ETV Bharat / state

ଧାନମଣ୍ଡି ଅଚଳାବସ୍ଥାକୁ ନେଇ ଯୋଗାଣ ଅଫିସରଙ୍କୁ ଘେରିଲେ ଚାଷୀ

author img

By

Published : Mar 9, 2021, 10:18 AM IST

ଧାନମଣ୍ଡିରେ ଲାଗି ରହିଥିବା ଅଚଳାବ୍ୟବସ୍ଥାକୁ ନେଇ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଦିନ ତମାମ ଧାରଣାରେ ବସିଛନ୍ତି ଚାଷୀ । ଅଧିକ ପଢନ୍ତୁ...

େ୍
ଯୋଗାଣ ଅଫିସରଙ୍କୁ ଘେରିଲେ ଚାଷୀ

ବୌଦ୍ଧ: ଜିଲ୍ଲାର ଧାନମଣ୍ଡିରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇପାରୁ ନାହିଁ । ଧାନମଣ୍ଡିରେ ଲାଗି ରହିଥିବା ଅଚଳାବସ୍ଥାକୁ ନେଇ ଯୋଗାଣ କାର୍ଯ୍ୟାଳୟ ସମ୍ମୁଖରେ ଦିନ ତମାମ ଧାରଣାରେ ବସିଛନ୍ତି ଚାଷୀ ।

ଯୋଗାଣ ଅଫିସରଙ୍କୁ ଘେରିଲେ ଚାଷୀ

ଚାଷୀ ନିଜ ପରିଶ୍ରମ କରି ଅମଳ କରିଥିବା ଧାନ ଫସଲକୁ ବିକ୍ରି ନ କରି ପାରି ଚିନ୍ତାରେ ରହିଛି । ଜିଲ୍ଲାର 42 ଗୋଟି ସମବାୟ ସମିତି ଅଧୀନରେ ଥିବା କେତେକ ଧାନମଣ୍ଡିରେ ବେପାରୀ ଓ ଦଲାଲଙ୍କ ଧାନକିଣା ସରିଥିବା ବେଳେ ନାମମାତ୍ର ଚାଷୀ ଥରେ ବି ଧାନ ବିକ୍ରି କରି ପାରିନାହିଁ ।

ଜିଲ୍ଲାର ଦଶରୁ ଉର୍ଦ୍ଧ୍ବ ମଣ୍ଡିରେ ଶହ ଶହ ଚାଷୀ ଏକଜୁଟ ହୋଇ ଯୋଗାଣ କାର୍ଯ୍ୟାଳୟ ଆଗରେ ଦିନ ତମାମ ବସିବା ସହିତ ଯୋଗାଣ ଅଧିକାରୀଙ୍କୁ କାର୍ଯ୍ୟାଳୟ ଭିତରେ ଅଟକ ରଖିଥିବା ଜଣାପଡିଛି । ଘଟଣାରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉତ୍ୟକ୍ତ ଚାଷୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେବାପରେ ଚାଷୀ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.