ETV Bharat / state

ଶୁଣିବ କି 'ମୋ ସରକାର', ଘର ପାଇଁ ମାଗୁଛନ୍ତି ଲାଞ୍ଚ

ପରିବାର ପୋଷିବା ପାଇଁ ଚିନ୍ତାରେ ଗୋବର୍ଦ୍ଧନ । ଅନ୍ୟପଟେ ପଞ୍ଚାୟତ ଅଧିକାରୀଙ୍କ ଲାଞ୍ଚଖୋର ମନୋଭାବ ଏବେ ଅସହାୟ ପରିବାରକୁ ବାରଦୁଆର ହେବାକୁ ବାଧ୍ୟ କରିଛି ।

ଶୁଣିବ କି 'ମୋ ସରକାର', ଘର ପାଇଁ ମାଗୁଛନ୍ତି ଲାଞ୍ଚ
author img

By

Published : Oct 15, 2019, 6:58 AM IST

ବୌଦ୍ଧ: ପଙ୍ଗୁ କରିଦେଲା ଚିକିତ୍ସା । ଆଉ ଏବେ ପରିବାର ପୋଷିବା ପାଇଁ ଚିନ୍ତାରେ ଗୋବର୍ଦ୍ଧନ । ଅନ୍ୟପଟେ ପଞ୍ଚାୟତ ଅଧିକାରୀଙ୍କ ଲାଞ୍ଚଖୋର ମନୋଭାବ ଏବେ ଅସହାୟ ପରିବାରକୁ ବାରଦୁଆର ହେବାକୁ ବାଧ୍ୟ କରିଛି ।

ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତର ନାରାୟଣ ନଗର ଗାଁ । ଗାଁର ଗୋବର୍ଦ୍ଧନ ତରିଆ ଓ ତାଙ୍କ ପତ୍ନୀ ବିମଳାଙ୍କ 4ଟି ସନ୍ତାନ । ଗୋବର୍ଦ୍ଧନ ସାଇକେଲରେ ବୁଲି ବୁଲି ମୁଢି ବିକି ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ପ୍ରାୟ ଚାରି ବର୍ଷ ତଳେ ଗୋବର୍ଦ୍ଧନ ହଠାତ ଅସୁସ୍ଥ ଅନୁଭବ କରି ଜହ୍ନାପଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ସେଠାରେ ଡାକ୍ତର ତାଙ୍କୁ କୌଣସି ପରୀକ୍ଷା ନକରି ବିଭିନ୍ନ ଇଞ୍ଜେକସନ ଓ ସାଲାଇନ ଦେଇଦେଲେ । ଫଳରେ ସେବେଠାରୁ ଗୋବର୍ଦ୍ଧନ ପକ୍ଷାଘାତରେ ଆକ୍ରାନ୍ତ ହୋଇ କୌଣସି କାମଧନ୍ଦା କରିନପାରି ଘରେ ପଡି ରହିଛନ୍ତି ।

