ETV Bharat / state

ପହଞ୍ଚିଲାଣି ବନ୍ୟା ଜଳ, ହାତବାନ୍ଧି ବସିଛି ଜଳସମ୍ପଦ ବିଭାଗ

ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ପରେ ବୌଦ୍ଧ ଜିଲ୍ଲାର ମହାନଦୀ ସହିତ, ତେଲ,ସାଲୁଙ୍କୀ,ବାଘ,ମେହେରୁଣୀ ଭଳି ଉପନଦୀ ଗୁଡିକ ମଧ୍ୟ ଦୁଇ କୂଳ ଲାଗି ବନ୍ୟା ଜଳ ପ୍ରବାହିତ ହେଉଛି । ବନ୍ୟା ଜଳ ଯୋଗୁଁ ଏବେ ଆତଙ୍କିତ ଅବସ୍ଥାରେ ନଦୀକୂଳିଆ ଲୋକେ । ଅଧିକ ପଢନ୍ତୁ...

ପହଞ୍ଚିଲାଣି ବନ୍ୟା ଜଳ, ହାତବାନ୍ଧି ବସିଛି ଜଳସମ୍ପଦ ବିଭାଗ
ପହଞ୍ଚିଲାଣି ବନ୍ୟା ଜଳ, ହାତବାନ୍ଧି ବସିଛି ଜଳସମ୍ପଦ ବିଭାଗ
author img

By

Published : Jun 27, 2020, 9:34 PM IST

Updated : Jun 27, 2020, 9:42 PM IST

ବୌଦ୍ଧ: ହୀରାକୁଦରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ପରେ ବୌଦ୍ଧ ଜିଲ୍ଲାର ମହାନଦୀ ସହିତ, ତେଲ,ସାଲୁଙ୍କୀ,ବାଘ,ମେହେରୁଣୀ ଭଳି ଉପନଦୀ ଗୁଡିକ ମଧ୍ୟ ଦୁଇ କୂଳ ଲାଗି ବନ୍ୟା ଜଳ ପ୍ରବାହିତ ହେଉଛି । ବନ୍ୟା ଜଳ ଯୋଗୁଁ ଏବେ ଆତଙ୍କିତ ଅବସ୍ଥାରେ ନଦୀକୂଳିଆ ଲୋକେ ।

ପହଞ୍ଚିଲାଣି ବନ୍ୟା ଜଳ, ହାତବାନ୍ଧି ବସିଛି ଜଳସମ୍ପଦ ବିଭାଗ

ଗତବର୍ଷ ମହାନଦୀ ଓ ତେଲ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଜିଲ୍ଲାର ହରଭଙ୍ଗା ଓ ବୌଦ୍ଧ ବ୍ଲକ ସମେତ କଣ୍ଟାମାଳ ବ୍ଲକରେ ଭୀଷଣ କ୍ଷୟକ୍ଷତି ଘଟାଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଜଳସମ୍ପଦ ବିଭାଗ ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ବିଶେଷ ଭାବରେ ପ୍ରଭାବିତ ହୋଇଥିବା କଣ୍ଟାମାଳ ବ୍ଲକର ନଦୀକୂଳିଆ ଅଞ୍ଚଳରେ ଘାଇ ସୃଷ୍ଟି ସହିତ ଅନେକ ରାସ୍ତା ଘାଟ ଏବେବି ଅସଜଡା ହୋଇ ପଡିରହିଛି । ବିଭାଗ ଏନେଇ କୌଣସି ପଦକ୍ଷେପ ନନେଇ ହାତ ବାନ୍ଧି ବସିଛି ।

ଏବେ ପାଞ୍ଚ ଦିନ ପୂର୍ବରୁ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ଙ୍କ ବୌଦ୍ଧ ଗସ୍ତ ସମୟରେ ମଧ୍ୟ ସେ ଏନେଇ ଗଭୀର ବିରକ୍ତି ପ୍ରକାଶ କରିଥିଲେ । ବିଭାଗୀୟ ଉଦାସୀନତା ଫଳରେ ଏବେ ପୁଣି ନଦୀକୂଳିଆ ଲୋକେ ଆତଙ୍କିତ ହେଲେଣି । ବିଭାଗର ଏଭଳି କାର୍ଯ୍ୟକୁ ନୂତନ ଭାବେ କଂଗ୍ରେସ ଓ୍ବାର୍କର୍ସ ସଭାପତି ଗଭୀର ନିନ୍ଦା କରିଛନ୍ତି। ତେବେ ଯାହାକି ହେଉ ରାଜ୍ୟ ସରକାର ବର୍ତ୍ତମାନ ଜିଲ୍ଲାକୁ ଚାରି କୋଟି ଚାଳିଶ ଲକ୍ଷ ଟଙ୍କା ଏଫଡିଆର ବା ଫ୍ଲଡ ଡେମେଜ ରିପ୍ୟାରିଂ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମଞ୍ଜୁର କରିଥିବାରୁ ଏନେଇ ନୂତନ ଆଶା ସଞ୍ଚାର ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jun 27, 2020, 9:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.