ETV Bharat / state

କୃଷି କାର୍ଯ୍ୟରେ ହେବ ଉନ୍ନତି, ଆରମ୍ଭ ହେଲା ଚେକ୍‌ ଡ୍ୟାମ ନିର୍ମାଣ କାର୍ଯ୍ୟ - ବୌଦ୍ଧରେ ଚେକ ଡ୍ୟାମ ନିର୍ମାଣ

ଚାଷ କ୍ଷେତ୍ରରେ ବୌଦ୍ଧ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । ଏହାରି ଭିତରେ ଆରମ୍ଭ ହୋଇଛି ଚେକ୍‌ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟ । ଅଧିକ ପଢନ୍ତୁ

ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ
ଚେକ ଡ୍ୟାମ ନିର୍ମାଣ କାର୍ଯ୍ୟ
author img

By

Published : Apr 28, 2023, 3:12 PM IST

ଚେକ୍‌ ଡ୍ୟାମ ନିର୍ମାଣ କାର୍ଯ୍ୟ

ବୌଦ୍ଧ: ଏଣିକି ଆଉ ଅସୁବିଧା ଭୋଗିବେନି ଚାଷୀ । ଜିଲ୍ଲାର ବିଭିନ୍ନ ଜଳ ଉତ୍ସରେ ଜଳସେଚନର ପର୍ଯ୍ୟାପ୍ତ ସମ୍ଭାବନା ରହିଥିବାରୁ ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ୧୧୦ ଗୋଟି ଚେକ୍‌ ଡ୍ୟାମ ନିର୍ମାଣ ଆରମ୍ଭ ହୋଇଯାଇଛି । ଏନେଇ ଜଳସେଚନ ବିଭାଗର ଯନ୍ତ୍ରୀ ସୂଚନା ଦେଇଛନ୍ତି ।

କୃଷି ଜିଲ୍ଲାରେ ବିଭିନ୍ନ ଜଳ ଉତ୍ସରେ ରହିଛି ଜଳସେଚନର ପର୍ଯ୍ୟାପ୍ତ ସମ୍ଭାବନା । ଧାନ ଚାଷ ସହିତ ଅର୍ଥକାରୀ ଫସଲ ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାରେ ବ୍ୟାପକ ସମ୍ଭାବନା ରହିଥିବା ବେଳେ କ୍ଷୁଦ୍ର ଜଳସେଚନ ଓ ଉଠାଜଳସେଚନ ବିଭାଗର ଏନେଇ ବଡ଼ ଭୂମିକା ରହି ଆସିଛି । ବର୍ତ୍ତମାନ ସମୟରେ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ୧୧୦ଟି ଚେକ୍‌ ଡ୍ୟାମ ନିର୍ମାଣ ପାଇଁ ପ୍ରଚେଷ୍ଟା ଜାରି ରହିଥିବା ବେଳେ ଅନେକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ସ୍ଥାନରେ କ୍ଷୁଦ୍ର ଜଳସେଚନ ବିଭାଗ ଚେକ୍‌ ଡ୍ୟାମ୍‌ ମାନ ନିର୍ମାଣ କରି ଚାଷୀଙ୍କ ଜମିକୁ ଜଳସେଚନର ସୁବିଧା ଯୋଗାଇ ପାରୁଛି । ତଥାପି ମଧ୍ୟ ତଳ ମୁଣ୍ଡରେ ଥିବା ଅନେକ ଜମିକୁ ଜଳସେଚନର ସୁବିଧା ମିଳିପାରୁ ନାହିଁ ।

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଳ ମୁଣ୍ଡରେ ଥିବା ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ବର୍ତ୍ତମାନ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ଜିଲ୍ଲାରେ ସମୁଦାୟ ଶହେ ଦଶଟି ନୂତନ ଚେକ୍‌ ଡ୍ୟାମ୍‌ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଅନେକ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି । ବୌଦ୍ଧ ଭଳି ଜିଲ୍ଲାରେ ଧାନ ଚାଷ ସହିତ ଅନ୍ୟାନ୍ୟ ଅର୍ଥକାରୀ ଫସଲ ଚାଷ ପାଇଁ ଏକ ବିରାଟ ସମ୍ଭାବନା ରହିଥିବା ବେଳେ ଜିଲ୍ଲାରେ ପୂର୍ବରୁ କେବଳ ବାଘ ସେଚନ ପ୍ରକଳ୍ପ ଓ ସାଲୁଙ୍କୀ ସେଚନ ପ୍ରକଳ୍ପ ରହିଥିଲା । ତେବେ ବର୍ତ୍ତମାନ ସମୟରେ କ୍ଷୁଦ୍ର ସେଚନ ପ୍ରକଳ୍ପ ଓ ଉଠା ସେଚନ ପ୍ରକଳ୍ପ ମାଧ୍ୟମରେ ଅନେକ ଚାଷୀ ଏହା ଦ୍ବାରା ଉପକୃତ ହୋଇ ପାରୁଛନ୍ତି ।

ବର୍ତ୍ତମାନ ଜିଲ୍ଲାର ହରଭଙ୍ଗା ବ୍ଲକର ସୁନାରୀ ନାଳ, ବୌଦ୍ଧ ବ୍ଲକର ଗଣ୍ଡପଦର ଓ କଣ୍ଟାମାଳ ବ୍ଲକର ମେହେରୁଣୀ ନାଳ ଉପରେ ଚେକ୍‌ ଡ୍ୟାମ୍‌ ନିର୍ମାଣ ହେବ ବୋଲି ସୂଚନା ମିଳିବା ପରେ ଅଞ୍ଚଳର ଚାଷୀ ମହଲରେ ଖୁସି ପ୍ରକାଶ ପାଇଛି । ତେବେ ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନରେ ପୂର୍ବରୁ ନିର୍ମାଣ ହୋଇଥିବା ଚେକ୍‌ ଡ୍ୟାମ୍‌ଗୁଡିକ ଠିକାଦାର ସନ୍ତୁଷ୍ଟିକରଣ ନ୍ୟାୟରେ ନିର୍ମାଣ ହୋଇଥିବାରୁ ଅନେକ ସ୍ଥାନରେ ସେସବୁ ଭୁଶୁଡି ଗଲାଣି । ଏହାଛଡା ମହାଲିକପଡା ପଞ୍ଚାୟତ ରାଜାବସାରେ କୋଟିକୋଟି ଟଙ୍କାରେ ନିର୍ମିତ ପ୍ରକଳ୍ପ ମଧ୍ୟ ଚାଷୀଙ୍କ କାମରେ ଲାଗୁନାହିଁ । ଚାଷକୁ ନେଇ ବୌଦ୍ଧ ଜିଲ୍ଲାର ଏକ ସ୍ବତନ୍ତ୍ର ପରିଚୟ ରହିଥିବା ବେଳେ ବର୍ତ୍ତମାନ କ୍ଷୁଦ୍ର ଜଳସେଚନ ବିଭାଗର ଚେକ୍‌ ଡ୍ୟାମ୍‌ ନିଶ୍ଚିତ ଭାବରେ କୃଷି ଓ କୃଷକର ଉନ୍ନତିରେ ସହାୟକ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.