ଶୁଣିବ କି 'ମୋ ସରକାର', ଘର ପାଇଁ ମାଗୁଛନ୍ତି ଲାଞ୍ଚ

ଭତ୍ତା ପାଇଁ ପଞ୍ଚାୟତ ଅଧିକାରୀଙ୍କ ପାଖରେ ବାରମ୍ବାର ନେହୁରା ସତ୍ତ୍ବେ ଶୁଣିନାହାନ୍ତି ଲାଞ୍ଚୁଆ କର୍ମଚାରୀ । ପିଲାଙ୍କୁ ପାଠ ପଢାଇବାକୁ ଶେଷରେ ଉଭୟ ଅସହାୟ ପତିପତ୍ନୀ ଭିକ୍ଷାବୃତ୍ତି କରିବାକୁ ମଧ୍ୟ ପଛାଇଲେ ନାହିଁ । ଏଭଳି ଏକ ଦୟନୀୟ ସ୍ଥିତିରେ ଥିବା ଏହି ଅସହାୟ ପରିବାରର ମୁଣ୍ଡ ଉପରେ ଛାଉଣୀ ଖଣ୍ଡେ ନଥିବାରୁ ଅନ୍ୟଠାରୁ ବଖରାଏ ଘର ମାଗି ସପରିବାର ରହୁଛନ୍ତି । ବାରମ୍ବାର ସରକାରୀ ଘର ଖଣ୍ଡେ ପାଇଁ ପଞ୍ଚାୟତକୁ ଦୌଡୁ ଥିଲେ ମଧ୍ୟ ପଞ୍ଚାୟତ ଅଧିକାରୀ ସିଧାସଳଖ ଟଙ୍କା ଲାଞ୍ଚ ମାଗୁଥିବାରୁ ଏବେ ନିରୁପାୟ ହୋଇପଡିଛନ୍ତି ଗୋବର୍ଦ୍ଧନ ।

ଏସମ୍ପର୍କରେ ଆମ ପ୍ରତିନିଧି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମତାମତ ଜାଣିବାକୁ ଚେଷ୍ଟା କରିଥିଲୁ । ମାତ୍ର ସେ ଆମ ପ୍ରତିନିଧିଙ୍କ ଆସିବା ଜାଣି ଅଫିସ ସମୟରେ କାର୍ଯ୍ୟାଳୟରେ ତାଲା ପକାଇ ଫେରାର ମାରିଥିଲେ । ସେଠାରେ ଆମେ ଜାଣିବାକୁ ପାଇଲୁ ଯେ ସେ ପୂର୍ବରୁ ଖୁଣ୍ଟବନ୍ଧ ପଞ୍ଚାୟତରେ ଏଭଳି ଚଞ୍ଚକତା କରି ଲୋକଙ୍କ ଆକ୍ରୋଶର ଶୀକାର ହୋଇଥିଲେ ।

