ETV Bharat / state

ହାଥରସ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର - Odisha Dalit Rights Forum claims to president

ଉତ୍ତରପ୍ରଦେଶ ହାଥରସ ଘଟଣାକୁ ନେଇ ବୌଦ୍ଧ ଜିଲ୍ଲାରେ ଓଡିଶା ଦଳିତ ଅଧିକାର ମଞ୍ଚ ପକ୍ଷରୁ ମଙ୍ଗଳବାର ଗଣବିକ୍ଷୋଭ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ହାଥରସ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର

author img

By

Published : Oct 20, 2020, 6:57 PM IST

ବୌଦ୍ଧ: ଉତ୍ତରପ୍ରଦେଶ ହାଥରସ ଘଟଣାକୁ ନେଇ ଜିଲ୍ଲାରେ ଗଣବିକ୍ଷୋଭ ଦେଖିବାକୁ ମିଳିଛି । ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ଲାଗି ଓଡିଶା ଦଳିତ ଅଧିକାର ମଞ୍ଚ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ହାଥରସ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର

ହାଥରସର ଜନୈକା ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାର ତୀବ୍ର ନିନ୍ଦା କରିଛି ରାଜ୍ୟ ଦଳିତ ମଞ୍ଚ । ମଞ୍ଚ ପକ୍ଷରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରାଯାଇ ଏ ନେଇ ଉପଯୁକ୍ତ ତଦନ୍ତ କରାଯାଇ ନଥିବା ଅଭିଯୋଗ ହୋଇଛି । ଭୁଲ ତଥ୍ୟ ପ୍ରଦାନ କରାଯାଇ ସମ୍ପୂର୍ଣ୍ଣ ଘଟଣାକୁ ଭିନ୍ନ ଶୈଳୀରେ ଉପସ୍ଥାପନ କରାଯାଉଛି । ଏହା ବିରୋଧରେ ଜିଲ୍ଲାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମଞ୍ଚ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକଙ୍କୁ ପ୍ରଦାନ କରାଯାଇଛି । ତେବେ ସୂଚନା ଥାଉ କି ଉତ୍ତରପ୍ରଦେଶର ଜଣେ 19 ବର୍ଷୀୟ ଦଳିତ ବାଳିକାକୁ 4ଜଣ ବ୍ୟକ୍ତି ଦୁଷ୍କର୍ମ କରି ହତ୍ୟା କରିଥିଲେ । ପୀଡିତା ଜଣକ ନିଜ ଘର ନିକଟରେ ଥିବା କ୍ଷେତକୁ ଗାଈଗୋରୁଙ୍କ ପାଇଁ କିଛି ଖାଦ୍ୟ ସଂଗ୍ରହ ପାଇଁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଥିଲା । ଅଭିଯୁକ୍ତମାନେ ଦୁଷ୍କର୍ମ ପରେ ପୀଡିତାକୁ ହତ୍ୟା କରିଥିଲେ । ଏହି ଘଟଣା ଗତ ମାସ 14ତାରିଖରେ ଘଟିଥିଲା ।

ପୀଡିତା ଦୁଷ୍କର୍ମର ଶିକାର ହୋଇଥିବା ନେଇ 3ଥର କହିଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟରେ ମେରୁଦଣ୍ଡ ହାଡରେ ଗଭୀର ଆଘାତ ଯୋଗୁଁ ପୀଡିତାଙ୍କ ମୃତ୍ୟୁ ହୋଇଛି ବୋଲି ଜଣାପଡିଥିଲା । ପୀଡିତାଙ୍କ ପରିବାରର ବୟାନ ରେକର୍ଡ ପାଇଁ କୌଣସି ଗଣମାଧ୍ୟମକୁ ପ୍ରଥମେ ପୋଲିସ ଅନୁମତି ଦେଇନଥିଲା । ତେବେ ଏହି ଘଟଣାର ସତ୍ୟତା ରାଜନୈତିକ ଚାପ ପାଇଁ ଲୁଚାଯାଉଛି ବୋଲି ବିଭିନ୍ନ ମହଲରେ ଅଭିଯୋଗ ହୋଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.