ETV Bharat / state

ଅବହେଳିତ ସଂଗ୍ରାମୀ ପୀଠର ଅନନ୍ୟ ସ୍ମୃତି ବୌଦ୍ଧର ଭାରତ ମାତା ମନ୍ଦିର

author img

By

Published : Jan 25, 2021, 4:44 PM IST

ବୌଦ୍ଧ ଜିଲ୍ଲାର ବନପାଲି ଗାଁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ ଅବହେଳିତ ହୋଇ ପଡିରହିଛି । ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରବର୍ଗ, ଗ୍ରାମ ଓ ସର୍ବୋପରି ଏକମାତ୍ର ଭାରତ ମାତା ମନ୍ଦିର । ରାଜତନ୍ତ୍ରକୁ ବିରୋଧ କରି ଭାରତ ଛାଡ ଆନ୍ଦୋଳନ ସମୟରେ ଗାଁ ମୁଣ୍ଡରେ ଭାରତ ମାତାଙ୍କ ଠାରେ ଶପଥ କରି ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ଅଧିକ ପଢନ୍ତୁ...

bharat mata temple neglated in boudh
ଅବହେଳିତ ସଂଗ୍ରାମୀ ପୀଠର ଅନନ୍ୟ ସ୍ମୃତି ବୌଦ୍ଧର ଭାରତ ମାତା ମନ୍ଦିର

ବୌଦ୍ଧ: ସ୍ବାଧୀନତା ସଂଗ୍ରାମୀଙ୍କ ମାଟି ଓ ଏକମାତ୍ର ଭାରତ ମାତାଙ୍କ ମନ୍ଦିର ଆଜି ସମ୍ପୂର୍ଣ୍ଣ ଅବହେଳିତ । ସ୍ବାଧୀନତା ସଂଗ୍ରାମୀଙ୍କ ପରିବାରବର୍ଗ, ଗ୍ରାମ ଓ ସର୍ବୋପରି ଏକମାତ୍ର ଭାରତ ମାତା ମନ୍ଦିର । ଗ୍ରାମର ଏକାଧିକ ମହିଳା ଓ ପୁରୁଷ ରାଜତନ୍ତ୍ରକୁ ବିରୋଧ କରି ଜେଲ ଯିବା ସହ ଭାରତ ଛାଡ ଆନ୍ଦୋଳନ ସମୟରେ ଗାଁ ମୁଣ୍ଡରେ ଭାରତ ମାତାଙ୍କ ଠାରେ ଶପଥ କରି ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ।

