ETV Bharat / state

କଣ୍ଟାମାଳ ବ୍ଲକରେ ବିପର୍ଯ୍ୟସ୍ତ ବିଦ୍ୟୁତ୍‌ ସେବା

author img

By

Published : Apr 24, 2022, 10:27 AM IST

ବିଦ୍ୟୁତ ବିଭ୍ରାଟକୁ ନେଇ ଚିନ୍ତାରେ ଗ୍ରାହକ । ଲୋ ଭୋଲଟେଜ ସାଙ୍ଗକୁ ପାଓ୍ବାର-କଟ ଜନଜୀବନକୁ ଅସ୍ତବ୍ୟସ୍ତ କଲାଣି । ଅଧିକ ପଢନ୍ତୁ

କଣ୍ଟାମାଳ ବ୍ଲକରେ ବିପର୍ଯ୍ୟସ୍ତ ବିଦ୍ୟୁତ ସେବା

ବୌଦ୍ଧ: ବିଦ୍ୟୁତ ବିଭ୍ରାଟକୁ ନେଇ ଚିନ୍ତାରେ ଗ୍ରାହକ । ଲୋ ଭୋଲଟେଜ ସାଙ୍ଗକୁ ପାଓ୍ବାର-କଟ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଜିଲ୍ଲାରେ ଟାଟା ପାଓ୍ବାର ବିଦ୍ୟୁତ ସେବା ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ବିଦ୍ୟୁତ ସେବାରେ ନାନା ସମସ୍ୟା ସୃଷ୍ଟି ହୋଇଥିବା ଖାଉଟିଙ୍କ ଅଭିଯୋଗ । ଏନେଇ ପ୍ରତିକ୍ରିୟା ରଖିଲେ ବିଧାୟକ ।

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକରେ ବିଶେଷ ଭାବରେ ବିଦ୍ୟୁତ ଉପଭୋକ୍ତାମାନେ ଗୋଟିଏ ମାସ ହେବ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଲନଦୀ ଉପର ଦେଇ ଆସିଥିବା ବିଦ୍ୟୁତ କେବୁଲ ଛିଣ୍ଡିଯିବା କାରଣରୁ ଦୀର୍ଘ ଦିନ ଦହ୍ୟା, ମନମୁଣ୍ଡା ଠାରୁ ନେଇ କଣ୍ଟାମାଳ ଘଣ୍ଟାପଡା ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା । ବର୍ତ୍ତମାନ ମଧ୍ୟ ବ୍ଲକର ଅନେକ ଉପାନ୍ତ ଅଞ୍ଚଳରେ ବିଦ୍ୟୁତ ସେବା ମିଳିପାରୁ ନାହିଁ । ଏହାକୁ ଦୃଷ୍ଟିରେ ରଖି ଖୁଣ୍ଟିଗୋରା, ଖଟଖଟିଆ, ଗୁନ୍ଦୁଳିଆ ଭଳି ତିନୋଟି ସ୍ଥାନରେ ବିଦ୍ୟୁତ ଷ୍ଟ୍ରକ୍ଚର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ସୂଚନା ଦେବା ସହ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଦ୍ୟୁତ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.