ETV Bharat / state

ଡାଏରୀ ଫାର୍ମ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଗଣ ଧାରଣା - ଗଣ ଧାରଣା

ସ୍ଥାୟୀ ଚାକିରି ଦାବିରେ ଗଣ ଧାରଣାକୁ ଓହ୍ଲାଇଛନ୍ତି ବୌଦ୍ଧ ଜିଲ୍ଲାର ଡାଏରୀ ଫାର୍ମରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Jul 17, 2019, 2:14 PM IST

ବୌଦ୍ଧ: ଜିଲ୍ଲାର ଡାଏରୀ ଫାର୍ମରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଅନିର୍ଦ୍ଦିଷ୍ଟ ଦିନ ଯାଏଁ ଗଣ ଧାରଣା । ସ୍ଥାୟୀ ଚାକିରି ଦାବିରେ ଏହି ଗଣ ଧାରଣାକୁ ଓହ୍ଲାଇଛନ୍ତି କର୍ମଚାରୀ । କୋଡିଏ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ।

ଭିିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସୂଚନା ଅନୁସାରେ ଦୀର୍ଘ ଦିନ ଧରି ଗାଈଗୋରୁଙ୍କ ସେବା କରିଆସିଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ କରାଯାଇ ନଥିବାରୁ ସେମାନେ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି । ଅଭିଯୋଗ ଯେ ଏହି କର୍ମଚାରୀଙ୍କ ସୁବିଧା ଅସୁବିଧାରେ କେହି ଆହା କରୁ ନାହାଁନ୍ତି । ଦିନ ମଜୁରିଆ ହିସାବରେ ବାର, ତେର ଘଣ୍ଟା ଖଟୁଥିଲେ ବି ଅଧିକା ଦରମା ମିଳୁନାହିଁ । ଦୀର୍ଘ ଦିନ ହେଲାଣି ଗୋଟିଏ ଜାଗାରେ ପଡି ରହି ଦିନ ରାତି ମେହନତ କରୁଥିଲେ ବି ସ୍ଥାୟୀ ଚାକିରି ହୋଇ ପାରୁନାହିଁ । ଶେଷରେ ଉପାୟଶୂନ୍ୟ ଏହି ଅସ୍ଥାୟୀ କର୍ମଚାରୀମାନେ ଦାବି ପୂରଣ ନହେବା ଯାଏଁ ଗଣ ଧାରଣା ଦେଇଛନ୍ତି ।

ସୂଚନା ଅନୁସାରେ ବୌଦ୍ଧ ଡାଏରୀ ଫାର୍ମରେ ବର୍ତ୍ତମାନ ସମୟରେ କୋଡିଏଟି ଦୁହାଁଳିଆ ଜର୍ସି ଗାଈଙ୍କ ଠାରୁ ପ୍ରାୟ ନବେ ଲିଟର କ୍ଷୀର ପ୍ରତ୍ୟେହ ସଂଗ୍ରହ କରାଯାଉଛି । ଏହାସହ ବୌଦ୍ଧର ଜନସାଧାରଣଙ୍କୁ ସରକାରୀ ଦରରେ ବିକ୍ରି କରାଯାଇଥାଏ । ଏସବୁ କାର୍ଯ୍ୟରେ ଏହି ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଭୂମିକା ଅଧିକ ରହିଥିବାବେଳେ ବର୍ତ୍ତମାନ ଏହି କାର୍ଯ୍ୟରେ ବାଧା ଉପୁଜିବା ଆଶଙ୍କା ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ସ୍ଥାୟୀ ଚାକିରୀ ଦାବୀରେ ଚତୁର୍ଥ ଶ୍ରେଣୀ ଅସ୍ଥାୟୀ କର୍ମଚାରୀ ।ବୌଦ୍ଧ ଡାଇରୀ ଫାର୍ମରେ କୋଡିଏ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ।ଦୀର୍ଘ ଦିନ ଧରି ସେମାନେ ଲୋକଙ୍କୁ ଓ ଗାଇଗୋରୁଙ୍କ ସେବା କରିଆସିଥିଲେ ମଧ୍ୟ ସେମାନଙ୍କୁ ସ୍ଥାୟୀ କରାଯାଇ ନଥିବାରୁ ସେମାନେ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।ବୌଦ୍ଧ ଡାଇରୀ ଫାର୍ମରେ ବର୍ତ୍ତମାନ ସମୟରେ କୋଡିଏ ଗୋଟି ଦୁହାଳିଆ ଜର୍ସି ଗାଈଙ୍କ ଠାରୁ ପ୍ରାୟ ନବେ ଲିଟର ଖିର ସଂଗ୍ରହ କରାଯାଇ ବୌଦ୍ଧ ର ଜନସାଧାରଣଙ୍କୁ ସରକାରୀ ଦରରେ ବିକ୍ରି କରାଯାଇଥାଏ ।ଏସବୁ କାର୍ଯ୍ୟ ରେ ଏହି ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଭୂମିକା ଅଧିକ ରହିଥିବା ବେଳେ ବର୍ତ୍ତମାନ ଏହି କାର୍ଯ୍ୟ ରେ ବାଧା ଉପୁଜିବା ଆଶଙ୍କା ରହିଛି ।

Body:ବୌଦ୍ଧ ଡାଏରୀ ଫାର୍ମରେ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଧାରଣା ।

Conclusion:ବାଇଟ-୧-ସୀତାରାମ ବେହେରା, ଅସ୍ଥାୟୀ କର୍ମଚାରୀ
ବାଇଟ-୨-ପ୍ରିୟବ୍ରତ ବେହେରା, ଫାର୍ମ ପରିଚାଳକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.