତଥର ରକ୍ତଦାନ ଭଳି କାର୍ଯ୍ୟକ୍ରମ ହାତକୁ ନେଇଛି।

ଗିନିଜ ବିଶ୍ବ ରେକର୍ଡ କରିବା ଲକ୍ଷ୍ୟରେ ନିଫା

ଆସନ୍ତା ମାର୍ଚ୍ଚ 23 ରେ ସାରା ଦେଶ ସହିତ ନିଫା ସହ ଅନୁବନ୍ଧିତ ଅନ୍ୟ କେତେକ ଦେଶ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା ମିଳିଛି । ସାରା ଦେଶରୁ ପ୍ରାୟ 90 ହଜାର ୟୁନିଟ ରକ୍ତ ସଂଗୃହୀତ କରି ଗିନିଜ ବୁକ ଅଫ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବାର ଲକ୍ଷ୍ୟ ରଖିଛି ।

ଜାତୀୟ ସ୍ତରରେ ମହାମହିମ ରାଷ୍ଟ୍ରପତି ଓ ରାଜ୍ୟରେ ରାଜ୍ୟପାଳ ଏହାକୁ ଉଦଘାଟନ କାର୍ଯ୍ୟକ୍ରମ ରହିଥିବା ନିଫାର ରାଜ୍ୟ ସଂଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଆଜି ରାଜ୍ୟ ସଂଗଠନ ର କର୍ମକର୍ତ୍ତା ବୌଦ୍ଧ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦିଆଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.