ETV Bharat / state

ଆସିଲାଣି ମୌସୁମୀ, ଏଯାଏଁ ଉଠୁନି ମଣ୍ଡିରୁ ଧାନ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସିମିଳିପଦର ଗାଁ । ଆଗକୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ଥିବାରୁ ବାଧ୍ୟ ହୋଇ ଗୁରୁବାର ସିମିଳିପଦର ଅଞ୍ଚଳର ଶତାଧିକ ଚାଷୀ ବୌଦ୍ଧ ଜିଲ୍ଲାପାଳଙ୍କୁ ଧାନ କ୍ରୟର ସୁବନ୍ଦୋବସ୍ତ କରାଇବାକୁ ଅନୁରୋଧ କରିଥିଲେ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jun 14, 2019, 9:50 AM IST

ବୌଦ୍ଧ: ମୌସୁମୀ ବର୍ଷା ଆସନ୍ନ ପ୍ରାୟ । କିନ୍ତୁ ଏଯାବତ ମଣ୍ଡିରୁ ଉଠି ପାରୁନି ଧାନ । ତିନି କିଲୋଗ୍ରାମ ଧାନ କଟଣୀଛଟଣୀ ପରେ ମଧ୍ୟ ଗରିବ ଚାଷୀଙ୍କ ଧାନ ବିକ୍ରି ହୋଇ ନପାରିବାରୁ ଗୁରୁବାର ଗୁହାରୀ ଜଣାଇବାକୁ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚି ଥିଲେ ଚାଷୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସିମିଳିପଦର ଗାଁ । ଗାଁ ଲୋକଙ୍କ ମୁଖ୍ୟ ବେଉସା ହେଲା ଧାନଚାଷ । ଧାନ ପୁଣି ଖରାଦିନେ ମୁଣ୍ଡଝାଳ ମୁଣ୍ଡରେ ମାରି ଜମିରେ ପାଣି ବଳେଇ ରବିଧାନ ଅମଳ କରିଥାଏ, କିନ୍ତୁ ମଣ୍ଡିରୁ ବିଭିନ୍ନ ସମସ୍ୟାରୁ ଧାନ ଉଠିପାରୁନି । ଆଗକୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ଥିବାରୁ ବାଧ୍ୟ ହୋଇ ଗୁରୁବାର ସିମିଳିପଦର ଅଞ୍ଚଳର ଶତାଧିକ ଚାଷୀ ବୌଦ୍ଧ ଜିଲ୍ଲାପାଳଙ୍କୁ ଧାନ କ୍ରୟର ସୁବନ୍ଦୋବସ୍ତ କରାଇବାକୁ ଅନୁରୋଧ କରିଥିଲେ । ମଣ୍ଡିରେ ୨୪୮ ଜଣ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୧ ଜଣଙ୍କ ଧାନ କ୍ରୟ ହୋଇଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ । ଏପଟେ ଯୋଗାଣ ବିଭାଗ ଅତିଶୀଘ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:

zgn

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.