ETV Bharat / state

ସୋନିଆ ଗାନ୍ଧୀଙ୍କୁ ED ଜେରା, ବୌଦ୍ଧ ଜିଲ୍ଲା କଂଗ୍ରେସର ବିକ୍ଷୋଭ

author img

By

Published : Jul 27, 2022, 10:44 PM IST

କେନ୍ଦ୍ର ସରକାରଙ୍କ ବିରୋଧୀ କଂଗ୍ରେସ ପ୍ରତି ଅସହିଷ୍ଣୁ ମନୋଭାବ ପ୍ରଦର୍ଶନ ପୂର୍ବକ ଇଡିର ବ୍ୟବହାର କରି କଂଗ୍ରେସର ଜାତୀୟ ନେତୃ ବର୍ଗଙ୍କୁ ହଇରାଣ ହରକତ କରାଯାଉଛି । ଏଭଳି ଅଭିଯୋଗ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଛି । ଅଧିକ ପଢ଼ନ୍ତୁ

ସୋନିଆ ଗାନ୍ଧୀଙ୍କୁ EDର ଜେରା,  ବୌଦ୍ଧ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ବୌଦ୍ଧ : କେନ୍ଦ୍ର ସରକାର ବିରୋଧୀ କଂଗ୍ରେସ ପ୍ରତି ଅସହିଷ୍ଣୁତା ପ୍ରଦର୍ଶନ । ଏହାକୁ ନେଇ ଅଭିଯୋଗ କରିଛି କଂଗ୍ରେସ । ଏନେଇ ଆଜି ବୌଦ୍ଧ ଜିଲ୍ଲା ସଦର ମହକୁମା ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବରେ ସତ୍ୟାଗ୍ରହ ପାଳନ କରାଯାଇଛି ।ବିଶେଷ ଭାବରେ କେନ୍ଦ୍ରସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଉପଯୋଗ କରି କଂଗ୍ରେସର ଜାତୀୟ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଶରୀର ଅସୁସ୍ଥ ସତ୍ତ୍ୱେ ବାରମ୍ବାର ଜେରା କରିବାକୁ ନେଇ ଦଳ ତୀବ୍ର ବିରୋଧ କରିଛି ।

ବାରମ୍ବାର କେନ୍ଦ୍ର ସରକାର ବିରୋଧୀ ଶୂନ୍ୟ ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣକୁ କଂଗ୍ରେସ ନାପସନ୍ଦ କରିଛି । ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି ସତ୍ୟାଗ୍ରହ ଆନ୍ଦୋଳନରେ ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତା ଓ ମହିଳା ନେତ୍ରୀ ତଥା କର୍ମୀମାନେ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବରେ ସତ୍ୟାଗ୍ରହ ପାଳନ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.