ବୌଦ୍ଧ ଗଡଜାତ ଶାସନ କାଳରେ ରାଜତନ୍ତ୍ରରେ ରହିଥିବା ବିଭିନ୍ନ କୁସଂସ୍କାରକୁ ପ୍ରଜାମଣ୍ଡଳ ମାଧ୍ୟମରେ ବିରୋଧ କରାଯାଇଥିଲା । ଦେଶ ସ୍ବାଧୀନ ପରେ କିଛି ସଂଗ୍ରାମୀ ସରକାରଙ୍କ ଦ୍ବାରା ଚିହ୍ନଟ ହୋଇଥିଲେ ମଧ୍ୟ ଆହୁରି ଅନେକ ଚିହ୍ନଟ ପ୍ରକ୍ରିୟା ବାଦ ପଡିଥିଲେ । ତେବେ ଇତି ମଧ୍ୟରେ ଦେଶ ସ୍ବାଧୀନକୁ 73 ବର୍ଷ ବିତିଗଲାଣି । କିନ୍ତୁ ଆଜି ପର୍ଯ୍ୟନ୍ତ ବନପାଲି ଗାଁ କୁ ସବୁଦିନିଆ ରାସ୍ତା ଖଣ୍ଡେ ନାହିଁ ଅବହେଳିତ ହୋଇ ପଡିରହିଛି । ବିଶେଷ ଭାବରେ ବୌଦ୍ଧ ଷ୍ଟେଟର ବଘିଆବାହାଲ, ଘଣ୍ଟାପଡା, ମନମୁଣ୍ଡା,ବାଉଁଶୁଣୀ, ବନପାଲି,ସିଗାଡି, ବୀରନରସିଂପୁର, ଆଢେଣୀଗଡ,ରାମ୍ଭିକଟା,ରାଣିଗଞ୍ଜ ଭଳି ସ୍ଥାନ ଗୁଡିକରେ ପ୍ରାଜା ବିଦ୍ରୋହ ସୃଷ୍ଟି ହୋଇଥିଲା । ବେଠୀପ୍ରଥା,ରସଦ,ମାଗଣ,ଖଜଣା ବୃଦ୍ଧି, ଜଙ୍ଗଲ ସେସ ଭଳି ବ୍ୟବସ୍ଥା ବିରୁଦ୍ଧରେ ସ୍ଥାନୀୟ ପ୍ରଜା ବିଦ୍ରୋହ ସୃଷ୍ଟି ହୋଇଥିଲା ।ବଘିଆବାହାଲ ଠାରେ ଦାମୋଦର ଦଣ୍ଡୁଆସୀ,ଦଶରଥ ପ୍ରଧାନ, ଭଗବାନ ପଣ୍ଡା,ବିଦ୍ୟାଧର ତ୍ରିପାଠୀ ପ୍ରମୁଖଙ୍କ ସହଯୋଗ ରେ ଗଠିତ ହୋଇଥିବା ପ୍ରଜା ମଣ୍ଡଳ କମିଟି କୁ ସମର୍ଥନ ଜଣାଇଥିଲେ ପ୍ରେମ ଶଙ୍କର ପଟ୍ଟନାୟକ, ପ୍ରହଲ୍ଲାଦ ବିଶି,ଚକ୍ରଧର ମିଶ୍ର, ଗୌରଚନ୍ଦ୍ର ଯୋଷୀ ଭଳି ବ୍ୟକ୍ତି ବିଶେଷଙ୍କ ସହ ବୌଦ୍ଧ ଷ୍ଟେଟର ଅନେକ ଅତ୍ୟାଚାରୀତ ଗ୍ରାମବାସୀ । ତନ୍ମଧ୍ୟରୁ ଜଙ୍ଗଲ ଆଇନକୁ ବିରୋଧ କରି ଦଣ୍ଡିତ ହୋଇଥିବା ବାଉଁଶୁଣୀ ନିକଟସ୍ଥ ବନପାଲି ଗ୍ରାମ ଅନ୍ୟତମ । ବନପାଲି ଗ୍ରାମଠାରେ ଅତ୍ୟାଚାରୀତ ପ୍ରଜା ଗୌରହରି ମେହେର ଓ ଡମ୍ବରୁଧର ମେହେରଙ୍କ ନେତୃତ୍ବରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମେହେର, ଚନ୍ଦ୍ର ଶେଖର ମେହେର, ନାରାୟଣ ମେହେର,ରଘୁନାଥ ମେହେର, ଡମଣ ମେହେର, ଗୋପୀନାଥ ମେହେର ଓ ଗଙ୍ଗାଧର ମେହେର ପ୍ରମୁଖ ବ୍ୟକ୍ତି ଜେଲଦଣ୍ଡ ଭୋଗିବା ପରେ ବନପାଲି ଗାଁ ମୁଣ୍ଡରେ 1942 ମସିହାରେ ଭାରତ ମାତାଙ୍କୁ ସ୍ଥାପନ କରି ଭାରତ ଛାଡ ଆନ୍ଦୋଳନରେ ଭାଗ ନେଇଥିଲେ ।

ସ୍ବାଧୀନତା ସଂଗ୍ରାମୀଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ଭାରତ ମାତାଙ୍କ ମନ୍ଦିର ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଧ୍ବଂସ ପାଉ ପାଉ ବଞ୍ଚିରହିଛି । ଏଯାବତ ସରକାରୀ ସହାୟତାରୁ ସମ୍ପୂର୍ଣ୍ଣ ବଞ୍ଚିତ ଏହି ସଂଗ୍ରାମୀ ପୀଠ । ଏଥି ସହିତ ଜେଲବନ୍ଦୀ ସ୍ବାଧୀନତା ସଂଗ୍ରାମୀଙ୍କ ଉତ୍ତର ଦାୟାଦ ମଧ୍ୟ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳ କାଟୁଛନ୍ତି। ଏନେଇ ବୁଦ୍ଧିଜୀବୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ଭାରତ ମାତାଙ୍କ ମନ୍ଦିର ପୁନରୁଦ୍ଧାର ସହିତ ସଂଗ୍ରାମୀଙ୍କ ଦାୟାଦଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଗଲେ । ସେହି ସ୍ବର୍ଗତ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.