ETV Bharat / state

ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା ବିରୋଧରେ ବୌଦ୍ଧ ଜିଲ୍ଲା କଂଗ୍ରେସର ବିକ୍ଷୋଭ - ବୌଦ୍ଧ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡିର ବିରୋଧରେ ବୌଦ୍ଧ ଜିଲ୍ଲା କଂଗ୍ରେସର ବିକ୍ଷୋଭ । ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କଂଗ୍ରେସର ଚେତାବନୀ । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା ବିରୋଧରେ ବୌଦ୍ଧ ଜିଲ୍ଲା କଂଗ୍ରେସର ବିକ୍ଷୋଭ

author img

By

Published : Jun 17, 2022, 8:14 PM IST

ବୌଦ୍ଧ: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡିର ବାରମ୍ବାର ଜେରା ବିରୋଧରେ ବୌଦ୍ଧ ଜିଲ୍ଲା କଂଗ୍ରେସର ବିକ୍ଷୋଭ । ବିନା କାରଣରେ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ଆଗରେ ୧୪୪ ଧାରା ଲାଗୁହେବା ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ।

ରାହୁଲ ଗାନ୍ଧୀଙ୍କୁ ଇଡିର ଜେରା ବିରୋଧରେ ବୌଦ୍ଧ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ଜେରା କରାଯିବାକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି କଂଗ୍ରେସ । ଏହି କ୍ରମରେ ଆଜି(ଶୁକ୍ରବାର) ଏକ ଘଣ୍ଟା ପାଇଁ ସ୍ଥାନୀୟ ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏଭଳି ଘଟଣାକୁ ତୀବ୍ର ସମାଲୋଚନା କରିଛି ବୌଦ୍ଧ ଜିଲ୍ଲା କଂଗ୍ରେସ । ବିଜେପି ସରକାର ଜାଣିଶୁଣି ରାହୁଲ ଗାନ୍ଧୀଙ୍କୁ ହଇରାଣ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ତେବେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ବରେ କଂଗ୍ରେସର ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.