ତେବେ ତୁରନ୍ତ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ ସହ ଲାଞ୍ଚୁଆ ନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ପଙ୍ଗୁ କରିଦେଲା ଚିକିତ୍ସା ।ହେଲେ ପଞ୍ଚାୟତ ଅଧିକାରୀ ଙ୍କ ଲାଞ୍ଚଖୋର ମନୋଭାବ ଏବେ ଭିନ୍ନକ୍ଷମ ପରିବାର କୁ ବାର ଦୁଆର ହେବାକୁ ବାଧ୍ୟ କରିଛି ଏକ ଅସହାୟ ପରିବାରକୁ ।
ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ର ନାରାୟଣ ନଗର ଗାଁ ।ଗାଁର ଗୋବର୍ଦ୍ଧନ ତରିଆ ଓ ତାଙ୍କ ପତ୍ନୀ ବିମଳା ଙ୍କ ଚାରୋଟି ସନ୍ତାନ ।ଗୋବର୍ଦ୍ଧନ ସାଇକେଲରେ ବୁଲେଇ ବୁଲେଇ ମୁଢି ବିକି ପରିବାର ପ୍ରତିପୋଷଣ କରୁଥିଲେ ।କିନ୍ତୁ ପ୍ରାୟ ଚାରି ବର୍ଷ ତଳେ ଗୋବର୍ଦ୍ଧନ ହଠାତ ଅସୁସ୍ଥ ଅନୁଭବ କରି ଜହ୍ନାପଙ୍ଗ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ସେଠାରେ ଡାକ୍ତର ତାଙ୍କୁ କୌଣସି ପରୀକ୍ଷା ନକରି ବିଭିନ୍ନ ଇଞ୍ଜେକସନ ଓ ସାଲାଇନ ଦେଇଦେଲେ ।ଫଳରେ ସେବେଠାରୁ ଗୋବର୍ଦ୍ଧନ ପକ୍ଷାଘାତରେ ଆକ୍ରାନ୍ତ ହୋଇ କୌଣସି କାମଧନ୍ଦା କରିନପାରି ଘରେ ପଡି ରହିଛନ୍ତି ।ଏପଟେ ପକ୍ଷଘାତ, ସେପଟେ ଭତ୍ତା ଟିକକ ପାଇଁ ପଞ୍ଚାୟତ ଅଧିକାରୀ ଙ୍କ ପାଖରେ ବାରମ୍ବାର ନେହୁରା ସତ୍ତ୍ବେ ଶୁଣିଲାନି ଲାଞ୍ଚୁଆ କର୍ମଚାରୀ ।ନିଜର ତିନୋଟି ଝିଅ ଓ ଗୋଟିଏ ପୁଅକୁ ପାଠ ପଢାଇବାକୁ ଶେଷରେ ଉଭୟ ଅସହାୟ ପତିପତ୍ନୀ ଭିକ୍ଷା କରିବାକୁ ମଧ୍ୟ ପଛାଇଲେ ନାହିଁ ।ଏଭଳି ଏକ ଦୟନୀୟ ସ୍ଥିତିରେ ଥିବା ଏହି ଅସହାୟ ପରିବାରର ମୁଣ୍ଡ ଉପରେ ଛାଉଣୀ ଖଣ୍ଡେ ନଥିବାରୁ ଅନ୍ୟ ଠାରୁ ବଖରାଏ ଘର ମାଗି ସପରିବାର ରହୁଛନ୍ତି । ବାରମ୍ବାର ସରକାରୀ ଘର ଖଣ୍ଡେ ପାଇଁ ପଞ୍ଚାୟତ କୁ ଦୌଡୁ ଥିଲେ ମଧ୍ୟ ପଞ୍ଚାୟତ ଅଧିକାରୀ ସିଧାସଳଖ ଟଙ୍କା ଲାଞ୍ଚ ମାଗୁଥିବାରୁ ଏବେ ନିରୁପାୟ ହୋଇପଡିଛନ୍ତି ଗୋବର୍ଦ୍ଧନ ।ଏସମ୍ପର୍କରେ ଆମେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ମତାମତ ଜାଣିବାକୁ ଚେଷ୍ଟା କଲାବେଳେ ସେ ଈଟିଭି ଭାରତ ଆସିବା ଜାଣି ଅଫିସ ସମୟରେ କାର୍ଯ୍ୟାଳୟରେ ତାଲା ଠୁଙ୍କି ଫେରାର ମାରିଥିଲେ ।ସେଠାରେ ଆମେ ଜାଣିବାକୁ ପାଇଲୁ ଯେ ବାବୁ ଜଣକ କୁଆଡେ ପୂର୍ବରୁ ଖୁଣ୍ଟବନ୍ଧ ପଞ୍ଚାୟତ ରେ ଏଭଳି ଚଞ୍ଚକତା କରି ଲୋକଙ୍କ ଆକ୍ରୋଶର ଶୀକାର ହୋଇଥିଲେ।ଏପଟେ ଅର୍ଥ ଅଭାବରୁ ବଡପୁଅ ର କଲେଜ ପଢାରେ ଡୋରୀ ବନ୍ଧା ହେଲାଣି ।ତୁରନ୍ତ ଏହି ଅସହାୟ ପରିବାର କୁ ସରକାରୀ ସହାୟତା ପ୍ରଦାନ ସହ ଲାଞ୍ଚୁଆ ନିର୍ବାହୀ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Body:ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଲାଞ୍ଚୁଆ ମନୋଭାବ ଯୋଗୁଁ କଲବଲ ହେଉଛନ୍ତି ଗୋଟିଏ ପରିବାରର ଛଜଣ ମଣିଷ ।

Conclusion:ବାଇଟ-୧-ଗୋବର୍ଦ୍ଧନ ତରିଆ,ପକ୍ଷାଘାତରେ ଆକ୍ରାନ୍ତ ଭିନ୍ନକ୍ଷମ
ବାଇଟ-୨-ବିମଳା ତରିଆ,ଗୋବର୍ଦ୍ଧନ ଙ୍କ ପତ୍ନୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.