ବୌଦ୍ଧ: ଜିଲ୍ଲାରେ ଥମିବାର ନା ନେଉନି କୋରୋନା ସଂକ୍ରମଣ । ବିଗତ ଚାରିମାସର ରେକର୍ଡ ଭାଙ୍ଗି କେବଳ ଗୋଟିଏ ଗାଁରୁ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ୧୧୫ ଜଣ ଆକ୍ରାନ୍ତ । । ଯାହା ଏବେ ଜିଲ୍ଲା ପ୍ରଶାସନ ପାଇଁ ଏବେ ଚିନ୍ତାର କାରଣ ।
ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ନାରାୟଣ ନଗର ଗ୍ରାମରୁ ଗୋଟିଏ ଦିନରେ ରେର୍କଡ 115 ଜଣ ଆକ୍ରାନ୍ତ ଚିହ୍ନଟ ପରେ ସାଧାରଣ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨ ହୋଇଥିବା ବେଳେ ତନ୍ମଧ୍ୟରୁ କେବଳ ନାରାୟଣ ନଗର ଗାଁରେ ୧୫୯ ଜଣ ଆକ୍ରାନ୍ତ ଚିହ୍ନଟ ଯୋଗୁଁ ଏହି ଗାଁ ଏବେ ସୁପରସ୍ପ୍ରେଡର ଗାଁ ହୋଇଥିବା ଚର୍ଚ୍ଚା ହେଉଛି ।
ସେପଟେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଅଞ୍ଚଳରେ ୧୪୪ ଧାରା ଜାରି ସହ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଜିଲ୍ଲାପାଳ ଏନେଇ ଭୟଭୀତ ହେବାରେ କୌଣସି କାରଣ ନାହିଁ, ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