ETV Bharat / state

କୋରୋନାରେ କଏଦୀଙ୍କ ମୃତ୍ୟୁ, ଧାରଣାରେ ଅନ୍ତେବାସୀ - ଧାରଣାରେ ବୌଦ୍ଧ ଜେଲ ଅନ୍ତେବାସୀ

ବୌଦ୍ଧରେ କୋରନାକୁ ନେଇ ବିଭିନ୍ନ ସମସ୍ୟାରେ ଜିଲ୍ଲାବାସୀ । ଲକଡାଉନ ପାଇଁ ବ୍ୟବସାୟୀ ନାନା ସମସ୍ୟାର ସମ୍ମୁଖୀନ ହୋଇ ଥିବାବେଳେ ଜଣେ ବନ୍ଦୀଙ୍କ ମୃତ୍ୟୁ ପରେ ଧାରଣାରେ ଅନ୍ତେବାସୀ । ଅଧିକ ପଢନ୍ତୁ...

କୋରୋନାରେ କଏଦୀଙ୍କ ମୃତ୍ୟୁ, ଧାରଣାରେ ଅନ୍ତେବାସୀ

author img

By

Published : May 5, 2021, 10:39 PM IST

ବୌଦ୍ଧ: କୋରୋନା ସଂକ୍ରମଣ ବୃଦ୍ଧି ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କୋଭିଡ ଆକ୍ରାନ୍ତ ଜଣେ ବନ୍ଦୀଙ୍କ ମୃତ୍ୟୁକୁ ନେଇ ଧାରଣାରେ ଜେଲର ଅନ୍ତେବାସୀ । ବୁଝାସୁଝା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ସୂଚନା ।

କୋରୋନାରେ କଏଦୀଙ୍କ ମୃତ୍ୟୁ, ଧାରଣାରେ ଅନ୍ତେବାସୀ

ଆଜି(ବୁଧବାର) ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ 129 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲକଡାଉନ ଯୋଗୁଁ ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ଅନ୍ୟପଟେ କୋରୋନା ଆକ୍ରାନ୍ତ ଥିବା ବୌଦ୍ଧ କାରାଗାରର ଜଣେ ବନ୍ଦୀର ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲାରେ ମୃତ୍ୟୁ ପରେ ଜେଲ ଅନ୍ତେବାସୀ ସ୍ବାସ୍ଥ୍ୟସେବା ମିଳୁନଥିବା ଅଭିଯୋଗ କରି ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । ପରେ ପ୍ରଶାସନିକ ଅଧିକାରୀ ଓ ଜେଲ କର୍ତ୍ତୃପକ୍ଷ ବୁଝାସୁଝା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ଅନ୍ୟପଟେ ଲକଡାଉନର ପ୍ରଥମ ଦିନରେ ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ବ୍ଲକିଂ କରି ଅମାନିଆଙ୍କୁ ସାବାଡ କରିଛି । ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ସହିତ ଇତି ମଧ୍ୟରେ 15 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଣ୍ଟାମାଳ ବ୍ଲକ ପଲସାଗୋରା ଜୁନିୟର କଲେଜର ଅଧ୍ୟକ୍ଷଙ୍କ କରୋନା ଜନିତ ମୃତ୍ୟୁ ଯୋଗୁଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.