ବୌଦ୍ଧ: ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମାଣ ଶ୍ରମିକ ଅତ୍ୟନ୍ତ ବିପଦଜ୍ଜନକ ଭାବରେ କାର୍ଯ୍ୟ କରୁଥିବା ଦେଖାଯାଉଛି । ଗତକିଛି ଦିନ ତଳେ ବୌଦ୍ଧ ଜିଲ୍ଲାର ଧଳପୁର ଠାରେ ନିର୍ମାଣାଧୀନ ମହାନଦୀ ସେତୁ ଉପରୁ ଖସିପଡି ଜଣେ ଝାଡଖଣ୍ଡ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ପୁଣିଥରେ ବାଉଁଶୁଣୀ କଲେଜରେ ନିର୍ମାଣଧୀନ ଛାତ ଉପରୁ ଖସି ଜଣେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସେହିପରି ଜିଲ୍ଲାର ଗୁଣ୍ଡୁଚିତରା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ତାମିଲନାଡୁରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି । ଜିଲ୍ଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ଠିକା ସଂସ୍ଥାଙ୍କ ବିରୁଦ୍ଧରେ ଶ୍ରମିକଙ୍କ ସୁରକ୍ଷାକୁ ନେଇ କଡା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରମ ଅଧିକାରୀ କହିଛନ୍ତି ।
ସେପଟେ ଆଜି ଏକ ଅଭାବନୀୟ ଘଟଣା କ୍ରମରେ ସରସରା ଠାରେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଏକ ଗର୍ଭବତୀ ଗୋମାତାକୁ ଶାବଳ ଦ୍ବାରା ଅତି ନୃଶଂସ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