ETV Bharat / state

ବାଇକ ଚୋରକୁ ପ୍ରଥମେ ଛେଚିଲେ ପରେ ପୋଲିସରେ ଦେଲେ - Byke gang

ବୌଦ୍ଧ ସହରରେ ଦାମୀ ବାଇକ ଚୋର ଗ୍ୟାଙ୍ଗର ରାଜା ନାମକ ଜଣେ ଚୋରକୁ ଧରି ଲୋକେ ପୋଲିସରେ ଦେଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Oct 13, 2019, 3:57 AM IST

ବୌଦ୍ଧ: ଶେଷରେ ଧରାପଡିଲା ବାଇକ ଚୋର । ବୌଦ୍ଧରେ ଗତ ପ୍ରାୟ ଏକମାସ ହେବ, ଲଗାତାର ଦାମୀ ମୋଟର ସାଇକେଲ ଚୋରି ନେଇ ଅଭିଯୋଗ ହେଉଥିଲା । ଶନିବାର ଭୈରବୀ ଛକରେ ସାପ୍ତାହିକ ହାଟ ଥିବାରୁ ଲୋକଙ୍କ ଭିଡ ରହିଥିଲା । ମୋଟର ସାଇକେଲ ରଖି ଲୋକେ ହାଟକୁ ପରିବା କିଣିବାକୁ ଯିବାପରେ ବାଇକ ଉପରେ ନଜର ରଖିଥିଲା ରାଜା ନାମକ ଚୋର । ଆଉ ସବୁଦିନ ପରି ପୁଣି ଏକ ଦାମୀ ବାଇକ ଚୋରି କରି, ଚମ୍ପଟ ମାରିବା ଲକ୍ଷ୍ୟରେ ଥିଲା ରାଜା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ତେବେ ଠିକ ସମୟରେ ଲୋକଙ୍କ ହାତରେ ଧରାପଡିଗଲା । ଏହାର ଏକ ଭିଡିଓ ବୌଦ୍ଧ ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି । ଅଭିଯୁକ୍ତ ଜଣକ ସୋନପୁର ଜିଲ୍ଲାର ହରଡଖୋଲ ନିକଟସ୍ଥ କଂସର ଗ୍ରାମର ରାଜା ମେହେର ବୋଲି ଜଣାପଡ଼ିଛି । ଲୋକେ ଚୋରକୁ କାବୁ କରି ଉତ୍ତମ ମଧ୍ୟମ ଦେବାପରେ ଥାନାରେ ଦେଇଛନ୍ତି ।

ବୌଦ୍ଧ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା ଏହି ଚୋର ଗ୍ୟାଙ୍ଗ । ଧରିବା ପାଇଁ ପଡୋଶୀ ଜିଲ୍ଲା ପୋଲିସର ଲଗାତାର ସମ୍ପର୍କରେ ଥିଲା ବୌଦ୍ଧ ପୋଲିସ । ସନ୍ଦେହରେ ଅନେକ ସ୍ଥାନରେ ଚଢାଉ ସହ କିଛି ଅଭିଯୁକ୍ତଙ୍କୁ ପୋଲିସ ଅଟକ ମଧ୍ୟ ରଖିଥିଲା । ମାତ୍ର ପ୍ରକୃତ ଚୋରକୁ ସ୍ଥାନୀୟ ଲୋକେ ଧରି ପୋଲିସରେ ଦେଇଛନ୍ତି । ତେବେ ସହରରେ ହୋଇଥିବା ସିରିଜ ବାଇକ ଚୋରି ପଛରେ, ଏକ ବଡ ଗ୍ୟାଙ୍ଗ ଥିବା ସନ୍ଦେହ କରାଯାଉଛି । ଏହି ଚୋର ଗ୍ୟାଙ୍ଗର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ତାହା ଜାଣିବାକୁ ବୌଦ୍ଧ ପୋଲିସ ଖୋଳତାଡ ଚଳାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ରାଜା ଚୋରି କରୁଥିଲା ଦାମୀ ମୋଟରସାଇକେଲ ।ଆଉ ଧରାପଡି ଲୋକଙ୍କ ଠାରୁ ଉତ୍ତମ ମଧ୍ୟମ ପାଇଲା ପରେ ଥାନା ହାଜତରେ ରହିଛି ।
ବୌଦ୍ଧ ସହରରେ ଗତ ପ୍ରାୟ ଏକ ମାସ ହେଲା ଲଗାତାର ଦାମୀ ମୋଟରସାଇକେଲ ଚୋରି ଅଭିଯୋଗ ହୋଇ ଆସୁଥିଲା । ବୌଦ୍ଧ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ଏହି ଚୋର ଗ୍ୟାଙ୍ଗକୁ ଧରିବା ପାଇଁ ପଡୋଶୀ ଜିଲ୍ଲା ପୋଲିସ ର ଲଗାତାର ସମ୍ପର୍କରେ ଥିଲା ବୌଦ୍ଧ ପୋଲିସ ।ସନ୍ଦେହ ରେ ଅନେକ ସ୍ଥାନରେ ଚଢାଉ ସହ କିଛି ଅଭିଯୁକ୍ତ ଙ୍କୁ ଅଟକ ମଧ୍ୟ ପୋଲିସ ପକ୍ଷରୁ କରାଯାଇଥିଲା ।କିନ୍ତୁ ଆଜି ହଠାତ ଶନିବାର ସାପ୍ତାହିକ ହାଟ ଥିବାରୁ ଭୈରବୀ ଛକ ଠାରୁ ଏକ ମୋଟରସାଇକେଲ ଚୋରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ବାରା ଧରାପଡି ଜଣେ ଚୋର ଲୋକଙ୍କ ଠାରୁ ଉତ୍ତମ ମଧ୍ୟମ ପାଇଥିଲା ।ଏହାର ଏକ ଭିଡିଓ ବୌଦ୍ଧ ଅଞ୍ଚଳରେ ଭାଇରାଲ ହେବାରେ ଲାଗିଛି । ଅଭିଯୁକ୍ତ ଜଣକ ସୋନପୁର ଜିଲ୍ଲାର ହରଡଖୋଲ ନିକଟସ୍ଥ କଂସର ଗ୍ରାମର ରାଜା ମେହେର ବୋଲି ଜଣାପଡ଼ିଛି ।ପରେ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଚୋରକୁ ଥାନାକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି ।ଏହି ସିରିଜ ବାଇକ ଚୋରି ପଛରେ ଆହୁରି ବଡ ବଡ ଚୋରଙ୍କ ହାତ ଥିବା ସହ ସ୍ଥାନୀୟ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି ।ଏହି ଚୋର ଗ୍ୟାଙ୍ଗର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାର ଖୋଳତାଡ କରିବାକୁ ଏବେ ବୌଦ୍ଧ ପୋଲିସ ଲାଗିପଡିଛି ।

Body:ବାଇକ ଚୋରି ରାକେଟର ଜଣେ ଚୋର ଲୋକଙ୍କ ଦ୍ବାରା ଧରଖପଡିଲା ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.