ETV Bharat / state

ବୌଦ୍ଧରେ ମିଶନ ଗ୍ରୀନ ଡାଇମଣ୍ଡ, ପ୍ରଥମ ଦିନରେ ଶହେ ଏକର ଗଞ୍ଜେଇ ଚାଷ ନଷ୍ଟ

author img

By

Published : Nov 18, 2021, 11:59 AM IST

ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ବର୍ଷର ପ୍ରଥମ ଗଞ୍ଜେଇ କଟା ଅଭିଯାନ। ପ୍ରଥମ ଦିନ ଜିଲ୍ଲାର ବଘିଆପଡା ଫାଣ୍ଡି ଅନ୍ତର୍ଗତ ବାଙ୍କୀ ସଂରକ୍ଷିତ ଜଙ୍ଗଲରେ ମିଳିତ ଟିମ ଶହେ ଏକର ବେଆଇନ ଗଞ୍ଜେଇ କାଟି ସଫା କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ଆରମ୍ଭ ହେଲା ଗଞ୍ଜେଇ କଟା ଅଭିଯାନ, ପ୍ରଥମ ଦିନରେ ଶହେ ଏକର ସଫା

ବୌଦ୍ଧ: ଜିଲ୍ଲାରେ ଆରମ୍ଭ ହୋଇଛି ଚଳିତ ବର୍ଷର ପ୍ରଥମ ଗଞ୍ଜେଇ କଟା ଅଭିଯାନ। ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଜଙ୍ଗଲ ଅଞ୍ଚଳରେ ହଜାର ହଜାର ଏକର ସ୍ଥାନରେ ବେଆଇନ ଗଞ୍ଜେଇ ଚାଷ ହେଉଛି। ତେବେ ଗତ 7 ତାରିଖରେ ପୋଲିସ ଡିଜି ଅଭୟ, ବୌଦ୍ଧ ଜିଲ୍ଲା ଗସ୍ତ ସମୟରେ ଗଞ୍ଜେଇ ନିପାତ ପାଇଁ କଡା ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏହି ଧାରାରେ ଡିଜିଙ୍କ ଗସ୍ତର ଠିକ ଦଶ ଦିନ ପରେ ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଅବକାରୀ, ବୌଦ୍ଧ ପୋଲିସ ଓ ଜଙ୍ଗଲ ବିଭାଗର ମିଳିତ ଚଢ଼ାଉରେ ଆରମ୍ଭ ହୋଇଛି ଗଞ୍ଜେଇ କଟା ଅଭିଯାନ ।

ପ୍ରଥମ ଦିନ ଜିଲ୍ଲାର ବଘିଆପଡା ଫାଣ୍ଡି ଅନ୍ତର୍ଗତ ବାଙ୍କୀ ସଂରକ୍ଷିତ ଜଙ୍ଗଲରେ ମିଳିତ ଟିମ ଶହେ ଏକର ବେଆଇନ ଗଞ୍ଜେଇ କାଟି ସଫା କରିଥିବା ସୂଚନା ମିଳିଛି । ଏହାସହ ଆଗକୁ ଏହି ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଅବକାରୀ ଇନ୍ସପେକ୍ଟର । ତେବେ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଅଞ୍ଚଳରେ ଚାଲିଥିବା ଏହି ବେଆଇନ ଗଞ୍ଜେଇ ଚାଷରେ ସ୍ଥାନୀୟ ରାଜନୈତିକ ବ୍ୟକ୍ତି ତଥା କିଛି ତଥାକଥିତ ମାଫିଆଙ୍କ ସମ୍ପୃକ୍ତି ରହିଥିବା ନେଇ ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.