ETV Bharat / state

ଅକ୍ସିଜେନ ପ୍ଲାଣ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ 45 ଲକ୍ଷ

author img

By

Published : May 20, 2021, 9:05 PM IST

ବୌଦ୍ଧ ଜିଲ୍ଲାରେ ଉଗ୍ର ହେବାରେ ଲାଗିଛି କରୋନା ସଂକ୍ରମଣ । ଗୁରୁବାର ବୌଦ୍ଧ ଜିଲ୍ଲାରେ ସଂକ୍ରମଣ 313ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି । ବାମଣ୍ଡା ପଞ୍ଚାୟତ ଦେବଗଡ଼ ଗ୍ରାମରୁ ସର୍ବାଧିକ 148 ପୋଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଅକ୍ସିଜେନ ପ୍ଲାଣ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ 45 ଲକ୍ଷ
ଅକ୍ସିଜେନ ପ୍ଲାଣ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଦେଲେ 45 ଲକ୍ଷ

ବୌଦ୍ଧ: ଜିଲ୍ଲାରେ ଉଗ୍ର ହେବାରେ ଲାଗିଛି କରୋନା ସଂକ୍ରମଣ । ଆଜି(ଗୁରୁବାର) ବୌଦ୍ଧ ଜିଲ୍ଲାରେ ସଂକ୍ରମଣ 313ରେ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି । ବାମଣ୍ଡା ପଞ୍ଚାୟତ ଦେବଗଡ଼ ଗ୍ରାମରୁ ସର୍ବାଧିକ 148 ପୋଜିଟିଭ ଚିହ୍ନଟ ହୋଇଛନ୍ତି । କିନ୍ତୁ, କରୋନା ସଂକ୍ରମିତଙ୍କ ମୃତ୍ୟୁ ସବୁଠାରୁ ବେଶି ଚିନ୍ତା ବଢାଇଛି ।

ବୌଦ୍ଧ କୋଭିଡ ସେଣ୍ଟର ପରିସରରେ ଏନଏଚଏଆଇ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅଧିକ ତ୍ବରାନ୍ବିତ କରିବାକୁ 45 ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଯାହାକୁ ନେଇ ଜିଲ୍ଲାବାସୀ ଆନନ୍ଦ ପ୍ରକାଶ କରିଛନ୍ତି ।

ସେପଟେ ଜିଲ୍ଲା ବିଜେପିର ଯୁବ ସ୍ବେଚ୍ଛାସେବୀ ମାନେ ବିଭିନ୍ନ ଉପାନ୍ତ ଅଞ୍ଚଳର ଗାଁକୁ ଗାଁ ବୁଲି ସାନିଟାଇଜ କାର୍ଯ୍ୟ କରିବା ସହ ଅମ୍ଳଜାନ ସ୍ତର ଓ ତାପ ମାପୁଥିବା ଦେଖାଯାଇଛି । ଜିଲ୍ଲାର କରୋନା ରୋଗୀଙ୍କୁ ସେବା ଯୋଗାଇବା ପାଇଁ ଭେଣ୍ଟିଲେଟର ଓ ଆମ୍ବୁଲାନ୍ସ ନିମନ୍ତେ ବିଧାୟକ ପାଣ୍ଠିର ଉପଯୋଗ ପାଇଁ ଉଭୟ ବୌଦ୍ଧ ଓ କଣ୍ଟାମାଳ ବିଧାୟକଙ୍କୁ ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଓମ ପ୍ରକାଶ ମିଶ୍ର ଅନୁରୋଧ କରିଛନ୍ତି ।

ତେବେ ଟୀକାକରଣକୁ ନେଇ ବିଭିନ୍ନ ନିୟମ ପରିବର୍ତ୍ତନ ହେଉଥିବା ବେଳେ ଆଜି ବୌଦ୍ଧ ଟିକାଦାନ କେନ୍ଦ୍ର ଖାଲି ପଡିଥିବା ବେଳେ କଣ୍ଟାମାଳ ଟିକାଦାନ କେନ୍ଦ୍ରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ସେପଟେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସମସ୍ତଙ୍କୁ ଚିନ୍ତିତ କରିଛି । ଗତକାଲି କୁଶଙ୍ଗ ଅଞ୍ଚଳର ଜଣାଶୁଣା ଯୁବ ଆଇନଜୀବୀଙ୍କ କରୋନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଯୋଗୁଁ ଉଭୟ ହରଭଙ୍ଗା ଓ ବୌଦ୍ଧ ବାର ଆସୋସିଏସନରେ ଗଭୀର ଶୋକ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.