ETV Bharat / state

ବୌଦ୍ଧରେ ବଢୁଛି ଅପରାଧ, ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ

author img

By

Published : May 22, 2021, 11:21 AM IST

କୋରୋନା ପାଇଁ ସରକାର ଲାଗୁ କରିଥିବା ଲକଡାଉନ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ରହୁଥିବା ବେଳେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ ଲକଡାଉନ ସମୟରେ ମାନସିକ ଚାପରେ ମଣିଷ ବିଭିନ୍ନ ଅମାନୁଷିକ କାର୍ଯ୍ୟ କରୁଥିବାରୁ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଲକଡାଉନ ସମୟରେ ବୃଦ୍ଧି ପାଉଛି ଅପରାଧିକ ମାମଲା
ଲକଡାଉନ ସମୟରେ ବୃଦ୍ଧି ପାଉଛି ଅପରାଧିକ ମାମଲା

ବୌଦ୍ଧ: କୋରୋନା ପାଇଁ ସରକାର ଲାଗୁ କରିଥିବା ଲକଡାଉନ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ରହୁଥିବା ବେଳେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତବର୍ଷ ଲକଡାଉନ ସମୟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ କୋଡିଏରୁ ଊର୍ଦ୍ଧ୍ବ ମାମଲା ସମ୍ମୁଖକୁ ଆସିଥିବା ବେଳେ ବର୍ତ୍ତମାନ ଲକଡାଉନ ସମୟରେ ମଧ୍ୟ ଏଭଳି ଘଟଣା ସମ୍ମୁଖକୁ ଆସିବାରେ ଲାଗିଛି । ବିଶେଷ ଭାବରେ ଘରୋଇ ହିଂସା, ଗାଁ ବସ୍ତିରେ ଗଣ୍ଡଗୋଳ, ସାମାଜିକ ବାସନ୍ଦ ଭଳି ଘଟଣା ସମ୍ମୁଖକୁ ଆସିଛି ।

ଲକଡାଉନ ସମୟରେ ବୃଦ୍ଧି ପାଉଛି ଅପରାଧିକ ମାମଲା

ତେବେ ବୌଦ୍ଧ ଥାନା ଅନ୍ତର୍ଗତ ମଥୁରା ପଞ୍ଚାୟତ ବଡସୁବଳିୟା ଗ୍ରାମର ଏକ ପରିବାରକୁ ସାମାଜିକ ବାସନ୍ଦ କରାଯିବା ସହ ପରିବାର ଉପରେ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସେପଟେ ମନମୁଣ୍ଡା ଥାନା ଅନ୍ତର୍ଗତ ଶୁଣ୍ଢିପଦର ପଞ୍ଚାୟତ ମନୋହରପୁର ଗ୍ରାମରେ ଗୁରୁବାର ରାତିରେ ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ସେହିପରି ବୌଦ୍ଧ ଥାନା ଅନ୍ତର୍ଗତ ସରସରା ଗ୍ରାମରେ ସାମାନ୍ୟ ଘର କାନ୍ଥ ଭଙ୍ଗାକୁ ନେଇ ଗୋଟିଏ ପରିବାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପୋଲିସ ଏଭଳି ଘଟଣା ଉପରେ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଲକଡାଉନ ସମୟରେ ମାନସିକ ଚାପରେ ମଣିଷ ବିଭିନ୍ନ ଅମାନୁଷିକ କାର୍ଯ୍ୟ କରୁଥିବାରୁ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.