ETV Bharat / state

ବୌଦ୍ଧରେ ଖୋଲିଲା କିୟୋର ବେ ଓ ଇ-କ୍ଲିନିକ

author img

By

Published : Jun 25, 2022, 10:10 AM IST

ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବୌଦ୍ଧ ଜିଲ୍ଲାରେ ଡିଜିଟାଲ ଚିକିତ୍ସାଳୟର ଶୁଭାରମ୍ଭ । କିୟୋର ବେ ଓ ଇ-କ୍ଲିନିକର ଉଦଘାଟନ କଲେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଅଧିକ ପଢ଼ନ୍ତୁ

curebay and e-clinic opened in boudh
ବୌଦ୍ଧରେ ଖୋଲିଲା କିୟୋର ବେ ଓ ଇ-କ୍ଲିନିକ

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଆଜି ପହଞ୍ଚି ପାରିନି ସ୍ବାସ୍ଥ୍ୟସେବା । ତେଣୁ ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ବୌଦ୍ଧ ଜିଲ୍ଲାରେ ଡିଜିଟାଲ ଚିକିତ୍ସାଳୟର ଶୁଭାରମ୍ଭ ହୋଇଛି । ଶୁକ୍ରବାର ପୁରୁଣାକଟକଠାରେ କିୟୋର ବେ ଓ ଇ-କ୍ଲିନିକର ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ ।

ବୌଦ୍ଧରେ ଖୋଲିଲା କିୟୋର ବେ ଓ ଇ-କ୍ଲିନିକ

କିୟୋର ବେ ଓ ଇ-କ୍ଲିନିକରେ ଅଭିଜ୍ଞ ବରିଷ୍ଠ ଡାକ୍ତର ଏବଂ ବିଶେଷଜ୍ଞଙ୍କ ସହିତ ରୋଗୀ ମାନେ ସିଧାସଳଖ ଅନଲାଇନ ମାଧ୍ୟମରେ କଥାହୋଇ ଚିକିତ୍ସା ପରାମର୍ଶ ନେଇପାରିବେ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ରୋଗୀ ବିଭିନ୍ନ ଦୁରାରୋଗ୍ୟ ରୋଗ ସହିତ ଲଢେ଼ଇ କରୁଥିବା ବେଳେ ଇ-କ୍ଲିନିକ ଯଥେଷ୍ଟ ସହାୟତା ହୋଇପାରିବ ବୋଲି ଆଶା କରାଯାଉଛି । କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ, ଏସ୍ପି ଏବଂ ବରିଷ୍ଠ ଡାକ୍ତରମାନେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.