ETV Bharat / state

ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ବିରୋଧରେ ବୌଦ୍ଧ ଥାନାରେ ବିଜେପିର ଏତଲା - ମନ୍ତ୍ରୀଙ୍କ ବିରୋଧରେ ବୌଦ୍ଧ ଥାନାରେ ଏତଲା ଦେଲା ବିଜେପି

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା ପଶ୍ଚିମ ବଙ୍ଗର ମନ୍ତ୍ରୀଙ୍କ ନାରେ ଏତଲା ଦେଲା ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ବିରୋଧରେ ବୌଦ୍ଧ ଥାନାରେ ଏତଲା ଦେଲା ବିଜେପି

author img

By

Published : Nov 13, 2022, 7:01 AM IST

ବୌଦ୍ଧ: ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରତିବାଦରେ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରା ଉପରେ ମନ୍ତବ୍ୟ ଦେଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରୀ ଅଖିଳ ଗିରିଙ୍କ (TMC minister Akhil Giri) ବଢୁଛି ଅଡୁଆ । ସାରା ଦେଶରେ ଗିରିଙ୍କ ମନ୍ତବ୍ୟକୁ ନେଇ କଡା ସମାଲୋଚନା ଜାରି ରହିଛି ।

ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ବିରୋଧରେ ବୌଦ୍ଧ ଥାନାରେ ଏତଲା ଦେଲା ବିଜେପି

ଏନେଇ ପଶ୍ଚିମବଙ୍ଗର ଟିଏମସି ଦଳର ମନ୍ତ୍ରୀଙ୍କ ନାରେ ଏତଲା ଦେଲା ଜିଲ୍ଲା ବିଜେପି । ଭାରତର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପଶ୍ଚିମ ବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ଅଶାଳୀନ ମନ୍ତବ୍ୟକୁ ନେଇ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିବା ସହିତ ମନ୍ତ୍ରୀ ଗିରିଙ୍କୁ ଭର୍ତ୍ସନା କରିଛନ୍ତି । ଶନିବାର ସଂଧ୍ୟାରେ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଆଦର୍ଶ ଥାନାରେ ମନ୍ତ୍ରୀ ଗିରିଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ଓଡ଼ିଶାର ଗର୍ବ ଓ ଗୌରବ ତଥା ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିଥିବା ବ୍ୟକ୍ତିତ୍ବଙ୍କ ବିରୋଧରେ ଏଭଳି ମନ୍ତବ୍ୟକୁ ଜିଲ୍ଲା ବିଜେପି ପକ୍ଷରୁ ଦୃଢ ନିନ୍ଦା କରାଯିବା ସହିତ ଟିଏମସି ମନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ପ୍ରକାଶଥାଉ କି, ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରାକୁ ନେଇ କଟାକ୍ଷ କରିଛନ୍ତି । ନନ୍ଦିଗ୍ରାମରେ ଏକ ଜନସଭାରେ ମନ୍ତ୍ରୀ କହିଛନ୍ତି, ''ଆମେ ରୂପକୁ ଦେଖି କାହାକୁ ବିଚାର କରିନଥାଉ । ଆମେ ରାଷ୍ଟ୍ରପତିଙ୍କ ପଦବୀକୁ ସମ୍ମାନ କରୁ । ହେଲେ ଆପଣଙ୍କ ରାଷ୍ଟ୍ରପତି କେମିତି ଦେଖାଯାଆନ୍ତି ? ।'' ଏହି ମନ୍ତବ୍ୟକୁ ଚାରିଆଡେ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.