ETV Bharat / state

ଶୀତ ଋତୁର ପହିଲି ସ୍ପର୍ଶରେ ପୁଲକିତ ଚତୁର୍ଦିଗ

ଶୀତ ଋତୁର ପହିଲି ସ୍ପର୍ଶରେ ପୁଲକିତ ହୋଇଉଠିଛି ଚତୁର୍ଦିଗ । ବିଳମ୍ବରେ ଶୀତ ପହଞ୍ଚି ଥିଲେ ମଧ୍ୟ କୁହୁଡିର ଶୀତୁଆ ସକାଳରେ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ ଅଧିକ ଆକର୍ଷଣୀୟ ହୋଇଉଠିଛି । ଅଧିକ ପଢନ୍ତୁ

ଶୀତ ଋତୁର ପହିଲି ସ୍ପର୍ଶରେ ପୁଲ୍ଲକିତ ଚତୁର୍ଦିଗ

author img

By

Published : Nov 8, 2022, 9:25 PM IST

ବୌଦ୍ଧ: ଜିଲ୍ଲାକୁ ଛୁଇଁଲା ଶୀତ ଋତୁ । ଶୀତ ଋତୁର ପହିଲି ସ୍ପର୍ଶରେ ପୁଲକିତ ହୋଇଉଠିଛି ଚତୁର୍ଦିଗ । ବିଳମ୍ବରେ ଶୀତ ପହଞ୍ଚି ଥିଲେ ମଧ୍ୟ କୁହୁଡିର ଶୀତୁଆ ସକାଳରେ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ ଅଧିକ ଆକର୍ଷଣୀୟ ହୋଇ ଉଠିଛି । ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ସମେତ ଖଡଙ୍ଗ , ତେଲ, ବାଘ ,ସାଲୁଙ୍କି ଭଳି ନଦୀ ଓ ଝରଣାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡିବା ପରେ କୁହୁଡିର ଲୁଚକାଳି ଖେଳ ଆରମ୍ଭ ହୋଇଯାଇଛି ।

ଶୀତ ଋତୁର ପହିଲି ସ୍ପର୍ଶରେ ପୁଲ୍ଲକିତ ଚତୁର୍ଦିଗ

ତେବେ ପାର୍ବଣ ଋତୁ ବିଦାୟ ସହିତ କାର୍ତ୍ତିକ ମାସ ପଞ୍ଚୁକ ବିଦାୟ ନେଉ ନେଉ ଶୀତର ସ୍ପର୍ଶରେ ପ୍ରକୃତି ଅଧିକ ରୋମାଞ୍ଚିତ ହୋଇ ଉଠିଛି । ଜିଲ୍ଲାର ବିଭିନ୍ନ ପାର୍କ ଓ ଅନ୍ୟାନ୍ୟ ସ୍ଥାନରେ ମର୍ଣ୍ଣିଂ ଓ୍ବାକ ଠାରୁ ନେଇ ଯୋଗ ବ୍ୟାୟାମ ମାଧ୍ୟମରେ ଲୋକେ ନିଜକୁ ଫିଟ ରଖିବାକୁ ଉଦ୍ୟମ କରୁଛନ୍ତି । ଏହା ଛଡା ଶୀତ ଋତୁର ପ୍ରବେଶରେ ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ସ୍ଥାନ, ପକ୍ଷୀ କାକଳୀ , ରଙ୍ଗ ବେରଙ୍ଗ ର ଫୁଲ ପରିବେଶକୁ ଅଧିକ ଆକର୍ଷଣୀୟ କରିଛି । ଛୋଟ ଛୋଟ କାକର କଣିକା ଧବଳ ହୀରାର ଭ୍ରମ ସୃଷ୍ଟି କରୁଥିବା ବେଳେ ପ୍ରକୃତି ରାଣୀ ର ଏଭଳି ପରିବର୍ତ୍ତନରେ ପ୍ରକୃତି ଓ ପରିବେଶ ପ୍ରେମୀ ଆନନ୍ଦ ବିଭୋର ହେବା ସହିତ କବି ଓ ଭାବୁକ ଆନମନା ହୋଇ ନିଜ ଭାବନା ବ୍ୟକ୍ତ କରିଛନ୍ତି ।

ତେବେ ଏନେଇ ପ୍ରକୃତି ପ୍ରେମୀ ଚନ୍ଦ୍ରକାନ୍ତ ନାଏକ କହିଛନ୍ତି, "ଶୀତ ବିଳମ୍ବରେ ଆସିଛି ସତ। କିନ୍ତୁ ବୌଦ୍ଧ ଜିଲ୍ଲାର ପ୍ରକୃତି ସୁଷମା କୋଳରେ ସତେ ଯେମିତି ଚପଳମତି ବାଳିକା ପରି ଖେଳୁଛି । କାରଣ ଆମ ବୌଦ୍ଧ ଜିଲ୍ଲା ସୁଷମା , ସବୁଜ ଭରା ଏବଂ ପ୍ରତ୍ୟେକଟି ଘାସ ଗାଲିଚାରେ ଶୀତ ଆସି ଯାଇଛନ୍ତି ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.