ବୌଦ୍ଧ: ପାଞ୍ଚ ମାସ ହେଲା ବିନା ଦରମାରେ ଚାଲିଛି ବିଦ୍ୟୁତ ସେବା । 76 ଜଣ ଠିକା କର୍ମଚାରୀଙ୍କ ବିଭିନ୍ନ ଅଭାବ ଅସୁବିଧା କୁ ନେଇ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ନିର୍ବାହୀ ଯନ୍ତ୍ରୀ ଓ ଶ୍ରମ ଅଧିକାରୀ ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।
ବୌଦ୍ଧ ବିଦ୍ୟୁତ ଡିଭିଜନ ରେ କାର୍ଯ୍ୟ ରତ 76 ଜଣ ବିଦ୍ୟୁତ କର୍ମଚାରୀଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ରେ । ଦୀର୍ଘ ପାଞ୍ଚ ମାସ ହେଲା ବିନା ଦରମାରେ ଆଉଟ ସୋର୍ସିଂ ବିଦ୍ୟୁତ କର୍ମଚାରୀ କୋଭିଡ ସମୟରେ ମଧ୍ୟ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଥିଲେ ।ତାଙ୍କ ପାଖରେ କୌଣସି ପ୍ରକାର ଉପଯୁକ୍ତ ସୁରକ୍ଷା ଉପକରଣ ନଥିବା ଅଭିଯୋଗ ହୋଇଛି ।
ହେଲମେଟ,ଗ୍ଲୋଭ୍ସ,ଟର୍ଚ୍ଚ ଲାଇଟ ଭଳି ସାମାନ୍ୟ ଉପକରଣ ନଥିବାରୁ କୌଣସି ସମୟରେ ମଧ୍ୟ ଅଘଟଣର ଆଶଙ୍କା ରହିଛି । ଏହି ଠିକା ଶ୍ରମିକଙ୍କ ଇପିଏଫ କିମ୍ବା ଇଏସ ଆଇ ରେ ମଧ୍ୟ ସମସ୍ୟା ରହିଥିବାରଙ ସେମାନେ ବାଧ୍ୟ ହୋଇ ଶନିବାର ବୌଦ୍ଧ ସାଉଥକୋ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଓ ଶ୍ରମ ଅଧିକାରୀ ଙ୍କୁ ଏନେଇ ଅବଗତ କରାଇବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