ETV Bharat / state

Flood Threat: ଗାଁ ବୁଡାଇ ଦେଲା ବନ୍ୟା ଜଳ, ଡଙ୍ଗାରେ ଚାଲିଛି ଯାତାୟତ

author img

By

Published : Aug 4, 2023, 11:38 AM IST

Updated : Aug 4, 2023, 12:50 PM IST

ବୌଦ୍ଧରେ ବନ୍ୟା ଆଶଙ୍କା ସାମୟିକ ଭାବରେ ଟଳିଛି । କିନ୍ତୁ ଏବେବି ବନ୍ୟାପାଣି ଘେରରେ ଅନେକ ଅଞ୍ଚଳ । ଲୋକଙ୍କ ନିକଟରେ ପହଞ୍ଚି ପାରୁନି ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଥିବା ରନ୍ଧା ଖାଦ୍ୟ । ଅଧିକ ପଢନ୍ତୁ

water level not decreasing in boudh
water level not decreasing in boudh
water level not decreasing in boudh

ବୌଦ୍ଧ: ବର୍ଷା କମିଥିଲେ ସୁଦ୍ଧା ବୌଦ୍ଧ ଜିଲ୍ଲାର ଅନେକ ତଳିଆ ଅଞ୍ଚଳ ଏବେ ବି ବନ୍ୟା ପାଣି ଘେରରେ ରହିଛି । ଫଳରେ ଯାତାୟତ ପାଇଁ ଏକମାତ୍ର ମାଧ୍ୟମ ପାଲଟିଛି ଡଙ୍ଗା । ଅତି ଜରୁରୀ କାମ ପାଇଁ ଦେଶୀ ଡଙ୍ଗା ସାହାଯ୍ୟରେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଲୋକେ । ବର୍ତ୍ତମାନ ତଳିଆ ଅଞ୍ଚଳରେ ବନ୍ୟାଜଳ ଘେରରେ ଦଶରୁ ଊର୍ଦ୍ଧ୍ବ ଗ୍ରାମବାସୀ ରହିଥିବା ସୂଚନା ମିଳିଛି । ଅନ୍ୟପଟେ ବନ୍ୟା ପୀଡିତଙ୍କ ପାଖରେ ରନ୍ଧା ଖାଦ୍ୟ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ମହାନଦୀ କୂଳରେ ଥିବା ଦଶରୁ ଊର୍ଦ୍ଧ୍ବ ଗ୍ରାମବାସୀ ବର୍ତ୍ତମାନ ସୁଦ୍ଧା ବନ୍ୟାଜଳ ଘେରରେ ରହିଥିବା ବେଳେ ସେମାନଙ୍କ ନିକଟରେ ବନ୍ୟା ପରବର୍ତ୍ତୀ ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ହରଭଙ୍ଗା ବ୍ଲକ ଆରମ୍ଭ ହୋଇ ମାରଡା ପର୍ଯ୍ୟନ୍ତ ମହାନଦୀ କୂଳରେ ଥିବା ଅନେକ ଗ୍ରାମ ପାଣିଘେରରେ ରହିଛି । ବିଶେଷ ଭାବରେ ବୁଲୁରା, ପାଣିଘରା, ସାକୁସିଙ୍ଗା, ଖଣ୍ଡିଧଳପୁର, କୋଡାସାହି, ଝରାସାହି ଭଳି ଅନେକ ଗ୍ରାମ ପାଣି ଘେରରେ ରହିଛି । ମହାନଦୀ କୂଳରେ ଥିବା ଅନେକ ଗ୍ରାମ ପାଣିଘେରରେ ଥିବାରୁ ସେଠାରେ ଦେଶୀ ଡଙ୍ଗା ସାହାଯ୍ୟରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଲୋକେ ଯାତାୟାତ କରୁଛନ୍ତି ।

କୁଶଙ୍ଗ ପଞ୍ଚାୟତର ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗ୍ରାମ ତିନି ଦିନ ହେଲା ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଥିବା ବେଳେ ସେଠାରେ ସମସ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବନ୍ୟା ପାଣି ବାଧକ ସାଜିଥିବାରୁ ଲୋକେ ବାଧ୍ୟ ହୋଇ ଦେଶୀ ଡଙ୍ଗା ସାହାଯ୍ୟରେ ରୋଗୀଙ୍କୁ ଆଣୁଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଏବେବି ପାଣି ଘେରରେ ନୟାଗଡ ତଳିଆ ଅଞ୍ଚଳବାସୀ, ସ୍ଥିତି ପରଖିଲେ ଜିଲ୍ଲାପାଳ

ଜିଲ୍ଲା ପ୍ରଶାସନ,ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପ୍ରଶାସନ ପକ୍ଷରୁ ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଲୋକଙ୍କୁ ସହାୟତା ପାଇଁ ଉଦ୍ୟମ କରାଯାଉଥିବା ବେଳେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ହିତାଧିକାରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଅନେକ ସ୍ଥାନରେ ଖାଦ୍ୟ ପହଞ୍ଚି ପାରୁନାହିଁ । ଫଳରେ ଅନେକ ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ଲୋକେ ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ନଦୀକୂଳିଆ କେତେକ ସ୍ଥାନରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଜରିପାଲ ଟଣା ଅସ୍ଥାୟୀ ଟେଣ୍ଟ ପ୍ରଶାସନ ପକ୍ଷରୁ କରାଯାଇଥିବା ବେଳେ ମୁଠାଏ ଖାଦ୍ୟ ପାଇଁ ଲୋକଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Aug 4, 2023, 12:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.